ଜମୁଛି ପ୍ରଚାର; କାଲି ଜଗତସିଂହପୁରରେ ପାଣ୍ଡିଆନ ଓ ଏରସମାରେ ଜେପି ନଡ୍ଡାଙ୍କ ପ୍ରଚାର - BJP BJD Campaign

By ETV Bharat Odisha Team

Published : May 22, 2024, 12:00 PM IST

thumbnail
ଜମୁଛି ପ୍ରଚାର; କାଲି ଜଗତସିଂହପୁରରେ ପାଣ୍ଡିଆନ ଓ ଏରସମାରେ ଜେପି ନଡ୍ଡାଙ୍କ ପ୍ରଚାର (ETV Bharat Odisha)

ଜଗତସିଂହପୁର: ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାରରେ କମ୍ପୁଛି ଜିଲ୍ଲା । ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ବିଜେପି ଓ କଂଗ୍ରେସ ପ୍ରଚାର ପ୍ରସାର ଜୋରଦାର କରିଛନ୍ତି । ବିଭିନ୍ନ ସ୍ଥାନ ରେ ଭୋଜି ଭାତ ଓ ସଭା ସମିତି କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ଦଳ । ଆସନ୍ତା ଜୁନ ୧ ତାରିଖରେ ଶେଷ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତାକାଲି ଠାରୁ ଷ୍ଟାର ପ୍ରଚାରକଙ୍କ ଭିଡ଼ ଜିଲ୍ଲାରେ ଦେଖିବାକୁ ମିଳିବ । କାଲି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଜଗତସିଂହପୁର ଜିଲ୍ଲାର ବିରିଡି ଓ ନାଉଗାଁରେ ରୋଡ଼ ସୋ ଓ ସଭା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି ।  

ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି । ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ୩୬ଟି ପଂଚାୟତ ସମେତ ୨୧ଟି ପୌରାଞ୍ଚଳ ରେ ପ୍ରଚାର ଆରମ୍ଭ ହୋଇଛି । ଜଗତସିଂହପୁର ପୂର୍ବତନ ବିଧାୟକ ତଥା ସଦ୍ୟ ବିଜେଡି ରେ ଯୋଗ ଦେଇଥିବା ଚିରଞ୍ଜିବି ବିଶ୍ୱାଳ ବିଭିନ୍ନ ସ୍ଥାନ ରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ଜଗତସିଂହପୁର ବ୍ଲକ ଅନ୍ତର୍ଗତ ବଳରାମପୁର ପଂଚାୟତରେ ବିଜେଡି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । 

ଏଥିସହ ଏହି ସମୟରେ ସେ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ ବୋଲି ଦୃଢକ୍ତି ପ୍ରକାଶ କରିବା ସହ ଜଗତସିଂହପୁର ଜିଲ୍ଲାରେ 4ରୁ 4 ବିଧାୟକ ନିର୍ବାଚିତ ହୋଇ ଆସିବେ ବୋଲି ଦୃଢକ୍ତି ପ୍ରକାଶ କହିଛନ୍ତି । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ୱାଳ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ କାହିଁକି ସମଗ୍ର ଜଗତସିଂହପୁର ଜିଲ୍ଲାରେ ବିଜେଡି ଭଲ ପଦର୍ଶନ କରିବ । 4ଟି ଯାକ ବିଧାନସଭା ଓ ଜଗତସିଂହପୁର ଲୋକସଭା ଆସନରେ ବିପୁଳ ବିଜୟ ହାସଲ କରିବ ବୋଲି କହିଛନ୍ତି । 

ଅନ୍ୟପଟେ ଆସନ୍ତାକାଲି ଜଗତସିଂହପୁର ଓ ବିରିଡି ବ୍ଲକରେ ଭି କେ ପାଣ୍ଡିଆନଙ୍କ ପ୍ରଚାର କରିବା ବେଳେ ତାଙ୍କୁ କାଉଣ୍ଟର କରିବା ପାଇଁ ବିଜେପି ପକ୍ଷରୁ ଏରସମା ଠାରେ ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ଏକ କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ମାତ୍ର ୯ ଦିନ ଥିବାବେଳେ ସବୁଦଳ ଏବେ ଶକ୍ତି ପଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଜଗତସିଂହପୁରରେ ଅବାଧ,ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତୁତ: ଏସପି


ଜଗତସିଂହପୁର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.