Viral Video: ରଙ୍ଗ ବଦଳାଉଛି ଶାଢୀ, ଚର୍ଚ୍ଚାରେ ତେଲୁଗୁ ବୁଣାକାର

By ETV Bharat Odisha Team

Published : Sep 26, 2023, 9:18 PM IST

thumbnail

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ତେଲେଙ୍ଗାନା ରଜନ୍ନା-ସିରିସିଲ୍ଲା ଜିଲ୍ଲାର ବୁଣାକାର ନାଲା ବିଜୟ । ସୁଗନ୍ଧମୟ ଶାଢୀ, ସୁନା ଖଚ୍ଚିତ ଶାଢୀ ପରେ ଏବେ ରଙ୍ଗ ବଦଳାଉଥିବା ଶାଢୀ ବୁଣିଛନ୍ତି । ଗତକାଲି (ସୋମବାର) ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କେଟି ରାମା ରାଓ (KTR) ଏହି ଶାଢୀର ଉନ୍ମୋଚନ କରିଛନ୍ତି । ଏହି ଶାଢୀରେ 30 ଗ୍ରାମ ସୁନା ସହ 500 ଗ୍ରାମ ରୂପା ଲାଗିଛି । ଯାହାକି କେତେବେଳେ ରୂପା ରଙ୍ଗ ଭଳି ଦିଶୁଥିବା ବେଳେ ଆଉ କେତେବେଳେ ସୁନେଲି ଓ ଗୋଲାପି ରଙ୍ଗ ଭଳି ଦୃଶ୍ୟମାନ ହେଉଛି । 

ଏହା ବି ପଢନ୍ତୁ-  Saree with gold: ଚାହିଦାରେ ତେଲେଙ୍ଗାନା ବୁଣାକାରଙ୍କ ଶାଢୀ, ମୂଲ୍ୟ 1.80 ଲକ୍ଷ

ଏହି ଶାଢୀକୁ ବୁଣିବା ଲାଗି ବିଜୟଙ୍କୁ 1 ମାସ ସମୟ ଲାଗିଥିଲା । ଏହାର ଲମ୍ବ ସାଢେ 6 ମିଟର ରହିଥିବା ବେଳେ ଓସାର 48 ଇଞ୍ଚ ଏବଂ ଓଜନ 600 ଗ୍ରାମ ରହିଛି । ନିଜର ସ୍ବତନ୍ତ୍ର ଧରଣର ଶାଢୀ ଲାଗି ରାଜ୍ୟ ସମେତ ଦେଶରେ ବେଶ ଜଣାଶୁଣା ବିଜୟ । ହାଇଦ୍ରାବାଦର ଜଣେ ବ୍ୟବସାୟୀ ନିଜ ଝିଅର ବିବାହ ଲାଗି ଏହି ଶାଢୀ ଅର୍ଡର ଦେଇଥିଲେ । ଏହାର ମୂଲ୍ୟ 1.80 ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।  

ଏହା ବି ପଢନ୍ତୁ- ତେଲେଙ୍ଗାନା ବୁଣାକାରଙ୍କ କମାଲ, ତିଆରି କଲେ ସୁଗନ୍ଧମୟ ଶାଢୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.