World Tourism Day: ବାଲୁକା ଚିତ୍ରକଳାରେ ପର୍ଯ୍ୟଟନ ଦିବସର ସଚେତନତା ବାର୍ତ୍ତା

By ETV Bharat Odisha Team

Published : Sep 27, 2023, 10:47 AM IST

thumbnail

ପୁରୀ: ଆଜି ହେଉଛି ବିଶ୍ଵ ପର୍ଯ୍ୟଟନ ଦିବସ । ଏହି ଅବସରରେ ଆକର୍ଷଣୀୟ ବାଲୁକା ଚିତ୍ରକଳାରେ ପର୍ଯ୍ୟଟନ ଦିବସକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନୀଳାଦ୍ରି ବିଚ୍‌ରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି । ପର୍ଯ୍ୟଟନ ମାନଚିତ୍ରରେ ଅଧିକରୁ ଅଧିକ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ସ୍ଥାନ ଯୋଡ଼ିବାକୁ ନିଜର ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପ୍ରକୃତି ଆମକୁ ଅନେକ ସୁନ୍ଦର ମନୋରମ ସ୍ଥାନ ଦେଇଛି । ସେହି ସ୍ଥାନକୁ ଗଲେ ମନ ଆନନ୍ଦ ରହିବା ସହ ଅନେକ କିଛି ଶିଖିବାକୁ ମିଳିଥାଏ । ପ୍ରକୃତିର ଅବଦାନ ବିଷୟରେ ଜ୍ଞାନ ମିଳିଥାଏ । ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ଲୋକେ ସଚେତନ ହେବା ସହ ଏହାର ସୁରକ୍ଷା ମଧ୍ୟ ହୋଇଥାଏ । ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ବିଶ୍ଵ ପର୍ଯ୍ୟଟନ ଦିବସ ଭାବେ ସାରା ବିଶ୍ଵରେ ପାଳନ କରାଯାଏ । ପର୍ଯ୍ୟଟନର ପ୍ରଚାର ପ୍ରସାର ଏହି ଦିବସର ମୂଳ ଉଦ୍ଦେଶ୍ୟ । ପର୍ଯ୍ୟଟନ ବଢ଼ିବା ଦ୍ଵାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ । ଲୋକମାନେ ନିଯୁକ୍ତି ପାଇଲେ ଦେଶ ଓ ରାଜ୍ୟର ଅର୍ଥନୀତି ମଜଭୁତ ହୋଇଥାଏ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.