ETV Bharat / bharat

ନବବର୍ଷ 2024: ‘ଏହି ନୂତନ ବର୍ଷରେ ସମୃଦ୍ଧ ରାଷ୍ଟ୍ର ଗଠନର ସଙ୍କଳ୍ପ ନେବା’

author img

By ETV Bharat Odisha Team

Published : Dec 31, 2023, 10:45 PM IST

President Murmu Extended greetings : ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି । ସମୃଦ୍ଧ ସମାଜ ତଥା ରାଷ୍ଟ୍ର ଗଠନର ସଂଙ୍କଳ୍ପ ନେବାକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

ନବବର୍ଷ 2024: ‘ଏହି ନୂତନ ବର୍ଷରେ ସମୃଦ୍ଧ ରାଷ୍ଟ୍ର ଗଠନର ସଙ୍କଳ୍ପ ନେବା’
ନବବର୍ଷ 2024: ‘ଏହି ନୂତନ ବର୍ଷରେ ସମୃଦ୍ଧ ରାଷ୍ଟ୍ର ଗଠନର ସଙ୍କଳ୍ପ ନେବା’

ନୂଆଦିଲ୍ଲୀ: ବର୍ଷ 2023 ବିଦାୟ ନେଇଛି । ନବବର୍ଷ 2024କୁ ବେଶ ଉତ୍ସାହର ସହ ସ୍ବାଗତ କରୁଛି ବିଶ୍ବ । ଭାରତ ସମେତ ବିଶ୍ବର କୋଣ ଅନୁକୋଣରେ ନବବର୍ଷକୁ ସ୍ବାଗତ କରିବା ପାଇଁ ଉତ୍ସବ ପାଳନ ଜାରି ରହିଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଦେଶବାସୀଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତ । ଏହି ନୂତନ ବର୍ଷରେ ସମୃଦ୍ଧ ରାଷ୍ଟ୍ର ଗଠନର ସଙ୍କଳ୍ପ ନେବା ପାଇଁ ରାଷ୍ଟ୍ରପତି ମୁର୍ମୁ ଦେଶବାସୀଙ୍କୁ ଶେଭେଚ୍ଛା ବାର୍ତ୍ତାରେ ଆହ୍ବାନ ଦେଇଛନ୍ତି ।

  • President Droupadi Murmu @rashtrapatibhvn extends warm New Year greetings, urging citizens to pledge towards building a prosperous society and nation.

    "May the year 2024 bring happiness, peace and prosperity for all. May we continue to contribute to the progress of our country.… pic.twitter.com/3Gsxb4bh8J

    — DD India (@DDIndialive) December 31, 2023 " class="align-text-top noRightClick twitterSection" data=" ">

ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି,‘‘ ନୂତନ ବର୍ଷର ଆଗମନ ହେଉଛି ନୂତନ ସଂକଳ୍ପ ଏବଂ ଲକ୍ଷ୍ୟ ସହିତ ଆଗକୁ ବଢିବାର ଏକ ସୁଯୋଗ । ବର୍ଷ 2024 ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଦେଉ । ଆମେ ଦେଶର ପ୍ରଗତିରେ ଆମେ ଅବଦାନ ଜାରି ରଖିବା । ଆସନ୍ତୁ ନୂତନ ବର୍ଷକୁ ସ୍ୱାଗତ କରିବା ଏବଂ ସମୃଦ୍ଧ ସମାଜ ତଥା ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେବା ।’’

ବିଦାୟ ନେଇଛି ବର୍ଷ ୨୦୨୩ । ଭାରତରେ ନୂତନ ବର୍ଷ ପ୍ରବେଶ କରିବା ପାଇଁ ଆଉ କିଛି ଘଣ୍ଟା ବାକିଥିବା ବେଳେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ନୂତନ ବର୍ଷକୁ ସ୍ବାଗତ କରାଯାଇଛି । ଏହା ସହ ଅଷ୍ଟ୍ରେଲିଆ ଓ ଅନ୍ୟ ପୂର୍ବ ଦେଶମାନେ ମଧ୍ୟ ନବବର୍ଷକୁ ସ୍ବାଗତ କରିଛନ୍ତି । ଭାରତରେ ମଧ୍ୟରାତ୍ରୀରେ ନବବର୍ଷ ପ୍ରବେଶ କରିବ । ଏହା ପୂର୍ବରୁ ଆଜି ବିଭିନ୍ନ ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ଜାରି ରହିଛି । ସମସ୍ତେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ନାଚଗୀତରେ ଝୁମୁଛନ୍ତି । ମଧ୍ୟରାତ୍ରୀରେ ନବବର୍ଷ 2024 କୁ ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ଏହାପରେ ସମୟ ବ୍ୟବଧାନରେ କ୍ରମଶଃ ପଶ୍ଚିମ ରାଷ୍ଟ୍ରମାନେ ମଧ୍ଯ ନବ ପ୍ରବେଶ ପାଳନ କରିବେ । ସମୟର ବ୍ୟବଧାନ ଥିବାରୁ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ କିଛି ଘଣ୍ଟା ବ୍ୟବଧାନରେ ନବବର୍ଷ ପାଳନ କରାଯାଏ ।

ଏହା ମଧ୍ୟ ପଢନ୍ତୁ :-ନୂଆବର୍ଷ ୨୦୨୪କୁ ସ୍ବାଗତ କଲା ନ୍ୟୁଜିଲାଣ୍ଡ, ଆତସବାଜିରେ ଝଲସିଲା ଅକଲାଣ୍ଡ

ତେବେ ବିଦାୟୀ ବର୍ଷ 2023 ଯେତିକି ଘଟଣା ବହୁଳ ଥିଲା ଆଗାମୀ ବର୍ଷ ମଧ୍ୟ ସେତିକି ସଫଳତା ଆଣିବ ବୋଲି ସମସ୍ତେ ବେଶ ଆଶାବାଦୀ । ଭାରତରେ ବିଭିନ୍ନ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳେ । ନବବର୍ଷକୁ ଆଧ୍ୟାତ୍ମିକତାର ସହ ଓ ଦେବାଦେବୀଙ୍କ ଦର୍ଶନରୁ ଆରମ୍ଭ କରିବା ପାଇଁ ଆସନ୍ତାକାଲି ବିଭିନ୍ନ ମନ୍ଦିରରେ ପୂର୍ବ ବର୍ଷମାନଙ୍କ ପରି ଗହଳି ଦେଖିବାକୁ ମିଳିବ । ସେଥିପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.