ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରିଭର୍ସ ପେଣ୍ଟିଂ କଲେ ପୁରୀ ଚିତ୍ରଶିଳ୍ପୀ

By ETV Bharat Odisha Team

Published : Jan 17, 2024, 8:47 AM IST

thumbnail

Srimadir parikrama project reverse painting: ପୁରୀ: ରିଭର୍ସ ପେଣ୍ଟର ତଥା ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ପୁରୀର ଆୟୁଷ ମହାପାତ୍ର ପୁଣି ଚର୍ଚ୍ଚାରେ । ଜଗନ୍ନାଥ ପ୍ରେମୀଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଏକ ଐତିହାସିକ ଦିନ ହୋଇଥିବା ବେଳେ ଏହି ଐତିହାସିକ ମୂହୂର୍ତ୍ତର ଚିତ୍ର ଆୟୁଷ କ୍ୟାନଭାସରେ ପ୍ରସ୍ତୁତ କରିଛନ୍ତି । ସେ ପ୍ରାୟ ୯ ମିନିଟ୍ ଭିତରେ ଦୁଇ ହାତରେ ୫ ଫୁଟ୍ କାନଭାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଓଲଟା ପେଣ୍ଟିଂ କରି ସମସ୍ତଙ୍କୁ ଭେଟି ଦେଇଛନ୍ତି । ଏହା ସମସ୍ତଙ୍କ ମନରେ ଜଗନ୍ନାଥଙ୍କ ପ୍ରତି ଆହୁରି ଭକ୍ତିଭାବ ଜାଗ୍ରତ ହେବାର ଆଉ ଏକ ନୂଆ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ ।  ଏହି ପ୍ରକଳ୍ପ ସମସ୍ତଙ୍କ ପାଇଁ ଖୁସିର ଉତ୍ସ ଏବଂ ଭକ୍ତିଭାବମୟ ହେଉ ଏବଂ ପ୍ରଭୁ ଜଗନ୍ନାଥ ସଂସାରରେ ସମସ୍ତ ଭକ୍ତଙ୍କୁ ସୁଖ, ଶାନ୍ତି, ସମୃଦ୍ଧିରେ ଭରି ଦିଅନ୍ତୁ ବୋଲି ଚିତ୍ରଶିଳ୍ପୀ ପ୍ରାର୍ଥନା କରିଛନ୍ତି । ତେବେ ଆୟୁଷ ପୂର୍ବରୁ ମଧ୍ୟ ଓଲଟା ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଥିଲେ । ତାଙ୍କର ଏହି ପ୍ରତିଭା ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ସେ ସ୍ଥାନ ପାଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.