ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା'ଙ୍କ ମହାକାଳୀ ବେଶ, ଶ୍ରଦ୍ଧାଳୁଙ୍କ ଭିଡ

By ETV Bharat Odisha Team

Published : Nov 13, 2023, 3:13 PM IST

thumbnail

ଭଦ୍ରକ: କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ଆରମ୍ଭ ହୋଇଛି ସପ୍ତମାତୃକା ବେଶ । ଏହି ସପ୍ତମାତୃକା ବେଶର ଆଜି ଦ୍ଵିତୀୟ ଦିନ । ସଦାସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମା’ ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ବେଶରେ ମା'ଙ୍କୁ ଦର୍ଶନ କଲେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ ବୋଲି ବିଶ୍ଵାସ ରହିଛି । ରବିବାର ପ୍ରଥମ ଦିନରେ ମା’ ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ପ୍ରତିଦିନ ମା’ଙ୍କ ଭିନ୍ନ ଭିନ୍ନ ବେଶର ପୂଜାର୍ଚ୍ଚନା ହେବାର ବିଧି ରହିଛି । ଏନେଇ ପ୍ରତିଦିନ ମା’ ଶାନ୍ତ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ଆଜି ଉଗ୍ର ରୂପ, ଯାହାକି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତେବେ ମା’ଙ୍କ ମହାକାଳୀ ବେଶ ପାଇଁ ସକାଳୁ ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ବିହୀତ ବିଧି ଅନୁଯାୟୀ ମା'ଙ୍କର ପୂଜା ଅନୁଷ୍ଠିତ ହୋଇଛି । ମା’ଙ୍କ ମହାକାଳୀ ବେଶରେ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବାର ଦେଖିବାକୁ ମିଳିଛି । ଆସନ୍ତାକାଲି ସପ୍ତମାତୃକା ବେଶର ତୃତୀୟ ଦିନରେ ମା' ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ବୁଧବାର ସିଂହ ବାହିନୀ, ଗୁରୁବାର ଜଗଦ୍ଧାତ୍ରୀ, ଶୁକ୍ରବାର ମହାସରସ୍ବତୀ ଏବଂ ଶନିବାର ତଥା ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.