ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ, ଫୁଟବଲ ଖେଳାଳିଙ୍କୁ କଲେ ଉତ୍ସାହିତ

By ETV Bharat Odisha Team

Published : Dec 4, 2023, 1:11 PM IST

thumbnail

ଢେଙ୍କାନାଳ: ଦିନିକିଆ ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟରେ ଓଡ଼ପଡ଼ା ବ୍ଲକ ସାଇଁବିରି ଖେଳ ପଡ଼ିଆରେ ଜୟ ଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ ଫୁଟବଲ ଖେଳାଳୀଙ୍କୁ ଉତ୍ସାହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

ରବିବାର ଦିନ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳକୁ ଦିନିକିଆ ଗସ୍ତ କରିଛନ୍ତି । ସେଠାରେ ଓଡ଼ପଡା ବ୍ଲକ ସାଇଁବିରି ଖେଳ ପଡ଼ିଆରେ ଜୟଦୁର୍ଗା ଫୁଟବଲ କ୍ଲବ ପକ୍ଷରୁ ଆୟୋଜିତ ମାନସ ରମେଶ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଫୁଟବଲ ଖେଳାଳି ଓ ଫୁଟବଲ ପ୍ରେମୀମାନଙ୍କୁ ଉତ୍ସାହିତ କରି ଫୁଟବଲ ଖେଳ ମଣିଷକୁ ସଂସ୍କାର ଓ ଶୃଙ୍ଖଳିତ ଶିଖାଇଥାଏ ବୋଲି ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜଣେ ପ୍ରେରିତ ବ୍ୟକ୍ତିତ୍ୱ: ଧର୍ମେନ୍ଦ୍ର ପ୍ରଧାନ

ଫୁଟବଲର ଫାଇନାଲ ମ୍ୟାଚ୍‌ ଢେଙ୍କାନାଳ ନରଣପୁରର ପପୁଲାର କ୍ଲବ ଏବଂ ଅନୁଗୁଳ ବାବା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପଡ଼ିଆରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଉଭୟ ଦଳର ଖେଳାଳୀଙ୍କ ସହ ମିଶିବା ପରେ କିଛି ସମୟ ଧରି ଫୁଟବଲ ମ୍ୟାଚର ମଜା ନେଇଥିଲେ । ଆଗାମୀ ଦିନରେ ଖେଲୋ ଇଣ୍ଡିଆ ଜରିଆରେ ସାଇଁବିରିରେ ଏକ ଉନ୍ନତ ମାନର ଷ୍ଟାଡିୟମ ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ମନ୍ତ୍ରୀଙ୍କୁ ଏକ ବିରାଟ ପଟୁଆରରେ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ଭଜନ କୀର୍ତ୍ତନ ସାଙ୍ଗକୁ ସାଂସ୍କୃତିକ ଶୋଭାଯାତ୍ରାରେ ଖେଳ ପଡିଆକୁ ପାଛୋଟି ନେଇଥିଲେ । ପରେ ପଡ଼ିଆରେ ଆୟୋଜକଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଁନ୍ଦିଆ ଗସ୍ତ କରି ବଣିଆପଡା ଗ୍ରାମରେ ପୋଷ୍ଟ ଅଫିସର ଏକ ଶାଖା ଉଦ୍ଘାଟନ କରିଛନ୍ତି । ପରେ ଚନ୍ଦ୍ରପୁରଠାରେ ଶ୍ରୀରାମ ଚାରଣ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ 4 ରାଜ୍ୟର ନିର୍ବାଚନ ଫଳାଫଳ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି,"ସାଧାରଣ ଲୋକମାନେ ମୋଦିଙ୍କ ଉପରେ ବିଶ୍ବାସ କରିଛନ୍ତି ।"

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.