Watch: ପ୍ରଶାସନ ଶୁଣିଲାନି, ଭୁଶୁଡିଲା ପଡିଲା ବିଦ୍ୟାଳୟ

By ETV Bharat Odisha Team

Published : Sep 14, 2023, 1:53 PM IST

thumbnail

ଫୁଲବାଣୀ:  ଭୁଶୁଡିଲା ସ୍କୁଲ ବିଲ୍ଡିଂ । ସ୍କୁଲ ବନ୍ଦ ଥିବାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ।  ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ l ବାଲିଗୁଡା ବ୍ଳକ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତ ର କିଲୁପଡ଼ା ଠାରେ ଥିବା ପ୍ରାଥମିକ ସ୍କୁଲ ବିଲ୍ଡିଂ ଗତକାଲି ଭୁଶୁଡ଼ି ଯାଇଛି l ସବୁଦିନ ଭଳି ଗତକାଲି ମଧ୍ୟ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ସକାଳ 10ଟା ସମୟରେ ସ୍କୁଲ ଆସିଥିଲେ । କିନ୍ତୁ ସ୍କୁଲରେ ତାଲା ପଡିଥିବା ଦେଖି ଫେରିଯାଇଥିଲେ । ଯାହାଫଳରେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୫୦ ଛାତ୍ରଛାତ୍ରୀ । 

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ମୁତାବକ, ଦୀର୍ଘଦିନ ହେଲା ସ୍କୁଲ ମରାମତି ହୋଇ ନ ଥିବାରୁ ଶ୍ରେଣୀଗୃହ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା । ଏନେଇ ସ୍କୁଲର ମରାମତି ନିମନ୍ତେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ସ୍ଥାନୀୟ ଲୋକେ ବହୁବାର ସରପଞ୍ଚ, ବିଇଓ, ବିଡିଓ ଏପରିକି ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଅବଗତ କରାଇଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଫଳରେ ଏପରି ବିପଦସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଥିଲେ ଛାତ୍ରଛାତ୍ରୀ । ହେଲେ କିଛିଦିନ ହେବ କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଏନେଇ ଗତକାଲି ସ୍କୁଲ କୋଠରୀ ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅବହେଳା ପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.