ETV Bharat / state

ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

author img

By ETV Bharat Odisha Team

Published : Nov 12, 2023, 7:23 PM IST

ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ଜନସମୁଦ୍ର ଦେଖିବାକୁ ମିଳିଛି । ମାଆଙ୍କ ସପ୍ତମାତୃକା ବେଶର ରହିଛି ବେଶ ସ୍ବତନ୍ତ୍ରତା । ଅଧିକ ପଢନ୍ତୁ

ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ
ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ

ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ,

ଭଦ୍ରକ: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ଆଜି (ରବିବାର)ଠାରୁ ଆରମ୍ଭ ହୋଇଛି ସପ୍ତମାତୃକା ବେଶର ପ୍ରଥମ ବେଶ । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମାଆଙ୍କ ପୀଠ । ମାଆଙ୍କ ସପ୍ତମାତୃକା ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ତେବେ ମାଆ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବାବେଳେ ଆଜି ରବିବାର ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଏହାମଧ୍ୟ ପଢନ୍ତୁ..ଶନିବାର ମେଲାଣି ନେବେ ମା’ କାଳୀ, ପ୍ରସ୍ତୁତ କମିଶନରେଟ ପୋଲିସ

ବେଦମାତା ବେଶରେ ଭକ୍ତ ମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଠାରେ ସଦାସର୍ବଦା ପରମ ବୈଷ୍ଣବୀ ମାଆ ଭଦ୍ରକାଳୀ ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ପରମ ବୈଷ୍ଣବୀ ମା ଭଦ୍ରକାଳୀ ଭକ୍ତମାନଙ୍କୁ ସପ୍ତମାତୃକା ବେଶରେ ଦର୍ଶନ ଦେଇଥାନ୍ତି । ଯାହାକି ଅନ୍ୟ ଦେବୀପୀଠ ଠାରୁ ଭିନ୍ନ ।

ଏହି ଅବସରରେ ମାଆଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡିପାଠ ଅନୁଷ୍ଠିତ ହୋଇଥାଏ । ଏହି ସାତ ଦିନ ଧରି ଶକ୍ତି ପୀଠରେ ସପ୍ତମାତୃକା ବେଶ ସହ ମଙ୍ଗଳ ଆଳତୀ, ସଂକୀର୍ତ୍ତନ, ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ । ବ୍ରାହ୍ମଣ ମାନଙ୍କ ଦ୍ଵାରା ଏଠାରେ ସାତ ଦିନ ଧରି ଅନୁଷ୍ଠିତ ହୋଇଥାଏ ବିଶ୍ଵ ଶାନ୍ତି ମହାଯଜ୍ଞ । ମାଆଙ୍କର ସାନିଧ୍ୟ ଲାଭ କରିବା ପାଇଁ ବହୁ ଶ୍ରଦ୍ଧାଳୁମାନେ ବର୍ଷ ବ୍ୟାପି ଅପେକ୍ଷା କରିଥାଆନ୍ତି ।

ଏହାମଧ୍ୟ ପଢନ୍ତୁ..ଛାତ୍ରୀଙ୍କ ଅପୂର୍ବ କଳାକୃତି, ତ୍ରିଶାଖା ବେଲପତ୍ରରେ ଆଙ୍କିଲେ ମା' ଶ୍ୟାମାଙ୍କ ପ୍ରତିଛବି

ତେବେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମାଆ ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ସାତଦିନ ଧରି ସପ୍ତମାତୃକା ବେଶରେ ମାଆ ମହାକାଳୀ, ରାଜ ରାଜେଶ୍ବରୀ, ସିଂହ ବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମହାଲକ୍ଷ୍ମୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ଏହି ପୁରାତନ ଶକ୍ତି ପୀଠ ମାଆ ଭଦ୍ରକାଳୀ ପୀଠରେ ସଦା ସର୍ବଦା ପରମ ବୈଷ୍ଣବୀ ମାଆ ଭଦ୍ରକାଳୀ ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ କାଳୀପୂଜା ଠାରୁ ସାତ ଦିନ ପର୍ଯ୍ୟନ୍ତ ମାଆଙ୍କର ସପ୍ତମାତୃକା ବେଶ ଦେଖିବାକୁ ମିଳେ । ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମାଆ ମହାକାଳୀ ବେଶରେ ପୂଜା ପାଇବେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.