ଜଟଣୀରେ ହାଇଭୋଲ୍ଟେଜ ପ୍ରଚାର, ଆସାମ ମୁଖ୍ୟମନ୍ତ୍ରୀଙ୍କ ପରେ ଆଜି ପାଣ୍ଡିଆନ - Pandian Election Campaign

By ETV Bharat Odisha Team

Published : May 17, 2024, 10:40 PM IST

thumbnail
ଜଟଣୀରେ ହାଇଭୋଲ୍ଟେଜ ପ୍ରଚାର, ଆସାମ ମୁଖ୍ୟମନ୍ତ୍ରୀଙ୍କ ପରେ ଆଜି ପାଣ୍ଡିଆନ (ETV Bharat Odisha)

VK Pandian Election Campaign In Jatani: ଖୋର୍ଦ୍ଧା: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଲାଗି ପଡିଛି ବିଜୁ ଜନତା ଦଳ । ଆଗାମୀ ସାଧାରଣ ନିର୍ବାଚନରେ କିପରି ଦଳ ଭଲ ପଦର୍ଶନ କରିବ ସେଥିପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ରୋଡ଼ ସୋ' କରୁଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନଘନ ପ୍ରଚାରକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ମଧ୍ୟ ପ୍ରଚାରକୁ ଜୋରଦାର କରିଥିବା ଦେଖିବାକୁ ମିଳୁଛି । ଏହି ପରିପେକ୍ଷୀରେ ଆଜି ସନ୍ଧ୍ୟାରେ ଜଟଣୀରେ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି । 

ଜଟଣୀ ଖୁଦୁପୁର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଜୋରଦାର ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଜଟଣୀବାସୀଙ୍କୁ ନିବେଦନ କରିଛନ୍ତି । ସେହିପରି ଜନସାଧାରଣଙ୍କ ପାଇଁ ବିଜେଡି କରିଥିବା ବିଭିନ୍ନ ଯୋଜନା, ମିଶନ ଶକ୍ତି, ସ୍ବାସ୍ଥ୍ୟ କାର୍ଡ କଥା ଲୋକମାନଙ୍କୁ କହିଛନ୍ତି । ସେହିପରି ଜଟଣୀରେ ଥିବା ଜମି ସମସ୍ୟାର ସମାଧାନ ହେବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ମହିଳାଙ୍କ ସହ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ । ତେବେ ଗତକାଲି ଛତାବର ଠାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସଭା କେରି ରତ୍ନ ଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇଥିବା କହିବା ପରେ ଆଜି ଜଟଣୀରେ ପାଣ୍ଡିଆନଙ୍କ ଭୋଟ ପ୍ରଚାର ଜଟଣୀବାସୀଙ୍କ ଉପରେ କେତେ ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡିବ ।
ଏହା ମଧ୍ୟ ପଢ଼ନ୍ତୁ...ପ୍ରଚାରରେ କମ୍ପିବ ବଡଦାଣ୍ଡ, ମୋଦିଙ୍କ ରୋଡ ସୋକୁ କାଉଣ୍ଟର କରିବ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ - VK PANDIAN ROAD SHOW

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.