ETV Bharat / bharat

ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲା; ଦିଲ୍ଲୀ ସିଏମଙ୍କ ବ୍ୟକ୍ତିଗତ ସଚିବଙ୍କୁ ସମନ - Swati Maliwal Assault case

author img

By ETV Bharat Odisha Team

Published : May 16, 2024, 4:41 PM IST

NCW SUMMONS DELHI CM PA: ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲା । ଦିଲ୍ଲୀ ସିଏମଙ୍କ ବ୍ୟକ୍ତିଗତ ସଚିବଙ୍କୁ ସମନ ଜାରି କଲା ଜାତୀୟ ମହିଳା କମିଶନ । ଅଧିକ ପଢନ୍ତୁ

SWATI MALIWAL ASSAULT CASE
SWATI MALIWAL ASSAULT CASE (ETV Bharat)

ନୂଆଦିଲ୍ଲୀ: ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଦ୍ବାରା ଦୁର୍ବ୍ୟବହାର ମାମଲା । ଜାତୀୟ ମହିଳା ଆୟୋଗ ବିଭବ କୁମାରଙ୍କୁ ଆଜି ଜାରି କରିଛି ସମନ । ମେ 17 ତାରିଖ ତଥା ଆସନ୍ତାକାଲି ଦିନ 11ଟା ସୁଦ୍ଧା କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ସେପଟେ ସ୍ବାତୀ ମାଲିୱାଲଙ୍କ ବାସଭବନରେ ପହଞ୍ଚିଛି ଦିଲ୍ଲୀ ପୋଲିସ । ଘଟଣା ସମ୍ପର୍କରେ ପୋଲିସ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି ।

ଗତ ମେ 13 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ସ୍ବାତୀଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ନାଁରେ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ଏହି ଅଭିଯୋଗ ଆଣିଥିଲେ ସ୍ବାତୀ । ଏହାପରେ ଘଟଣା ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ଲାଗି ଦିଲ୍ଲୀ ପୋଲିସ ସ୍ବାତୀଙ୍କ ବାସଭବନରେ ପହଞ୍ଚିଛି । କିନ୍ତୁ ଏଯାବତ ଦିଲ୍ଲୀ ପୋଲିସକୁ ସ୍ବାତୀ ମାଲିୱାଲଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଦାଏର କରାଯାଇନାହିଁ ବୋଲି ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ସ୍ବାତୀ ମାଲିଓ୍ବାଲ ମାମଲାରେ ଚୁପ ରହିଲେ କେଜ୍ରିଓ୍ବାଲ, ବିଜେପିକୁ ପାଲଟା ଟାର୍ଗେଟ କଲେ ସଞ୍ଜୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରେ ସାସଂଦ ସ୍ବାତୀ ମାଲିୱାଲଙ୍କ ସହ ଘଟିଥିବା ଏହି ଘଟଣାକୁ ଦିଲ୍ଲୀର ଅନ୍ୟ ଜଣେ ଆମ ଆଦମୀ ପାର୍ଟି ସାଂସଦ ତଥା ଦଳର ବରିଷ୍ଠ ନେତା ସଞ୍ଜୟ ସିଂ ମଧ୍ୟ ସ୍ବୀକାର କରିଛନ୍ତି । ସେ ଏହି ଘଟଣାକୁ ନିନ୍ଦା କରିବା ସହ ବିଭବଙ୍କ ବିରୋଧରେ ସିଏମ କେଜ୍ରିୱାଲ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଥିବା କହିଛନ୍ତି । ଏଥିସହିତ ଲୋକସଭା ନିର୍ବାଚନ ସମୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗକୁ ଏକ ବଡ଼ ପ୍ରସଙ୍ଗ କରିଛି ଏବଂ ଆମ ଆଦମୀ ପାର୍ଟି ଏବଂ ସିଏମ କେଜ୍ରିୱାଲଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି ।

ନିକଟରେ ଏହି ପ୍ରସଙ୍ଗକୁ ନେଇ ଜଣେ ଗଣମାଧ୍ୟମ ପ୍ରତିନିଧି ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ କରିଥିବା ବେଳେ ସେ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ସେପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ପ୍ରସଙ୍ଗକୁ ଅଣଦେଖା କରିଥିଲେ । ତାଙ୍କ ନିକଟରେ ଆଲୋଚନା କରିବା ଲାଗି ଅନେକ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଅଛି ବୋଲି କହିଥିଲେ । ଏହାପରେ ବିଜେପି କେଜ୍ରିୱାଲଙ୍କୁ ଟାର୍ଗେଟ କିରଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.