8 ବର୍ଷ ପରେ ପୁଣି ପରଦାରେ କମାଲ କରିବେ ବାବୁସାନ-ଏଲିନା ଯୋଡି, ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାର - Interview With Babushaan Elina

By ETV Bharat Odisha Team

Published : May 16, 2024, 10:50 PM IST

thumbnail
upcoming odia film power (ETV Bharat Odisha)


ଭୁବନେଶ୍ବର: ଜୁନ ୧୨ ତାରିଖରେ ବଡ଼ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ପାବାର'। ସୁପରଷ୍ଟାର ବାବୁସାନଙ୍କୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଥିବାବେଳେ ଏଥର ନୂଆ ରୂପରେ ରଜ ବଜାରରେ ବାବୁସାନକୁ ଦେଖିବାକୁ ପାଇବେ ଦର୍ଶକ । ପ୍ରଥମ ଥର ପାଇଁ ବାବୁସାନ ଫିଲ୍ମ ପ୍ରଡକ୍ସନ ଏହି ସିନେମା ପ୍ରସ୍ତୁତ ହୋଇଥିବାବେଳେ ୮ ବର୍ଷ ପରେ ଏଲିନା ଓ ବାବୁସାନଙ୍କ ଯୋଡି଼ ଦେଖିବେ ଦର୍ଶକ । ଦୁହିଁଙ୍କ ଯୋ଼ଡି ପୁଣିଥରେ ରଜ ବଜାରରେ ଧମାଲ କରିବ ବୋଲି ଆଶାବାଦୀ ପ୍ରଯୋଜକ ।

ଏହା ବି ପଢନ୍ତୁ...ରଜରେ ଧମାକା କରିବେ ବାବୁସାନ, ରିଲିଜ ହେବ ଓଡ଼ିଆ ଫିଲ୍ମ 'ପାବାର' - Odia Film Pabar Release

ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବ ବୋଲି ପ୍ରଯୋଜନା ସଂସ୍ଥା କହିଥିବାବେଳେ ସିନେମାକୁ ନେଇ କେତେ ଆଶାବାଦୀ ଉଭୟ ସେନେଇ ସାକ୍ଷାତକାରରେ ନିଜର ମତ ରଖିଛନ୍ତି । ସାଧାରଣ ଲୋକର 'ପାବାର'କୁ ନେଇ ସିନେମାଟି ଗତିଶୀଳ ହୋଇଛି। ଯେଉଁଥିରେ ବାବୁସାନ ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧନରେ ସଚେତନତା କରିଛନ୍ତି । ଆଉ ଶିକ୍ଷା ମାଧ୍ୟମରେ ନିଜେ ଶିକ୍ଷିତ ହେବା ସହ ଗାଁର ବିକାଶ ବି କରିଛନ୍ତି ଓ ସାଧାରଣ ଭୋଟରର ପାୱାର ଦେଖାଇଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.