ଟେବୁଲ୍ ଟେନିସ ଚମ୍ପିଆନସିପ ଆରମ୍ଭ, ରାଜ୍ୟରେ ହେବ କ୍ରୀଡ଼ାର ବିକାଶ

By

Published : Aug 13, 2023, 9:42 AM IST

thumbnail

କଟକ: ରାଜ୍ୟରେ ଟେବୁଲ ଟେନିସ କ୍ରୀଡ଼ାର ହେଉଛି ବିକାଶ । ତୃଣମୂଳସ୍ତରରୁ ଓ ସ୍କୁଲସ୍ତରରୁ ଖେଳାଳି ଭାରତରେ ଓଡିଶାକୁ କରିବେ ଗୌରବାନ୍ବିତ । ଏନେଇ ରାଜ୍ୟ ସଙ୍ଘ ଅନେକ ମେଗା ପ୍ରତିଯୋଗିତାର ଆୟୋଜନ କରୁଥିବା ବେଳେ 12ତାରିଖରୁ କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସ୍କୁଲ ଓ ରାଜ୍ୟ ରାଙ୍କିଂ ଟେବୁଲ୍ ଟେନିସ ଚାମ୍ପିଅନସିପ ଆରମ୍ଭ ହୋଇଛନ୍ତି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା । ଏହି ଚାମ୍ପିଅନସିପରେ ରାଜ୍ୟର ପାଖାପାଖି ୬୯ଟି ସ୍କୁଲର ବାଳକ ଓ ବାଳିକା ବର୍ଗରେ ୪୦୦ ଜଣ ଖେଳାଳୀ ଭାଗ ନେଇଛନ୍ତି । 

ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍କୁଲ ପ୍ରତିଯୋଗିତା ଚାଲିବ । ଏହା ପରେ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ରାଜ୍ୟ ରାଙ୍କିଂ ଟେବୁଲ୍ ଟେନିସ ଚାମ୍ପିଅନସିପ । ସବ ଜୁନିଅର, ଜୁନିଅର ଓ ସିନିୟର୍ ବର୍ଗର ଖେଳାଳୀ ଏହି ଚମ୍ପିଆନସିପରେ ଭାଗ ନେଇଛନ୍ତି । ଭଲ ପ୍ରଦର୍ଶନ କରୁଥିବା ଖେଳାଳୀ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଚୟନ ହେବା ସହ ଜାତୀୟ ରାଙ୍କିରେ ସ୍ଥାନ ପାଇବେ ବୋଲି କହିଛନ୍ତି ରାଜ୍ୟ ଟେବୁଲ୍ ଟେନିସ ସଂଘ ସଂପାଦକ ।  

ଏହା ମଧ୍ୟ ପଢନ୍ତୁ: Asian champions trophy 2023 Final: ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ରାଜ୍ୟ ଟେବୁଲ୍ ଟେନିସ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡ଼ା କହିଛନ୍ତି,‘‘ ପୂର୍ବରୁ ଓଡିଶାରେ ଟେବୁଲ ଟେନିସକୁ ନେଇ ଏତେ ସାରା ସ୍କୋପ ନଥିଲା । ଯେଉଁଥି ପାଇଁ ଅନେକ ଖେଳାଳି ବଣ ମଲି ପରି ଆଗକୁ ଆସି ପାରୁ ନଥିଲେ । ବର୍ତ୍ତମାନ ସମୟରେ କିନ୍ତୁ ସମୟ ପରିବର୍ତ୍ତନ ହେବା ସହ ନୂତନ ଜ୍ଞାନ କୌଶଳ ସହ ଭିତ୍ତିଭୂମିରେ ମଧ୍ୟ ବିକାଶ ହେଲାଣି । ତେଣୁ ପ୍ରତ୍ୟକ ଖେଳାଳି ବର୍ତ୍ତମାନ ନିଜର ଭବିଷ୍ୟତ ଗଡ଼ିବାରେ କୌଣସି ସମସ୍ୟା ନାହିଁ ।’’ 
 
ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.