ETV Bharat / politics

ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ଼ ସୋ', ଜୟ ନବୀନରେ କମ୍ପିଲା ଏକାମ୍ର - Naveen Patnaik Raod Show

author img

By ETV Bharat Odisha Team

Published : May 20, 2024, 11:05 PM IST

CM Naveen Patnaik Raod Show: ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ । ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ଼ ସୋ
ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ଼ ସୋ (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ଼ ସୋ' (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ' । ଏକାମ୍ର ନିର୍ବାଚନ ମଣ୍ଡଳୀରେ ଜୋରଦାର କରିଛନ୍ତି ନିର୍ବାଚନୀ ପ୍ରଚାର । ଯାହକୁ ଦେଖିବାକୁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଛୋଟ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ଓ କର୍ମୀଙ୍କ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋରେ ସାମିଲ ହୋିଥିବା ବେଳେ ଜୟ ନବୀନରେ କମ୍ପିଲା ଏକାମ୍ର କ୍ଷେତ୍ର ।

ଆଜି ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଜ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ସ୍ବତନ୍ତ୍ର ବସ ଯୋଗେ ବାହାରି ଥିଲେ ମୁଖ୍ୟମନ୍ତ୍ରୀ । ସାଥିରେ ଅନ୍ୟ ଏକ ଗାଡ଼ିରେ ଥିଲେ ଏକାମ୍ର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ସହ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ମେୟର ସୁଲୋଚନା ଦାସ । ପଳାଶପଲ୍ଲୀ ଛକରେ ବିଶାଳ ରୋଡ଼ ସୋ ଜରିଆରେ ଆସିବା ବେଳେ ବିଜେଡି ପକ୍ଷରୁ ସ୍ବାଗତ ସହ ବାଣ ଓ‌ ବାଜାରେ ସ୍ବାଗତ କରିଥିଲେ ବିଜେଡି କର୍ମୀ । ଲୋକଙ୍କ ଗହଣରେ ସ୍ବତନ୍ତ୍ର ବସର ଲିଫ୍ଟ ବାଲକୋନିରେ ବାହାରି ଲୋକଙ୍କୁ ସମ୍ବୋଧନ କରିଥିଲେ ନବୀନ । ପରେ ପ୍ରିୟ ଭାଇ ଭଉଣୀ କହି ସମ୍ବୋଧନ ସହ ଜୁଲାଇ ମାସରୁ ବିଜୁଳି ଫ୍ରି କଥା କହିଥିଲେ ନବୀନ । ଏପରିକି ବିଏସକେୱାଇ ବିଷୟରେ ମଧ୍ୟ କହିଥିଲେ । ଏହାସହ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।

ଏହାପରେ କଡ଼ା ସୁରକ୍ଷା ବଳୟରେ ପଳାଶପଲ୍ଲୀ ବ୍ରିଜ ଦେଇ କାରଗିଲ ରୋଡରେ ସୁନ୍ଦରପଦା ହାଟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପୋଖରୀପୁଟ ବ୍ରିଜ ଉପରେ ଦେଇ ପୋଖରୀପୁଟ ଓ ପରେ ଜାଗମରା ଛକ ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରତି ଛକରେ ପ୍ରଚାର ସହ ଲୋକଙ୍କୁ ସମ୍ବୋଧନ କରିଥିଲେ । ସେହିପରି ଜାଗମରା ତ୍ରିଛକରେ ଲୋକଙ୍କୁ ନବୀନ ଭଲ କି ବୋଲି ପ୍ରଶ୍ନ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଏହି ସମୟରେ ଜୟ ନବୀନ ଧ୍ବନୀରେ ସାରା ରାଜଧାନୀ କମ୍ପୁଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା ଦିତ୍ବୀୟ ପର୍ଯ୍ୟାୟ ମତଦାନ, ପୋଲିଂ ବୁଥ ବୁଲିଲେ ବିଜେଡି ସାଂସଦ ପ୍ରାର୍ଥିନୀ ରଞ୍ଜିତା - Voting In Bargarh ASKA

ଏହାପରେ ଏୟାରପୋର୍ଟ ନୁଆ ରୋଡ଼ ସୋଭାଗ୍ୟ ନଗର ଦେଇ ସିଟି ଓମେନ୍ସ କଲେଜ ରୋଡ଼ ଦେଇ ଓୟୁଏଟି ଛକ ପରେ ଗଙ୍ଗନଗର ଓ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଆସିଥିଲା ରୋଡ଼ ସୋ । ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ ସରିଥିଲା । ଏନେଇ ମେୟର ସୁଲୋଚନା ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ୨୦୩୪ ସୁଦ୍ଧା ଓଡ଼ିଶାକୁ ଏକ ନମ୍ବର କରିବା ସହ ଆଗକୁ ନେବା ଭିଜନ ହିଁ ଲୋକଙ୍କୁ ଆକୃଷ୍ଟ କରିଛି । ଏହା ଜାରି ରହିବ । ଲୋକେ ନବୀନଙ୍କୁ ନିର୍ମଳ ଭାବମୂର୍ତ୍ତି ଓ ବିକାଶ ପାଇଁ ଭୋଟ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.