ETV Bharat / bharat

ସୁକମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ଜାରି - SUKMA ENCOUNTER

author img

By ETV Bharat Odisha Team

Published : May 3, 2024, 7:49 PM IST

SUKMA ENCOUNTER
SUKMA ENCOUNTER(Representative Image (Etv Bharat Picture))

SUKMA ENCOUNTER: ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ଜାରି । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡ଼ରେ ଜାରି ରହିଛି ନକ୍ସଲ ନିରୋଧୀ ଅଭିଯାନ । କିଛି ଦିନର ଅନ୍ତର ପରେ ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ିବା ପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଡିଆରଜି ଓ କୋବ୍ରା ଯବାନ ପ୍ରାୟ 2ରୁ 3 ଥର ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ବାଟାଲିୟନ ନଂ-1ରେ ଏହି ଏନକାଉଣ୍ଟର ଜାରି ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ସୁକମାର ରାୟଗୁଡ଼ମ ଅଞ୍ଚଳରେ ଡିଆରଜି ଓ କୋବ୍ରା ଯବାନ ଅପରେସନ ପାଇଁ ବାହାରିଥିଲେ । ପୂର୍ବରୁ ସେଠାରେ ଛକି ବସିଥିବା ନକ୍ସଲମାନ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାର କଡ଼ା ଜବାବ ଦେଇଥିଲେ ଯବାନ । ସକାଳୁ ପ୍ରାୟ 2ରୁ 3 ଥର କିଛି ସମୟ ବ୍ୟବଧାନରେ ଯବାନ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । ଏବେ ବି ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ନକ୍ସଲ ଦମନରେ ଛତିଶଗଡ଼କୁ ବଡ଼ ସଫଳତା; 4 ମାସରେ 80 ନିହତ

ନିକଟରେ କାଙ୍କେର ନାରାୟଣପୁର ସୀମାରେ ଏକ ଏନକାଉଣ୍ଟର ହୋଇଥିଲା । ଆବୁଝମାଡ ଅଞ୍ଚଳର ଟେକମେଟା ଏବଂ କାକୁର ଗ୍ରାମରେ ପ୍ରାୟ 9 ଘଣ୍ଟା ପାଇଁ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ 10 ଜଣ ନକ୍ସଲଙ୍କୁ ନିହତ କରାଯାଇଥିଲା । ଯେଉଁଥିରେ 3ଜଣ ମହିଳା ନକ୍ସଲ ଏବଂ 7 ପୁରୁଷ ନକ୍ସଲ ଅଛନ୍ତି । ଏହାପୂର୍ବରୁ ଏପ୍ରିଲ 16ରେ ଯବାନମାନେ କାଙ୍କେର ଛୋଟାବେଠିଆରେ 29 ଜଣ ନକ୍ସଲ ନିହତ ହୋଇଥିଲେ ।

ଏହା ବି ପଢନ୍ତୁ- ଛତିଶଗଡ଼ ଜଙ୍ଗଲରେ ଏନକାଉଣ୍ଟର, 3 ଜଣ ମହିଳା ନକ୍ସଲଙ୍କ ସମେତ 7 ନିହତ

ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ବାମପନ୍ଥୀ ଉଗ୍ରବାଦ ସହ ଜଡିତ ହିଂସା ଦେଶରେ 52% ହ୍ରାସ ପାଇଛି । 2004ରୁ 2014 ତୁଳନାରେ 2014-23 ମସିହାରେ 6035ରୁ 1868ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି, ଯାହାକି 69 ପ୍ରତିଶତ । ଛତିଶଗଡ଼ରେ ଡିସେମ୍ବର 2023ରେ ବିଷ୍ଣୁ ଦେଓ ସରକାର ଆସିବା ପରେ ପ୍ରୋ-ଆକ୍ଟିଭ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନ ପରେ ଚଳିତ ବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ 80 ନକ୍ସଲ ନିହତ ହୋଇଥିବା ବେଳେ 125 ଜଣ ଗିରଫ ଓ 150 ଆତ୍ମସମର୍ପଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.