ETV Bharat / bharat

ଛତିଶଗଡ଼ ଜଙ୍ଗଲରେ ଏନକାଉଣ୍ଟର, 3 ଜଣ ମହିଳା ନକ୍ସଲଙ୍କ ସମେତ 7 ନିହତ - NAXAL ENCOUNTER

author img

By ETV Bharat Odisha Team

Published : Apr 30, 2024, 11:34 AM IST

Updated : Apr 30, 2024, 6:03 PM IST

Narayanpur Encounter
Narayanpur Encounter

Narayanpur Encounter: ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଛି । ଗୁଳି ବିନିମୟ ସମୟରେ 10 ନକ୍ସଲ ନିହତ । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡର ନକ୍ସଲ ପ୍ରଭାବିତ ବସ୍ତର ଡିଭିଜନର ନାରାୟଣପୁର ଜିଲ୍ଲାରେ ପୁଣି ଥରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ନାରାୟଣପୁର ଜିଲ୍ଲାର ଆବୁଜମାଡ ଅନ୍ତର୍ଗତ ଥିବା ଟେକମେଟା ନିକଟ ଛତିଶଗଡ-ମହାରାଷ୍ଟ୍ର ସୀମା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ନକ୍ସଲ ଦମନ ଅଭିଯାନରେ ସୁରକ୍ଷାକର୍ମୀମାନେ 10ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରେ 3ଜଣଙ୍କ ମହିଳା ନକ୍ସଲ ରହିଛନ୍ତି । ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।

ସୁରକ୍ଷକର୍ମୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ: ବସ୍ତର ଆଇଜି ସୁନ୍ଦରରାଜ ପି ଏବଂ ନାରାୟଣପୁର ଏସପି ପ୍ରଭାତ କୁମାର ଏହି ଏନକାଉଣ୍ଟର ଉପରେ ନଜର ରଖିଛନ୍ତି । ଅନେକ ସ୍ଥାନରେ ନକ୍ସଲମାନଙ୍କୁ ସୁରକ୍ଷାକର୍ମୀ ଘେରି ରହିଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ନାରାୟଣପୁର-କାଙ୍କେର-ମହାରାଷ୍ଟ୍ର ବୋର୍ଡରେ ଡିଆଇଜି, ଏସଟିଏଫ ଯବାନ ଏବଂ ନକ୍ସଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି ।

10 ନକ୍ସଲ ନିହତ: ନାରାୟଣପୁର DRG ଏବଂ STF ର ମିଳିତ ଟିମ୍ ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁରକ୍ଷାକର୍ମୀମାନେ ଆବୁଜମାଡରରେ ସର୍ଚ୍ଚ ଅପରେସନ କରିଥିଲେ । କମ୍ବିଂ ବେଳେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲା । ଏହି ଗୁଳିବିନିମୟ ସମୟରେ 10ଜଣ ନକ୍ସଲ ଟଳି ପଡିଥିବା ସୂଚନା ରହିଛି । ତେବେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ସହିତ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ତେବେ 10ଜଣ ନିହତ ହୋଇଥିବା ବେଳେ ଅନେକ ନକ୍ସଲ ଆହତ ହୋଇଥିବା ନେଇ ମଧ୍ୟ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ନକ୍ସଲ ଦମନରେ ଛତିଶଗଡ଼କୁ ବଡ଼ ସଫଳତା; 4 ମାସରେ 80 ନିହତ - Chhattisgarh Naxal Encounter

ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଛତିଶଗଡରେ ନକ୍ସଲ ବିରୋଧୀ ଅପରେସନ ମଧ୍ୟ ଅନୁରୂପ ଭାବେ ସକ୍ରିୟତାର ସହ ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ସୁରକ୍ଷାକର୍ମୀ କାଙ୍କେର ଜିଲ୍ଲାରେ 29 ନକ୍ସଲଙ୍କୁ ନିପାତ କରିବାରେ ସଫଳତା ପାଇଥିଲେ । ଏହାପରେ ପୁଣିଥରେ ଗତ ଏପ୍ରିଲ 21 ତାରିଖରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା । ବିଜାପୁରର ଭୈରମଗଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଜଣେ ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲା । ତେବେ ଏହାରି ଭିତରେ ଆଜି ପୁଣି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିପାରିଛି । ଛତିଶଗଡ଼ରେ ନକ୍ସଲ ଦମନରେ ବଡ଼ ସଫଳତା ପାଇପାରିଛନ୍ତି ସୁରକ୍ଷାକର୍ମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 30, 2024, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.