ETV Bharat / bharat

ଖୁଣ୍ଟିରେ ପୋଲିସ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି, ଜଣେ ନକ୍ସଲ ନିପାତ - ENCOUNTER IN KHUNTI

author img

By ETV Bharat Odisha Team

Published : May 23, 2024, 4:18 PM IST

Encounter in Khunti: ଝାଡ଼ଖଣ୍ଡ ଖୁଣ୍ଟିରେ ଏନକାଉଣ୍ଟର । ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏବେ ବି ଗୁଳି ବିନିମୟ ଜାରି । ଅଧିକ ପଢନ୍ତୁ

Encounter in Khunti
Encounter in Khunti (ETV Bharat)

ରାଞ୍ଚି: ଝାଡ଼ଖଣ୍ଡ ଖୁଣ୍ଟି-ଚାଇବାସା ବର୍ଡର ନିକଟ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରେ ନକ୍ସଲମାନେ ଲୁଚି ରହି ମଝିରେ ମଝିରେ ଫାୟାରିଂ କରୁଥିବା ବେଳେ ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହି ଗୁଳି ବିନିମୟ ସମ୍ପର୍କରେ ଖୁଣ୍ଟି ଡିଏସପି ବରୁଣ ରଜକ ସୂଚନା ଦେଇଛନ୍ତି ।

ଜଙ୍ଗଲ ମଧ୍ୟରେ ନକ୍ସଲ ଲୁଚି ରହିଥିବା ଗୁପ୍ତ ସୂତ୍ରରୁ ସୂଚନା ମିଳିବା ପରେ ସିଆରପିଏଫର କୋବ୍ରା ବାହିନୀ ଓ ପୋଲିସ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ସର୍ବଦା ଜଙ୍ଗଲରେ ମୁହାଁମୁହାଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ । ଅନେକ ସମୟ ଧରି ଉଭୟ ପଟରୁ ଗୁଳି ବିନିୟମ ଜାରି ରହିଥିଲା । ଖୁଣ୍ଟି ଡିଏସପି ବରୁଣ ରଜକଙ୍କ କହିବାନୁସାରେ ଏହି ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ଘଟିଛି । ଏହି ଏନକାଉଣ୍ଟର ଶେଷ ହେବା ପରେ ପୋଲିସକୁ ନକ୍ସଲ ନିରୋଧୀ ଅଭିଯାନରେ କେତେ ସଫଳତା ମିଳିଛି ତାହା ଜଣାପଡ଼ିବ ।

ଏହା ବି ପଢନ୍ତୁ- ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିପାତ

ସୂଚନା ଥାଉ କି ଝାଡ଼ଖଣ୍ଡର ଖୁଣ୍ଟି-ଚାଇବାସା ସୀମାବର୍ତ୍ତୀ ଅଞ୍ଚଳ ହେଉଛି ନକ୍ସଲ ପ୍ରବଣ ଅଞ୍ଚଳ । ସେପଟେ ମେ 25 ତାରିଖରେ ଝାଡ଼ଖଣ୍ଡର 4ଟି ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ରାଞ୍ଚି, ଧାନବାଦ, ଗିରିଡିହ ଓ ଜାମସେଦପୁର ଆସନ ଅନ୍ତର୍ଭୁକ୍ତ । ରାଞ୍ଚି ଲୋକସଭା ଆସନ ଖୁଣ୍ଟିର ସୀମାବର୍ତ୍ତୀ ଅଞ୍ଚଳ ସହିତ ଲାଗି ରହିଛି । ଏହି ଲୋକସଭା ଆସନରେ ସରାୟକେଲା ଜିଲ୍ଲାର ଇଚାଗଡ଼ ବିଧାନସଭା ଆସନ ମଧ୍ୟ ସାମିଲ । ନିର୍ବାଚନ ସମୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ଲାଗି ନକ୍ସଲମାନେ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀ ଏହାକୁ ପଣ୍ଡ କରିଛି ।

ଏହା ବି ପଢନ୍ତୁ- ଛତିଶଗଡ଼ରେ ପୁଣି ଏନକାଉଣ୍ଟର; 12 ହାର୍ଡକୋର ନକ୍ସଲ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ପ୍ରତି ନିର୍ବାଚନରେ ନକ୍ସଲମାନେ ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ଉଦ୍ୟମ କରନ୍ତି । ଏଥିଲାଗି ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ନକ୍ସଲ ପ୍ରବଣ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି । ଏହି ସମୟରେ ଖୁଣ୍ଟି ପୋଲିସ ଖୁଣ୍ଟି-ଚାଇବାସା ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କ ସହିତ ସାମ୍ନାସାମ୍ନି ହେବା ପରେ ଗୁଳି ବିନିୟମ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.