ETV Bharat / snippets

କାନ୍ଥ ତଳେ ଚାପି ହୋଇ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପରିବାର ଲୋକ- Labour Dies

author img

By ETV Bharat Odisha Team

Published : May 23, 2024, 4:27 PM IST

Labour Dies due to wall Collapsed
Labour Dies due to wall Collapsed (ETV Bharat Odisha)

Labour Dies: ରାଉରକେଲା: କାନ୍ଥ ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ । ରାଉରକେଲା ସହରର ଟିମ୍ବରକଲୋନି ଅଞ୍ଚଳର ମା’ ବୈଷ୍ଣବଦେବୀ ମନ୍ଦିର ନିକଟସ୍ଥ ବସ୍ତିରେ ଏହି ଘଟଣା ଘଟିଛି । ମୃତକ ଜଣକ ହେଲେ ଲାଠିକଟା ବ୍ଲକ ବିରକେରାର ଅର୍ଜୁନ ସାମଦ । ଗତ ତିନିଦିନ ଧରି ମହବତିଆ ସାହାଙ୍କ ଘର ତିଆରି କାମ କରୁବା ବେଳେ ଆଜି ପୁରୁଣାକାନ୍ତ ଭୁଶୁଡି ତାଙ୍କ ଉପରେ ପଡ଼ିଯାଇଥିଲା । ଗୁରୁତର ଅବସ୍ଥାରେ ଲୋକ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଅର୍ଜୁନଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ମହବତିଆ ସାହା ମୃତକଙ୍କ ପତ୍ନୀଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.