ETV Bharat / bharat

ଛତିଶଗଡ଼ରେ ପୁଣି ଏନକାଉଣ୍ଟର; 12 ହାର୍ଡକୋର ନକ୍ସଲ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ - NAXALITE ENCOUNTER

author img

By ETV Bharat Odisha Team

Published : May 10, 2024, 6:35 PM IST

Updated : May 10, 2024, 8:23 PM IST

POLICE NAXALITE ENCOUNTER: ନକ୍ସଲ ପ୍ରବଣ ରାଜ୍ୟ ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନକାଉଣ୍ଟର । 12 ନକ୍ସଲ ନିହତ ହୋଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅଧିକ ପଢନ୍ତୁ

Chhattisgarh Naxal Encounter
Chhattisgarh Naxal Encounter (ETV BHARAT ODISHA)

ରାୟପୁର: ଛତିଶଗଡ଼ ବସ୍ତରରେ ସୁରକ୍ଷାକର୍ମୀଙ୍କୁ ପୁଣି ବଡ଼ ଧରଣର ସଫଳତା ମିଳିଛି । ମିଳିତ ଅପରେସନରେ ପ୍ରାୟ 12 ଜଣ ନକ୍ସଲ ନିହତ ହୋଇଛନ୍ତି । ବିଜାପୁର ଏସପି ଏବଂ ସକାଳ 6 ଟାରୁ ପିଡିଆ ଜଙ୍ଗଲରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । 12 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ 12 ନକ୍ସଲ ନିହତ ହୋଇଛନ୍ତି । ଏନକାଉଣ୍ଟର ଶେଷ ହେବା ପରେ ଯାଞ୍ଚ ସମୟରେ 12 ଜଣ ନକ୍ସଲଙ୍କ ମୃତଦେହ ମିଳିଛି । ସମସ୍ତ ମୃତ ନକ୍ସଲମାନେ ହାର୍ଡକୋର ନକ୍ସଲ ଥିବା ନେଇ କହିଛନ୍ତି ଦନ୍ତେୱାଡା ଡିଜି କମଳ ଲୋଚନ କଶ୍ୟପ । ସେପଟେ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ।

ଏନେଇ ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି, "ପିଡିଆ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା । ଏହି ସୂଚନା ମିଳିବା ପରେ ଦନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ନିୟୋଜିତ ଯବାନମାନେ ମିଳିତ ଅପେରସନ ଆରମ୍ଭ କରିଥିଲେ । ଜଙ୍ଗଲରେ ହାର୍ଡକୋର ନକ୍ସଲ ଲିଙ୍ଗା ଓ ପାପାରାୱର ଉପସ୍ଥିତି ନେଇ ମଧ୍ୟ ଖବର ମିଳିଥିଲା । ଏହାପରେ ଡିଆରଜି, ଏସଟିଏଫ ଟିମ ସହିତ ମିଶି ସିଆରପିଏଫ ଯବାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ସୁଫଳ ମିଳିଛି । ପ୍ରମୁଖ ନକ୍ସଲ ନେତାଙ୍କ ସହିତ ଅନ୍ୟ କିଛି ଘାତକ ନକ୍ସଲ ଥିବା ନେଇ ସୂଚନା ରହିଛି ।"

ଏହା ବି ପଢନ୍ତୁ- ସୁକମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ଜାରି

ସୂଚନା ଥାଉ କି ଆଜି ସକାଳେ ପିଡିଆ ଜଙ୍ଗଲକୁ ଡିଆରଜି, ଏସଟିଜି, କୋବ୍ରା ବାଟାଲିୟନ ଯବାନ ନକ୍ସଲ ନିରୋଧୀ ଅଭିଯାନ ଅଭିମୁଖେ ବାହାରିଥିଲେ । ଯବାନଙ୍କ ପହଞ୍ଚିବାର କିଛି ସମୟ ପରେ ଅର୍ଥାତ ସକାଳ ପ୍ରାୟ 6ଟାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଯବାନ ଓ ନକ୍ସଲ ଛକି ଛକି ଗୁଳି ଚାଳନା କରୁଥିଲେ । ଏହାପରେ ସନ୍ଧ୍ୟା ସୁଦ୍ଧା 5ରୁ 6 ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- ନକ୍ସଲ ଦମନରେ ଛତିଶଗଡ଼କୁ ବଡ଼ ସଫଳତା; 4 ମାସରେ 80 ନିହତ

ଗତ ଏପ୍ରିଲ 30 ତାରିଖରେ ନାରାୟଣପୁର ଓ କାଙ୍କେର ସୀମାରେ ବଡ଼ ଧରଣର ନକ୍ସଲ ଅପରେସନ ହୋଇଥିଲା । ପ୍ରାୟ 9 ଘଣ୍ଟା ଧରି ଏହି ଅପରେସନ ଚାଲିଥିବା ବେଳେ 10 ନକ୍ସଲ ନିହତ ହୋଇଥଲେ । ମୃତ ନକ୍ସଲଙ୍କ ମଧ୍ୟରେ ଡିଭିସିଏମ ଜୋଗାନ୍ନା ଓ ଡିଭିସିଏମ ବିନୟ ଓରଫ ଅଶୋକ ଥିଲେ । ଚଳିତ ବର୍ଷ ପ୍ରାରମ୍ଭରୁ ଛତିଶଗଡ଼ରେ ଜୋରସୋରରେ ଚାଲିଛି ନକ୍ସଲ ନିରୋଧୀ ଅଭିଯାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 10, 2024, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.