ETV Bharat / sports

Asian champions trophy 2023 Final: ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Aug 13, 2023, 9:11 AM IST

ଚତୁର୍ଥ ଥର ପାଇଁ ଏସୀୟ ଚମ୍ପିଆନ୍ସ ଟ୍ରଫି ହାତେଇଲା ଭାରତ । ଛୁଟିଲା ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

Asian champions trophy 2023 Final
Asian champions trophy 2023 Final

ଚେନ୍ନାଇ: ସରି ସରି ଆସୁଥିଲା ସମୟ । କ୍ଷୀଣ ହେଉଥିଲା ଜିତିବାର ଆଶା । କିନ୍ତୁ ମନୋବଳ ଭାଙ୍ଗି ନଥିଲା । ଆତ୍ମ ବିଶ୍ବାସର ସହ ଟାଇଟଲ ଲଢେଇ ପାଇଁ ଚାଲିଥିଲା ଜୋରଦାର ପ୍ରୟାସ । 3-1 ଗୋଲରେ ଆଗୁଆ ରହିଥିଲା ମାଲେସିଆ ଆଉ ହାତରେ ଥିଲା 30 ମିନିଟ ସମୟ । ପ୍ରଥମ ଓ ଦ୍ବିତୀୟ କ୍ବାଟର ପରେ ତୃତୀୟ କ୍ବାଟରରେ ଖେଳର ମୋଡ ବଦଳିଥିଲା । ଆରମ୍ଭ ହୋଇଥିଲା ଭାରତୀୟ ହକି ଦଳର ଗୋଲ ବର୍ଷା । 2ଟି ଗୋଲ ଦେଇ ସ୍ଥିତି ବରାବର ଓ ଚତୁର୍ଥ କ୍ବାଟରରେ ଅର୍ଶଦୀପ ସିଂହଙ୍କ ଗୋଲ ଭାରତୀୟ ପୁରୁଷ ହକି ଦଳକୁ ଚଳିତ ଏସୀୟ ଚମ୍ପିଆନ୍ସର ଟାଇଟଲ ଲଢେଇରେ ବିଜୟୀ କରିଥିଲା । ଚତୁର୍ଥ ଥର ପାଇଁ ଭାରତ ଏସୀୟ ଚମ୍ପିଆନ୍ସ ଟ୍ରଫି ହାତେଇବାରେ ସୌଭାଗ୍ୟ ଅର୍ଜନ କରିଛି । ଏସୀୟ ଚମ୍ପିଆନ୍ସର ସପ୍ତମ ସଂସ୍କରଣରେ ଆୟୋଜକ ଭାରତ ଏଥର ଚମ୍ପିଆନ ହୋଇଛି । ଏଥି ପାଇଁ ଭାରତୀୟ ହକି ଦଳକୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ ଚମ୍ପିଆନ୍ସରେ ବିଜୟୀ ହୋଇଥିବାରୁ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulations to our Men's Hockey Team on the spectacular victory in the Asian Championship! This is India's 4th triumph and it showcases the tireless dedication, rigorous training and unyielding determination of our players. Their extraordinary performance has ignited immense… pic.twitter.com/JRY2MSDx7Y

    — Narendra Modi (@narendramodi) August 12, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ' ଏସୀୟ ଚମ୍ପିଆନସିପରେ ବିଜୟୀ ହୋଇଥିବାରୁ ଆମର ପୁରୁଷ ହକି ଦଳକୁ ଅଭିନନ୍ଦନ । ଏହା ହେଉଛି ଭାରତର ଚତୁର୍ଥ ବିଜୟ । ଆମର ଖେଳାଳୀମାନଙ୍କର ନିଷ୍ଠା, କଠୋର ପରିଶ୍ରମକୁ ପ୍ରତିଫଳନ କରୁଛି । ସେମାନଙ୍କର ଅସାଧାରଣ ପ୍ରଦର୍ଶନ ସମଗ୍ର ଦେଶକୁ ଗର୍ବିତ କରିଛି । ଖେଳାଳୀମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା। ''

ଏହା ମଧ୍ୟ ପଢନ୍ତୁ-Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍‌

  • Watched a thriller of a final at the Mayor Radhakrishnan Hockey Stadium in Chennai!

    Take a bow, #MenInBlue. Trailing at 1-3 at half time and winning a record 4th #AsianChampionsTrophy 🏑 🏑 with 4-3 is truly surreal. The match kept us on the edge of the seats untill the last… pic.twitter.com/1u9BzlCPGB

    — Anurag Thakur (@ianuragthakur) August 12, 2023 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ କରି କହିଛନ୍ତି ଯେ, ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଏସୀୟ ଚମ୍ପିଆନସିପ ଫାଇନାଲ ରୋମାଞ୍ଚକ ମ୍ୟାଚ ଦେଖିବାକୁ ମିଳିଲା । ଏସୀୟ ଚମ୍ପିଆନ୍ସ ଟ୍ରଫି ହାତେଇବା ଭାରତ ପାଇଁ ଏକ ଗୌରବର ବିଷୟ । ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଭାରତୀୟ ହକି ଦଳକୁ ମୋର ଶୁଭେଚ୍ଛା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଚତୁର୍ଥ ଥର ପାଇଁ ଏସୀୟ ଚମ୍ପିଅନ୍ସ ଟ୍ରଫି ହାତେଇଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

  • My heartfelt congratulations to the Men's Hockey Team of India on winning the Asian Champions Trophy for the record 4th time.

    They have proven the power of India's dreams and the resilience of its grit paving the path of glory to be trodden by their followers. pic.twitter.com/jccxtjMF6h

    — Amit Shah (@AmitShah) August 12, 2023 " class="align-text-top noRightClick twitterSection" data=" ">

ଶନିବାର ଦିନ ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଏସୀୟ ଚମ୍ପିଆନ୍ସର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳି ୩-୧ ଗୋଲରେ ଆଗୁଆ ଥିଲା । କିନ୍ତୁ ମ୍ୟାଚର ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ନାଟକୀୟ ମୋଡ଼ରେ ଭାରତ କ୍ରମାଗତ ୩ଟି ଗୋଲ୍ ସ୍କୋର କରିଥିଲା । ଫଳରେ ଏକ ରୋମାଞ୍ଚକର ବିଜୟ ସହ ଟ୍ରଫି ହାତେଇଛନ୍ତି ମେନ୍‌ ଇନ୍‌ ବ୍ଲ୍ୟୁ । ତେବେ ଆୟୋଜକ ଭାରତ ହାଫ୍ ଟାଇମ୍ ସୁଦ୍ଧା ୧-୩ରେ ପଛୁଆ ଥିବା ବେଳେ ଗୋଟିଏ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ ଦେଇ ଭାରତ ୩-୩ରେ ସ୍ଥିତିକୁ ବରାବର କରିଥିଲା । ଅଧିନାୟକ ହରମନପ୍ରୀତ ୪୪ତମ ମିନିଟ୍‌ରେ ଗୋଲ୍ ଦେଇଥିବା ବେଳେ ଗୁରଜନ୍ତ ସିଂହ ଫିଲ୍ଡ ଗୋଲ୍ ଦେଇ ସ୍କୋରକୁ ୩-୩ରେ ବରାବର କରିଥିଲେ । ଚତୁର୍ଥ ତଥା ବିଜୟୀ ଗୋଲଟି ଦେଇଥିଲେ ଅର୍ଶଦୀପ ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.