ନୀଳାଦ୍ରି ବିଚ୍‌ରେ ବିଶାଳ ବିଶ୍ବକପ୍‌ ଟ୍ରଫି, ବାଲୁକା କଳାରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

By ETV Bharat Odisha Team

Published : Nov 17, 2023, 8:41 PM IST

thumbnail

ପୁରୀ: ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ । ଏହି ମ୍ୟାଚ୍ ଜିତି ଟିମ୍‌ ଇଣ୍ଡିଆ ଦୀର୍ଘ ୧୦ ବର୍ଷର ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବ ବୋଲି ସମସ୍ତେ ଆଶାବାଦୀ । ବିଭିନ୍ନ ସ୍ଥାନରେ କ୍ରିକେଟ୍‌ପ୍ରେମୀ ପୂଜାପାଠ ଓ ପ୍ରାର୍ଥନା ଆରମ୍ଭ କଲେଣି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡ୍‌ ଆର୍ଟ୍‌ ମାଧ୍ୟମରେ ଏକ ବିଶାଳ ବିଶ୍ବକପ ପ୍ରତିକୃତି ତିଆରି କରି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନୀଳାଦ୍ରି ବିଚ୍‌ରେ ସୁଦର୍ଶନ ଏହି ସୁନ୍ଦର ବାଲୁକା ଚିତ୍ରକଳାଟି ନିର୍ମାଣ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ବାୟୁସେନା କରିବ ଏୟାର ଶୋ'

ତେବେ ବିଶେଷ କଥା ହେଉଛି ଏହି ବାଲୁକା ଚିତ୍ରକଳାରେ ୫ ଶହରୁ ଅଧିକ ଷ୍ଟିଲ ଗିନା ଓ ୩ ଶହ ବଲ୍ ବ୍ୟବହାର ହୋଇଛି । ଯାହାକି ଆର୍ଟକୁ ବେଶୀ ଆକର୍ଷଣୀୟ କରିଛି । ଟିମ୍‌ ଇଣ୍ଡିଆ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରି ଅପରାଜେୟ ରହିଛି । ତେଣୁ ଟିମ୍ ଇଣ୍ଡିଆ ସେହିଭଳି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ବିଶ୍ବକପ୍‌ ୨୦୨୩ ଟ୍ରଫି ଜିତୁ ବୋଲି ସୁଦର୍ଶନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ପୁରୀ ନୀଳାଦ୍ରି ବିଚ୍‌ରେ ଏହି ବିଶାଳ ବିଶ୍ଵକପ୍‌ ପ୍ରତିକୃତିର ଲମ୍ବ ୫୬ ଫୁଟ୍‌ ରହିଛି । ଏହାକୁ ଦେଖିବକୁ ସାରାଦିନ ପର୍ଯ୍ୟଟକଙ୍କ ଖୁବ ଭିଡ଼ ଲାଗିଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.