ETV Bharat / state

ରଜରେ ଧମାକା କରିବେ ବାବୁସାନ, ରିଲିଜ ହେବ ଓଡ଼ିଆ ଫିଲ୍ମ 'ପାବାର' - Odia Film Pabar Release

author img

By ETV Bharat Odisha Team

Published : May 16, 2024, 12:20 PM IST

Updated : May 16, 2024, 12:44 PM IST

Odia Film Pabar Release Date: ପୁଣି ପରଦାରେ ଦେଖିବାକୁ ମିଳିବ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତି । ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ 'ପାବାର' । ରଜ ଅବସରରେ ଏହି ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଫିଲ୍ମକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଅଧିକ ପଢନ୍ତୁ,

ରଜରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପାବାର'
ରଜରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପାବାର' (ETV Bharat Odisha)

ରଜରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପାବାର' (ETV Bharat Odisha)

ଭୁବନେଶ୍ୱର: ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ 'ମାଲ୍ଯଗିରି'ର ଦମଦାର ସଫଳତା ପରେ ପୁଣି ଧମାକା କରିବାକୁ ପ୍ରସ୍ତୁତ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କ ଅଭିନୀତ ଓଡ଼ିଆ ଫିଲ୍ମ 'ପାବାର' । ଏହି ଫିଲ୍ମଟି ଜୁନ ୧୨ରେ ରିଲିଜ ହେବ । ତେବେ ରଜ ଅବସରରେ ଫିଲ୍ମଟି ରିଲିଜ ହେବାକୁ ଥିବା ବେଳେ ଫିଲ୍ମଟି ଲୋକଙ୍କ ମଜାକୁ ଦ୍ୱିଗୁଣିତ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା । ସେପଟେ ନିଜ ପ୍ରିୟ ଷ୍ଟାରଙ୍କୁ ପୁଣି ପରଦାରେ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

'ପାବାର'ର ଅଭିନେତା ସହ ନିର୍ମାତା ବି ଅଟନ୍ତି ବାବୁସାନ

ପ୍ରଥମଥର ପାଇଁ ବାବୁସାନ ଫିଲ୍ମ ପ୍ରଡକ୍ସନ ଏହି ସିନେମା ପ୍ରସ୍ତୁତ କରିଛି । ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଫିଲ୍ମର ପ୍ରଯୋଜକ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି । ବାବୁସାନ ଫିଲ୍ମସ ଓ ଆମର ଷ୍ଟୁଡିଓ ବ୍ୟାନରରେ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବାବୁସାନ ମହାନ୍ତି ଓ ଏଲିନା ସାମନ୍ତରାୟ । କାହାଣୀ ଲେଖିଛନ୍ତି ଅମିତ କୁମାର ଦାସ ଓ ପ୍ରଣବ ପ୍ରସନ୍ନ ଦାସ।ସେହିପରି ଫିଲ୍ମ ରେ ଦୁଇଟି ହିତ ଗୀତ ରହିଥିବା ବେଳେ ସଂଗୀତ ଲେଖିଛନ୍ତି ଯୁବ ନିର୍ଦ୍ଦେକ ଗୌରବ ଆନନ୍ଦ ।

'ପାବାର' ଷ୍ଟାରକାଷ୍ଟ

ତେବେ ଏହି ଫିଲ୍ମରେ ବାବୁସାନ ଏବଂ ଏଲିନାଙ୍କ ସମେତ ବହୁ ଜଣାଶୁଣା କଳାକାର ଅଭିନେତା ଚୌଧୁରୀ ବିକାଶ ଦାସ, ରବି ମିଶ୍ର ,କ୍ରୀଷ୍ଣା କର ,ଉଦିତ ଗୁରୁ କମେଡିଆନ ଗୁରୁ ଓ ଭକ୍ତ ଅଭିନୟ କରିଛନ୍ତି । ତେବେ ୮ ବର୍ଷ ପରେ ଏଥର ରଜରେ ମୁଖ୍ୟ ଭୂମିକାରେ ଏଲିନା ଓ ବାବୁସାନକୁ ନେଇ ଫିଲ୍ମ ନିର୍ମାଣ ହୋଇଥିବା ବେଳେ ଦୁହିଁଙ୍କ ଯୋଡି ପୁଣିଥରେ ରଜ ବଜାରରେ ଧମାଲ ମଚେଇବେ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

'ପାବାର' ଫିଲ୍ମର କାହାଣୀ

ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ସାଧାରଣ ଲୋକର 'ପାୱାର' ଏବଂ ନିର୍ବାଚନୀ ସଚେତନତାକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି । ଯେଉଁଥିରେ ଗାଁର ଜଣେ ସାଧାସିଧା ପିଲାର ପାୱାର କେମିତି ହୋଇଥାଏ ଆଉ ସେ ଚାହିଁଲେ କିଭଳି ସମସ୍ତଙ୍କର ପାୱାର ବଦଳାଇ ଦେଇପାରେ ତାହା ଏହି ସିନେମାରେ ଦେଖିବାକୁ ମିଳିବ। ଏହାସହ ଶିକ୍ଷା କିଭଳି ମଣିଷକୁ ପରିବର୍ତ୍ତନ ଓ ପରିମାର୍ଜିତ କରେ ତାହା ମଧ୍ୟ ଦେଖିବାକୁ ମିଳିବ । କମେଡି ଏମୋସନ ରୋମାନ୍ସ ର ପ୍ୟାକେଜ ସହ ଏଥିରେ ଭୋଟ ସଚେତନତା ଦିଗରେ ଦର୍ଶାଯାଇଛି । ଗାଁର ଜଣେ ସାଧାରଣ ଯୁବକ ଚରିତ୍ରରେ ବାବୁସାନ ଓ ଅଙ୍ଗନବାଡି ଦିଦି ଚରିତ୍ରରେ ଏଲିନା ନଜର ଆସିବେ । ତେବେ ପରିବାରବାଦ, ଲଭ, ରୋମାନ୍ସ ଓ କମେଡିର ଭରପୁର ପ୍ୟାକେଜକୁ ନେଇ ଏହି ସିନେମା ରଜରେ ରିଲିଜ ହେବାକୁ ଥିବା ବେଳେ ନିଶ୍ଚୟ ଓଡ଼ିଆ ଦର୍ଶକକୁ ଛୁଇଁବ ଏବଂ ରଜରେ ରାଜ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ: ମନ ଜିତୁଛି ମାଲ୍ୟଗିରି, ଥିଏଟରରେ ଜମୁଛି ଦର୍ଶକଙ୍କ ଭିଡ଼

ଇଟିଭି ଭାରତ, ଭୁବନେଶ୍ୱର

Last Updated :May 16, 2024, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.