ETV Bharat / politics

୨୯ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡାରେ ପ୍ରସ୍ତୁତି ଜୋରଦାର - Narendra Modi Odisha visit

author img

By ETV Bharat Odisha Team

Published : May 27, 2024, 10:16 AM IST

PM Narendra Modi To Visit Kendrapara: ଆସନ୍ତା ୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବା ସହ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅଧିକ ପଢନ୍ତୁ

PM Kendrapara  Visit
PM Kendrapara Visit (ETV Bharat Odisha)

କେନ୍ଦ୍ରାପଡା: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ସେହିଦିନ କେନ୍ଦ୍ରାପଡା ଲୋକସଭା ସମେତ ଏହା ଅଧିନରେ ଥିବା ସମସ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବିଜେପି ଶିବିର । ଦଳୀୟ କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ଜୋରଦାର ରଖିଛନ୍ତି ।

PM Kendrapara Visit (ETV Bharat Odisha)

ବିଜେପି ଫୋକସରେ ଓଡ଼ିଶା । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତାମାନଙ୍କ ଘନଘନ ରାଜ୍ୟ ଗସ୍ତ ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦି ୨୯ରେ ପୁଣି ଓଡ଼ିଶା ଆସୁଛନ୍ତି । ସେହିଦିନ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବା ସହ ସେଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ରାପଡାରେ ବାରୋ ସିଦ୍ଧ ମହାପୁରୁଷ ମଠ ଅଧିନରେ ଦଳୀୟ ବିଜେପି ଲୋକସଭା ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲା ଅଧିନସ୍ଥ କେନ୍ଦ୍ରାପଡା, ପାଟକୁରା, ଆଳି, ରାଜନଗର, ମହାକାଳପଡ଼ା ସମେତ କଟକ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. ପୁଣି ଓଡି଼ଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ: 28ରେ ଶାହ ଓ 29ରେ ମୋଦି କରିବେ ପ୍ରଚାର - MODI AND SHAH TO VISIT ODISHA

ମୋଦିଙ୍କ ଗସ୍ତକୁ ନେଇ କେନ୍ଦ୍ରାପଡାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରବିବାର ଅପରାହ୍ନରେ କେନ୍ଦ୍ରାପଡା ଗରପୁରସ୍ଥିତ ଏକ ହୋଟେଲରେ ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏନେଇ ସୂଚନା ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ବସିଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାଧାରଣ ସମ୍ପାଦକ, ରାଜ୍ୟ ନେତୃତ୍ୱ, ଜିଲ୍ଲା ମିଡିଆ ସେଲ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କର ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହା ଶେଷ ଗସ୍ତ ବୋଲି କହିଛନ୍ତି ।

ମେ ମାସ ୨୯ ତାରିଖ ଅପରାହ୍ନରେ ବାଲେଶ୍ୱରରୁ ଆସି ବାରୋ ପଡ଼ିଆରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଅନ୍ୟୁନ ୩ ଲକ୍ଷରୁ ଅଧିକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ଜିଲ୍ଲା ସଭାପତି ।

ଜୁନ ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏହି ପର୍ଯ୍ୟାୟରେ ରାଜ୍ୟର କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ସମେତ ଏହାର ସମସ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହେବାକୁ ଯାଉଛି । ଯେଉଥିପାଇଁ ପ୍ରାର୍ଥୀ ତଥା ହେଭିଓ୍ବେଟ ପ୍ରଚାରକମାନଙ୍କ କସରତ ଜୋରଦାର ରହିଛି । ହାତରେ ମାତ୍ର ପ୍ରଚାର ପାଇଁ ଆଉ ୪ ଦିନ ରହିଥିବା ବେଳେ ପ୍ରାର୍ଥୀମାନେ ନିଜ ସମର୍ଥକମାନଙ୍କ ସହ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି ।


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.