ETV Bharat / state

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜଣେ ପ୍ରେରିତ ବ୍ୟକ୍ତିତ୍ୱ: ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Dec 3, 2023, 5:28 PM IST

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁଜାଙ୍ଗ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଜିଲ୍ଲା ଗୁରୁଜାଙ୍ଗ ସହର ସାହିରେ ପ୍ରତିଷ୍ଠିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବିଭିନ୍ନ ସମାଜ ସଂସ୍କାର କାର୍ଯ୍ୟକୁ ମନେ ପକାଇବା ସହ ତାଙ୍କ ଗୁଣଗାନ କରିଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଥିଲେ ଜଣେ ପ୍ରେରିତ ବ୍ୟକ୍ତି ଥିଲେ । ସମାଜ ପାଇଁ ସେ ଅନେକ ସୁଧାର ଆଣିଥିଲେ । ଝିଅ ମାନଙ୍କୁ ଶିକ୍ଷା, ଗରିବ ଆଦିବାସୀ ମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ସେ କାମ କରିବା ସହ ହିନ୍ଦୁ ଧର୍ମକୁ ବଞ୍ଚାଇ ରଖିବାର ଉଦ୍ୟମ ବିଷୟରେ କହିଥିଲେ ।

ଏହାମଧ୍ୟ ପଢନ୍ତୁ..ସୁନ୍ଦରଗଡରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଏକାଧିକ ପ୍ରକଳ୍ପ ସହ କେନ୍ଦ୍ରୀୟ ବିଦ୍ୟାଳୟର କଲେ ଉଦଘାଟନ

ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ସହର ସାହିରେ ପ୍ରତିଷ୍ଠା ହୋଇଛି ସମାଜ ସଂସ୍କାରକ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକ ବିରାଟ ପ୍ରତିମୂର୍ତ୍ତି । ଯାହାର ଆଜି ଅନାବରଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଉଦ୍ୟମତା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଥିଲେ ଜଣେ ପ୍ରେରିତ ବ୍ୟକ୍ତି । ସମାଜ ପାଇଁ ସେ ଅନେକ ସୁଧାର ଆଣିଥିଲେ । ଝିଅ ମାନଙ୍କୁ ଶିକ୍ଷା ଦେବା, ଗରିବ ଆଦିବାସୀ ମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ସେ କାମ କରିବା ସହ ହିନ୍ଦୁ ଧର୍ମକୁ ବଞ୍ଚାଇ ରଖିବାର ପ୍ରୟାସ କରିଥିଲେ । ଶେଷରେ ନିଜ ମାଟି ଓ ନିଜ ଧର୍ମ ପାଇଁ ପ୍ରାଣବଳି ମଧ୍ୟ ଦେଇଥିଲେ । ସ୍ୱାମୀଙ୍କ ପ୍ରେରଣାରେ ପ୍ରେରିତ ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ..ଅନୁଗୋଳ ବିଜେପିରେ ମିଶ୍ରଣ ପର୍ବ, କେନ୍ଦ୍ରମନ୍ତ୍ରୀ କହିଲେ ଦଳୀୟ ସଂଗଠନ ହେବ ଆହୁରି ମଜଭୁତ

ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଦୀର୍ଘ ୧୬ ବର୍ଷ ପରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବା ସୂଚନା ରହିଛି । ଏହି ପ୍ରତିମୂର୍ତ୍ତି ଅନାବରଣ ହେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ପାରମ୍ପରିକ ବାଦ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଅନାବରଣ ପୂର୍ବରୁ ରୀତିନୀତି ଅନୁଯାୟୀ ବେଦମନ୍ତ୍ର ପାଠ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା ।ଏହା ପରେ କେନ୍ଦ୍ରମନ୍ତ୍ରୀ ଏହି ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ସାଧାରଣ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବେଶ ସକ୍ରିୟ ରହିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳୀୟ କର୍ମୀମାନଙ୍କୁ ନେଇ ସଭାସମିତି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.