ଆରମ୍ଭ ହେଲା ମାଟି ମାଆ ଓ ବୃକ୍ଷ ଉପାସନାର ପର୍ବ କରମସାନି

By ETV Bharat Odisha Team

Published : Sep 27, 2023, 8:05 PM IST

thumbnail

ସୁବର୍ଣ୍ଣପୁର: ଆରମ୍ଭ ହୋଇଛି ଆଦିବାସୀମାନଙ୍କ କୃଷି ଭିତ୍ତିକ କରମସାନି ପର୍ବ । ମୁଖ୍ୟତଃ ପଶ୍ଚିମ ଓଡିଶାର ଆଦିବାସୀ ସମ୍ପ୍ରଦାୟର ଏହି ପୂଜା କରିଥାନ୍ତି । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ଫସଲ ଭଲ ହେବା ସହ ଧନ,ଜନ,ଲକ୍ଷ୍ମୀ ପ୍ରାପ୍ତି ହେବାର ବିଶ୍ୱାସ ରହିଛି ।  ଏଥିପାଇଁ ଭାଦ୍ରବ ମାସରେ ଆଦିବାସୀ ସଂସ୍କୃତିର ଏହି ମହାନ ପର୍ବ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି । ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେଉଥିବା ଏହି ପର୍ବ ଭାଦ୍ରବ ଶୁକ୍ଳ ଦ୍ୱାଦଶ ତିଥିରେ ସମାପ୍ତି ହୋଇଥାଏ ।  
 

ଏହି ପର୍ବର ମୁଖ୍ୟ ଆକର୍ଷଣ ହେଲା ଆଦିବାସୀମାନଙ୍କର କରମସାନି ନୃତ୍ୟ । ଶରତ ଋତୁର ଆଗମନରେ ଶୁକ୍ଳ ଏକାଦଶୀ ତିଥିର ହାଲକା ହାଲକା ଶୀତୁଆ ସଂଧ୍ୟାରେ ଆରମ୍ଭ ହୁଏ ଏହି ପର୍ବ । ଦେବୀ ମାଆ କରମସାନିଙ୍କ ପୂଜା ଆରାଧନା ପରେ ବ୍ରତଧାରୀମାନେ ନିଷ୍ଠାର ସହ କରମସାନିଙ୍କ ଆରାଧନା କରିଥାନ୍ତି । ଏହା ପର୍ବରେ ଛୁଆଠୁ ବୃଦ୍ଧ ଯାଏଁ ସଭିଏଁ ମାଦଳର ସୁରେ ସୁରେ ଆଦିବାସୀ ନୃତ୍ୟ କରିଥାନ୍ତି । କୃଷି ଭିତ୍ତିକ କରମସାନି ପର୍ବ ପାଳନ କଲେ ମାଟି ମାଆ ବର୍ଷ ସାରା ଆହାର ପ୍ରଦାନ କରେ ବୋଲି ଆଦିବାସୀମାନଙ୍କର ବିଶ୍ୱାସ ରହିଛି ।

ଏହା ମଧ୍ୟ ପଢନ୍ତୁ...World Tourism Day: ବାଲୁକା ଚିତ୍ରକଳାରେ ପର୍ଯ୍ୟଟନ ଦିବସର ସଚେତନତା ବାର୍ତ୍ତା

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.