ETV Bharat / politics

ସ୍ବାତୀ ମାଲିଓ୍ବାଲ ମାମଲାରେ ଚୁପ ରହିଲେ କେଜ୍ରିଓ୍ବାଲ, ବିଜେପିକୁ ପାଲଟା ଟାର୍ଗେଟ କଲେ ସଞ୍ଜୟ - BJP targets Kejriwal

author img

By ETV Bharat Odisha Team

Published : May 16, 2024, 2:06 PM IST

Swati Maliwal allegations case: ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ପ୍ରସଙ୍ଗରେ ପ୍ରେସମିଟରେ ଚୁପ ରହିଲେ କେଜ୍ରିଓ୍ବାଲ । ବିଜେପିକୁ ପାଲଟା ଟାର୍ଗେଟ କଲେ ସଞ୍ଜୟ । ଅଧିକ ପଢନ୍ତୁ

ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ମାମଲାରେ ଚୁପ କହିଲେ କେଜ୍ରିଓ୍ବାଲ
ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ମାମଲାରେ ଚୁପ କହିଲେ କେଜ୍ରିଓ୍ବାଲ (PIC-ETV Bharat Odisha)

ନୂଆଦିଲ୍ଲୀ: ନିଜ ଦଳର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ବ୍ୟକ୍ତିଗତ ସହାୟକ ଦୁର୍ବ୍ୟବହାର କରିବା ଅଭିଯୋଗ ମାମଲାରେ କେଜ୍ରିଓ୍ବାଲଙ୍କୁ ଘେରିଛି ଭାରତୀୟ ଜନତା ପାର୍ଟି । ଅଭିଯୁକ୍ତ ବ୍ୟକ୍ତି ବିଭବ କୁମାର ଏବେ ମଧ୍ୟ କେଜ୍ରିଓ୍ବାଲଙ୍କ ସହ ବୁଲୁଛନ୍ତି ବୋଲି ପାର୍ଟି ଅଭିଯୋଗ କରିଛି । ଏପିରିକି ଆଜି କେଜ୍ରିଓ୍ବାଲ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ମିଳିତ ପ୍ରେସମିଟ କରିବା ସମୟରେ ମଧ୍ୟ ଏହି ପ୍ରଶ୍ନର ସାମ୍ନା କରିଛନ୍ତି । ମାତ୍ର ସେ ଏଥିରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତାଙ୍କ ସ୍ଥାନରେ ଏହି ପ୍ରସଙ୍ଗରେ ଦଳକୁ ଡିଫେଣ୍ଡ କରିଛନ୍ତି ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ସିଂ ।

ଆଜି (ଗୁରୁବାର) ଲକ୍ଷ୍ନୌରେ ମିଳିତ ପ୍ରେସମିଟରେ ବିଜେପି ଓ ମୋଦି ସରକାର ବିରୋଧରେ ବର୍ଷିଥିଲେ କେଜ୍ରିଓ୍ବାଲ ଓ ଅଖିଳେଶ । ତେବେ ଗଣମାଧ୍ୟମ ମଧ୍ୟ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ପ୍ରଶ୍ନ କରିଥିଲେ । ହେଲେ କେଜ୍ରିଓ୍ବାଲ ସମ୍ପୂର୍ଣ୍ଣ ଭାବେ ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ, କୌଣସି ପ୍ରତିକ୍ରିୟା ରଖିନଥିଲେ । ତାଙ୍କ ସ୍ଥାନରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିଥିଲେ ଦଳର ଅନ୍ୟତମ ବରିଷ୍ଠ ନେତା ସଂଞ୍ଜୟ ସିଂ । ବିଜେପିକୁ ପାଲଟା ଟାର୍ଗେଟ କରି ମହିଳା ସୁରକ୍ଷା କଥା ଉଠାଇଥିଲେ ସଞ୍ଜୟ ।

ବିଜେପି ଶାସନରେ ଥିବା ମଣିପୁରରେ କ’ଣ ହେଲା । ହିଂସା ସମୟରେ ସେଠାରେ ମହିଳାଙ୍କୁ ଉଲଗ୍ନ କରି ନିର୍ଯାତନା ଦିଆଗଲା । ହେଲେ ସେତେବେଳେ ବିଜେପି କ’ଣ କରୁଥିଲା । ସେହିପରି କର୍ଣ୍ଣାଟକରେ ବିଜେପିର ସହଯୋଗୀ ଥିବା ‘ଜେଡିଏସ’ ସାଂସଦ ପ୍ରଜ୍ଜଳ ରେବନ୍ନା ମଧ୍ୟ ଯୌନ କେଳଙ୍କାରୀରେ ସମ୍ପୃକ୍ତ । ସେଠାରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସଞ୍ଜୟ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ; ଜାରି ହେଲା ଟ୍ରାଫିକ କଟକଣା, ଏହିସବୁ ମାର୍ଗରେ ଗାଡି ଚଳାଚଳ ବନ୍ଦ - CM Naveen Roadshow

ତେବେ ଆଜି କେଜ୍ରିଓ୍ବାଲ ଓ ସଞ୍ଜୟ ସିଂ ଆଜି ଲକ୍ଷ୍ନୌରେ ପହଞ୍ଚିବା ସହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କ ସହ ମିଳିତ ପ୍ରେସମିଟ କରିଥିଲେ । ଦେଶରେ ତୃତୀୟ ଥର ବିଜେପି କ୍ଷମତାକୁ ଆସିଲେ ସମ୍ବିଧାନ ପରିବର୍ତ୍ତନ କରିବା ସହ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଦେବ ବୋଲି କହିଥିଲେ । ଏବେ ଅନ୍ତରୀଣ ଜାମିନରେ ଥିବା କେଜ୍ରିଓ୍ବାଲ ନିୟମିତ ନିର୍ବାଚନୀ କାର୍ଯ୍ୟକ୍ରମ କରିବା ସହ ବିଜେପି ବିରୋଧରେ ବର୍ଷିବାରେ ଲାଗିଛନ୍ତି । ସେ ନିର୍ବାଚନୀ ସଭା କରିପାରିବେ, କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ସରକାରୀ କାମ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ବେଲ ସର୍ତ୍ତାବଳିରେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.