ସିକ୍ୟୁରିଟି ଗାର୍ଡରୁ ବିଜେପି ପ୍ରାର୍ଥୀ, ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସତ୍ୟ ସାରଥୀ - Balikuda Erasama BJP candidate

By ETV Bharat Odisha Team

Published : May 23, 2024, 11:17 AM IST

thumbnail
BALIKUDA ERASAMA ASSEMBLY SEAT (ETV BHARAT ODISHA)

ଜଗତସିଂହପୁର: ଆସନ୍ତା ଜୁନ 1ରେ ଜଗତସିଂହପୁରରେ ଅନୁଷ୍ଠିତ ହେବ ନିର୍ବାଚନ । ଦିନ ପାଖଉଥିବାରୁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରତିଦ୍ବନ୍ଦ୍ବି ଦଳର ପ୍ରାର୍ଥୀ । ଚଳିତ ଥର ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ସତ୍ୟ ସାରଥୀ ମହାନ୍ତିଙ୍କ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ । ଦିନେ ଦିଲ୍ଲୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ସାରଥୀ ଏବେ ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ଇଟିଭି ଭାରତକୁ ସାକ୍ଷାତର ଦେଇ ସେ ବି ପାଣ୍ଡିଆନଙ୍କ ଉପରେ ବର୍ଷିବା ସହ ନିର୍ବାଚନ ମଣ୍ଡଳୀର ବିକାଶକୁ ନେଇ ମତ ରଖିଛନ୍ତି ।  

ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସାରଥୀ: ବିଜୁ ଜନତା ଦଳର ମୁଖିଆ ଚାଲିପାରୁ ନାହାନ୍ତି ହାତ ହଲୁଛି । ପାଣ୍ଡିଆନ ବାବୁଙ୍କ ପାଇଁ ଏମଏଲ ଓ ଏମପି ଟେଣ୍ଟ ମାରୁଛନ୍ତି । ସେ ଓଡ଼ିଶାର ଅସ୍ମିତା ବିଷୟରେ କିଛି ଜାଣିନାହାନ୍ତି । ସେ ଜାଣିନ୍ତି ସେ ନିର୍ବାଚନ ଲଢିଲେ ଓଡିଶା ଲୋକ ତାଙ୍କୁ ଭୋଟ ଦେବେ ନାହିଁ । ହାରିଯିବା ଭୟ ରହିଛି । ନବୀନ ବାବୁ 2ଟା ସିଟରେ ଲଢୁଛନ୍ତି । ପାଣ୍ଡିଆନ ବାବୁ ବ୍ୟାକ ଗେଟରେ ଆସି ମୁଖ୍ୟମନ୍ତ୍ରୀ ହେବାକୁ ଚିନ୍ତା କରୁଛନ୍ତି । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ କେବେ ହୋଇପାରିବେ ନାହିଁ କି ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରିପାରିବେ ନାହିଁ । 

ଏହା ମଧ୍ୟ ପଢନ୍ତୁ-ଜମୁଛି ପ୍ରଚାର; କାଲି ଜଗତସିଂହପୁରରେ ପାଣ୍ଡିଆନ ଓ ଏରସମାରେ ଜେପି ନଡ୍ଡାଙ୍କ ପ୍ରଚାର - BJP BJD Campaign

ବିକାଶର ବହୁ ଦୂରରେ ବାଲିକୁଦା -ଏରସମା: ସାରଥୀ କହିଛନ୍ତି, ''ବାଲିକୁଦା-ଏରସମା ଅଞ୍ଚଳ ବାସୀ ବିକାଶର ବହୁ ଦୂରରେ ରହିଛି । ଏହି ନିର୍ବାଚନ ମଣ୍ଡଳୀ ରେ ଆଜିବି ଲୋକେ ପୋଖରୀ ପାଣିରେ ରୋଷେଇ କରୁଛନ୍ତି । ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ।  ବାଲିକୁଦା ହେଉ ଅବା ଏରସମା ଏହି ଦୁଇଟି ବ୍ଲକ ରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଡାକ୍ତର ଖାନା ଗୁଡିକ ରେ ରଙ୍ଗ ବୋଳି ଦେଲେ ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ହୁଏନି।ଏହି ନିର୍ବାଚନ ମଣ୍ଡଳୀର ଦୁଇଟି ଡାକ୍ତର ଖାନା ଅଛି ହେଲେ ଡାକ୍ତର ନାହାନ୍ତି । ଫଳରେ ଏଠିକାର ବାସିନ୍ଦା ଜଗତସିଂହପୁର ନହେଲେ କଟକ ଉପରେ ନିର୍ଭର କରିଆସୁଛନ୍ତି। ''

ରାଜନୀତି କୁ କିଭଳି ଆସିବାର ପ୍ରଶ୍ନରେ ସତ୍ୟ ସାରଥୀ କହିଥିଲେ ଯେ,  ପାଠପଢା ଶେଷ ପରେ ସେ ଚାକିରୀ ଅନ୍ବେଶଣରେ ଦିଲ୍ଲୀ ଚାଲି ଯାଇଥିଲେ। ଦିଲ୍ଲୀରେ ତାଙ୍କ ଯୋଗ୍ୟତା ଅନୁସାରେ ଚାକିରି ମିଳି ନଥିଲା। ଫଳରେ ସେ ଏକ ସିକ୍ୟୁରିଟି ଭାବରେ କାମ କରିଥିଲେ। ସ୍ୱଳ୍ପ ବେତନ ରେ କିପରି ଜଣେ ଚାଲିଥାଏ ସେ ତାହା ଅନୁଭବ କରିଛନ୍ତି ବୋଲି କହିଥିଲେ। ଲୋକଙ୍କ ସେବା, ସ୍ଥାନୀୟ ଅଞ୍ଚଳର ବିକାଶ ଓ ଗରିବ ପରିବାର ପାଇଁ ସେ କିଛି କରିବାକୁ ଇଚ୍ଛା ରଖି ରାଜନୀତିରେ ପ୍ରବେଶ କରିଥିବା କହିଥିଲେ।



ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.