ବଢୁଛି ଜଳସ୍ତର, ହୀରାକୁଦରୁ 10ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

By ETV Bharat Odisha Team

Published : Sep 30, 2023, 4:33 PM IST

thumbnail

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ମୋଟ 10ଟି ଗେଟ ଯୋଗେ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ବର୍ଷା ଲାଗିରହିଛି । ଫଳରେ ହୀରାକୁଦର ଜଳସ୍ତର 630 ଫୁଟ ପାଖାପାଖି ହେବାରୁ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ 10ଟି ଗେଟ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ଆଜି ଦିନ 12ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ହୀରାକୁଦର ଜଳସ୍ତର 629.52 ଫୁଟ ରହିଛି । ହୀରାକୁଦର ବାମ ପାର୍ଶ୍ଵରୁ 7ଟି ଓ ଡାହାଣ ପାର୍ଶ୍ଵରୁ 3ଟି ଗେଟ ଖୋଲା ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 89 ହଜାର 279 କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ 10ଟି ଗେଟ ଯୋଗେ ସେକେଣ୍ଡ ପ୍ରତି ପ୍ରାୟ 2 ଲକ୍ଷ 5ଶହ 78 କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି ।

ହୀରାକୁଦର ତଳ ମୁଣ୍ଡରେ ବେଲଗାଁ ଠାରେ 12 ହଜାର 800 କ୍ୟୁସେକ, ପଥରଲା ଠାରେ 50 ହଜାର 154 କ୍ୟୁସେକ, ଖଇରମାଲ ଠାରେ 2ଲକ୍ଷ 14 ହଜାର 500 କ୍ୟୁସେକ, ବରମୁଳ ଠାରେ 2ଲକ୍ଷ 8ହଜାର 250 କ୍ୟୁସେକ ଓ ମୁଣ୍ଡୁଳି ଠାରେ 1ଲକ୍ଷ 78ହଜାର 344 କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି । ଆଗକୁ ଆବଶ୍ୟକ ପଡିଲେ ଆହୁରି ଗେଟ ଖୋଲା ଯାଇପାରେ ବୋଲି କର୍ତ୍ତୃପକ୍ଷ  ସୂଚନା ଦେଇଛନ୍ତି । 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.