ETV Bharat / state

ଲଗାଣ ବର୍ଷା ଆଣିଲା ବିପଦ: ମାଲକାନଗିରେ ଭୁଶୁଡ଼ିଲା ଘର, ଗଛ ଭାଙ୍ଗି ୩ ଗୁରୁତର

author img

By

Published : Jul 21, 2023, 9:45 PM IST

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ଗଛ ପଡି ଭାଙ୍ଗିଲା ଘର । ଗଛ ପଡିବା ଆଗରୁ ପାଞ୍ଚ ପରିବାଙ୍କୁ ସ୍ଥାନାନ୍ତର କରିଥିଲେ ମ୍ୟୁନିସିପାଲଟି ଅଧିକାରୀ । ଅନ୍ୟପଟେ ମାଥିଲି ସାପ୍ତାହିକ ହାଟରେ ଗଛ ପଡି ତିନିଜଣ ଗୁରୁତର । ଅଧିକ ପଢ଼ନ୍ତୁ

ମାଲକାନଗିରେ ଲଗାଣ ବର୍ଷା
heavy rainfall in malkangiri

heavy rainfall in malkangiri

ମାଲକାନଗିରି: ଲଗାଣ ବର୍ଷା ଡାକି ଆଣିଛି ବଡ଼ ବିପଦ । ମାଲକାନଗିରି ଜିଲ୍ଲାରେ ବର୍ଷାର ତାଣ୍ଡବ ଦେଖିବାକୁ ମିିଳିଛି । ଜିଲ୍ଲାର ମାଥିଲି ସାପ୍ତାହିକ ହାଟରେ ଉପୁଡ଼ିଲା ଗଛ । ସୌଭାଗ୍ୟ ବସତଃ ଗଛଟି ଲୋକଙ୍କ ଗହଳି ଉପରେ ପଡ଼ିନଥିବା ବେଳେ ଗଛ ତଳେ ଚାପି ହୋଇ ତିନି ମହିଳା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ଗତ ତିନି ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାଦେଇ ପ୍ରବାହିତ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି । କେତେକ ସ୍ଥାନରେ ଭୂସ୍ଖଳନ ଘଟି ମାଟି ଅତଡ଼ା ଖସିଥିବା ବେଳେ ଆଉ କେତେକ ସ୍ଥାନରେ ଗଛ ଉପୁଡି ଘର ଭାଙ୍ଗି ଯାଇଛି । ଜିଲ୍ଲାର ସଦର ମହକୁମାର ରିକ୍ଲାମେଶନ କଲୋନୀରେ ଗଛ ପଡ଼ି ପାଞ୍ଚଟି ଘର ଭାଙ୍ଗିଛି । ଲଗାଣ ବର୍ଷା ହେବା ଫଳରେ ରିକ୍ଲାମେଶନ କୋଲନୀରେ ଥିବା ଏକ ବିରାଟକାୟ ବର ଗଛର ଗୋଟିଏ ଫାଖ ଉପୁଡ଼ି ଭାଙ୍ଗିଯିବା ସମ୍ଭାବନାକୁ ଦେଖି ମ୍ୟୁନିସିପାଲଟିର ପ୍ରଶାସନ ଗଛ ନିକଟରେ ଥିବା ମାଟି ଘରେ ବସବାସ କରୁଥିବା ୬ଟି ପରିବାରର ପ୍ରାୟ ୨୦ଜଣ ଲୋକଙ୍କୁ ନିକଟସ୍ଥ ତାମିଲି କ୍ୟାମ୍ପ୍‌ ଓ ରିକ୍ଲାମେଶନ କଲୋନୀରେ ଥିବା ସ୍କୁଲକୁ ସ୍ଥାନାନ୍ତର କରୁଥିଲେ । ଗତ ରାତିରେ ହିଁ ଗଛଟି ଉପୁଡିଯାଇ ନିକଟରେ ଥିବା ପାଞ୍ଚଟି ଘର ଉପରେ ପଡିଥିଲା । ଗୋଟିଏ ବଡ଼ ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏହାକୁ ଟାଳିବାରେ ସଫଳ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଭାଙ୍ଗିଥିବା ଗଛକୁ କାଟି ସଫାକରିଛନ୍ତି । ଅନ୍ୟପଟେ ମ୍ୟୁନିସିପାଲଟି ଅଧ୍ୟକ୍ଷ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଆରଆଇ ଘଟଣାସ୍ଥଳରେ ପହଞ୍ଚି ସ୍ଥତି ଅନୁଧ୍ୟାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଲଗାତାର ଲଘୁଚାପ ଆଣିବ ବଡ଼ ବର୍ଷା: 24ରୁ ଆହୁରି ବର୍ଷିବ, ଦକ୍ଷିଣ ଓଡିଶାକୁ ଆଲର୍ଟ

ଗତ ଗୁରୁବାର ଭୁସ୍କଳନ ହୋଇ ବାୟାପଡ଼ା ରାସ୍ତାରେ ମାଟି ଅତଡ଼ା ଖସି ଯାଇଥିବା ଦେଖିବାକୁ ମିଳିଛି । କୋରକୁଣ୍ଡା ବ୍ଲକ ଓ ଖଇରପୁଟ ବ୍ଲକ ବିଡିଓ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିବା ସହ ଗ୍ରାମ୍ଯ ଉନ୍ନୟନ ବିଭାଗର ଯନ୍ତ୍ରୀ ଉପସ୍ଥିତ ରହି ଲୋକଙ୍କ ଦ୍ବାରା ରାସ୍ତା ମରାମତି କରିଛନ୍ତି । ଜରୁରୀକାଳୀନ ଭିଭାଗ ଅଧିକାରୀଙ୍କ ସୁଚନା ଅନୁସାରେ, ଆଜି ମାଲକାନଗିରି ଜିଲ୍ଲାରେ 130.3 ମିମି ବର୍ଷା ହୋଇଛି । ମାଲକାନଗିରି ବ୍ଲକରେ 35.0 ମିମି, ମାଥିଲି ବ୍ଲକରେ 8.0 ମିମି, ଖଇରପୁଟ ବ୍ଲକରେ 3.0 ମିମି ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ଚିତ୍ରକୋଣ୍ଡା ବ୍ଲକରେ 5.0 ମିମି, କୋରୁକୋଣ୍ଡା ବ୍ଲକରେ 38.0 ମିମି ବର୍ଷା, କାଲିମେଳା ବ୍ଲକରେ 8.0 ମିମି, ପଡ଼ିଆ ବ୍ଲକରେ 33.3 ମିମି ବର୍ଷା ହୋଇଛି । ଜିଲ୍ଲାରେ ହାରାହାରି 18.61 ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.