ପୁରୀରେ ନୂଆ ବର୍ଷକୁ ସ୍ଵାଗତ କଲେ ପର୍ଯ୍ୟଟକ,ନାଚ ଗୀତରେ ଜିରୋ ନାଇଟ ସେଲିବ୍ରେସନ

By ETV Bharat Odisha Team

Published : Jan 1, 2024, 7:47 AM IST

thumbnail

Zero Night Celebration at Puri:ପୁରୀ:  ଜିରୋ ନାଇଟରେ ଝୁମି ନୂଆ ବର୍ଷକୁ ସ୍ଵାଗତ କଲେ ପର୍ଯ୍ୟଟକ । ପୁରୀରେ ବିଭିନ୍ନ ସ୍ଥାନରେ ଖୁବ ଆଡମ୍ବରରେ ପାଳନ ହୋଇଯାଇଛି ଜିରୋ ନାଇଟ । ସାରା ବିଶ୍ଵବାସୀ 2023କୁ ବିଦାୟ ଦେଇ ନବ ବର୍ଷ 2024କୁ ଏକ ନୂତନ ଉତ୍ସାହ ଉଦ୍ଦୀପନା ସହ ସ୍ଵାଗତ କରିଛନ୍ତି । ସାରା ବିଶ୍ଵରେ ଖୁବ ଧୁମଧାମରେ ଜିରୋ ନାଇଟ୍ ସେଲିବ୍ରେସନକୁ କରାଯାଇଛି । ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ କରାଯାଇଛି । ବିଭିନ୍ନ ହୋଟେଲ ଗୁଡିକରେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । 

ଏହାମଧ୍ୟ ପଢନ୍ତୁ.. ନବବର୍ଷ 2024: ‘ଏହି ନୂତନ ବର୍ଷରେ ସମୃଦ୍ଧ ରାଷ୍ଟ୍ର ଗଠନର ସଙ୍କଳ୍ପ ନେବା’

ଷ୍ଟେଜ ସୋ ସହିତ ମ୍ୟୁଜିକାଲ ନାଇଟ, ଡିଜେ ନାଇଟରେ ଝୁମିଥିଲେ ଦର୍ଶକ । ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସିଥିବାରୁ ହୋଟେଲିୟର ମାନେ ବିଭିନ୍ନ ମନୋରଞ୍ଜନ ବ୍ୟବସ୍ଥା ସହ ଭଳିକି ଭଳି ଦେଶୀ ବିଦେଶୀ ଖାଦ୍ୟ ପରସିଥିଲେ । ବଲିଉଡ୍, ଓଲିଉଡ ଗୀତିକାରଙ୍କ ଗୀତରେ ଝୁମିଥିଲେ ପର୍ଯ୍ୟଟକ। ପୁରୁଣା ବର୍ଷର ସବୁ ଘାତ ପ୍ରତିଘାତକୁ ଭୁଲି ଏକ ନୂଆ ରୂପରେ ଜୀବନକୁ ଆଗକୁ ନେବା ପାଇଁ ଆଶା ରଖିଥିବା କହିଥିଲେ ପର୍ଯ୍ୟଟକ । ତେବେ ଜିରୋ ନାଇଟ ସେଲିବ୍ରେସନ ପାଇଁ ପୁରୀରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ବାଣ ଫୁଟାଇ, ପରସ୍ପରକୁ ଆଲିଙ୍ଗନ କରି ମିଠା ଖୁଆଇ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ ଲୋକେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.