ETV Bharat / state

ବିଦ୍ୟୁତ ଆଘାତରେ ନବଦମ୍ପତିଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ - Balasore couple death

author img

By ETV Bharat Odisha Team

Published : May 27, 2024, 10:10 AM IST

Updated : May 27, 2024, 11:02 AM IST

Balasore couple death: ବାଲେଶ୍ୱରରେ ବିଦ୍ୟୁତ ଆଘାତରେ ନବଦମ୍ପତିଙ୍କ ମୃତ୍ୟୁ । ଆତ୍ମହତ୍ୟା ସନ୍ଦେହ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

Balasore couple death
Balasore couple death (ETV Bharat Odisha)

ବାଲେଶ୍ୱର: ବନ୍ଦ ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରସ୍ତମପୁର ପଞ୍ଚାୟତ ପାର୍ବତୀପୁର ଅଞ୍ଚଳରେ । ବିଦ୍ୟୁତ ଆଘାତ ଲାଗି ନବଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।ତେବେ ଉଭୟଙ୍କ ବେକରେ ବିଦ୍ୟୁତ ତାର ଗୁଡ଼ା ହୋଇଥିବା ଯୋଗୁଁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ପାର୍ବତୀପୁର ଅଞ୍ଚଳର ମନୋଜ ମହାକୁଡ଼ ଗତ ୮ ମାସ ତଳେ ସସ୍ମିତାଙ୍କୁ ବିବାହ କରିଥିଲେ । ସସ୍ମିତାଙ୍କ ଭଉଣୀ ଭିଣେଇ ତାଙ୍କ ଘରକୁ ବୁଲିବା ପାଇଁ ଆସିଥିବା ବେଳେ ଗତକାଲି (ରବିବାର) ତାଙ୍କ ଘର କବାଟ ବହୁ ସମୟ ଧରି ବନ୍ଦ ରହିଥିଲା । ଅନେକ ଥର ଡାକିବା ପରେ କେହି ନଶୁଣିବାରୁ ଶେଷରେ ଘର ଲୋକ କବାଟ ତାଡି ଦେଖିଲା ବେଳକୁ ଉଭୟ ମନୋଜ ଏବଂ ସସ୍ମିତା ବେକରେ ବିଦ୍ୟୁତ ତାର ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ । ତେବେ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରି ସେମାନଙ୍କୁ ଘର ଲୋକେ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା ।

ଏହାମଧ୍ୟ ପଢନ୍ତୁ.. ବିଦ୍ୟୁତ ସଂସ୍ପର୍ଶରେ ଆସି ଆଖି ବୁଜିଲେ ବାପା-ପୁଅ - Jajpur Mishap

ଅନ୍ୟପଟେ ଉଭୟଙ୍କ ବେକରେ ବିଦ୍ୟୁତ ତାର ଗୁଡ଼ା ହୋଇଥିବା ଯୋଗୁଁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି । ବିବାହର ମାତ୍ର ୮ ମାସରେ କେଉଁ କାରଣରେ ସ୍ୱାମୀ-ସ୍ତ୍ରୀ ଏଭଳି ଚରମ ନିଷ୍ପତି ନେଲେ ତାହା ଜଣାପଡିନଥିବା ବେଳେ ଏନେଇ ସିମୁଳିଆ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନା ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ତାହାର ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଅନ୍ୟପଟେ ନବଦମ୍ପତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି ।

ଇଟିଭି ଭାରତ, ବାଲେଶ୍ୱର

Last Updated : May 27, 2024, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.