ନରରଙ୍ଗପୁରରେ ୧୨୦ଟି ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

By ETV Bharat Odisha Team

Published : Oct 20, 2023, 3:22 PM IST

thumbnail

ନବରଙ୍ଗପୁର: ବାଲେଶ୍ବର ଜିଲ୍ଲା ବ୍ୟତୀତ ସାରା ରାଜ୍ୟରେ ଦେଖିବାକୁ ମିଳିଛି ଘରୋଇ ବସ ମାଲିକ ସଂଘର ଧର୍ମଘଟ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଛନ୍ତି ଘରୋଇ ବସ ମାଲିକ ସଂଘ । ଯାହା ଫଳରେ ଶହ ଶହ ବସ ବସଷ୍ଟାଣ୍ଡରେ ଛିଡା ହୋଇରହିଛି । ସେହିଭଳି ନବରଙ୍ଗପୁରରେ ମଧ୍ୟ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି । 

ଏହାମଧ୍ୟ ପଢନ୍ତୁ..ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

ବସ ମାଲିକ ସଂଘ ତରଫରୁ ଜିଲ୍ଲାରେ ନବରଙ୍ଗପୁରରେ ମଧ୍ୟ ଧର୍ମଘଟର ପ୍ରଭାବ କରାଯାଇଛି । ଆଜି ସକାଳ ୬ ଘଣ୍ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ ଚଳାଚଳ ବନ୍ଦ କରାଯାଇଛି । ଲକ୍ଷ୍ମୀ ଯୋଜନାକୁ ସ୍ୱାଗତ କରିଥିବା ବେଳେ କିନ୍ତୁ ସରକାର ଘରୋଇ ବସ ମାଲିକ ସଂଘ ସହିତ ବିନା ଆଲୋଚନାରେ ଏକ ପାଖିଆ ନିଷ୍ପତ୍ତି ନେଇ ଯୋଜନା କାର୍ଯ୍ୟକାରୀ କରିଥିବାରୁ ତାହାକୁ ଦୃଢ଼ ବିରୋଧ କରିଛି ସଂଘ । ପୂର୍ବରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଘରୋଇ ବସ ଗୁଡିକ ଉପାନ୍ତ ଅଞ୍ଚଳକୁ ଯାଉଥିଲା କିନ୍ତୁ ବର୍ତ୍ତମାନ ରାସ୍ତା ଘାଟରେ ଉନ୍ନତି ଘଟିଥିବା ବେଳେ କିନ୍ତୁ ସରକାର ବିନା ଆଲୋଚନାରେ ଯୋଜନାରେ ଗାଡି ଚଳାଚଳ କରିବା ନିଷ୍ପତ୍ତିକୁ ବିରୋଧ କରିଛି ସଂଘ । ଅପରପକ୍ଷରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାରୁ ଏହି ବସ ଗୁଡିକ ଉପରେ ନିର୍ଭରଶୀଳ ଥିବା ଦୂରଦୂରାନ୍ତରୁ ଯାତ୍ରୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.