ETV Bharat / entertainment

KKR ଚାମ୍ପିଅନ୍; କିଙ୍ଗ ଖାନଙ୍କ ପରିବାରର ସେଲିବ୍ରେସନ୍, ୧୦ବର୍ଷ ପରେ ଟ୍ରଫି ସହ ପୋଜ୍ ରିକ୍ରିଏଟ୍ କଲେ ପତ୍ନୀ - Srk Family Gets Emotional

author img

By ETV Bharat Odisha Team

Published : May 27, 2024, 10:29 AM IST

KKR vs SRH: ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ଦମଦାର ବିଜୟ ହାସଲ କରିଛି । ଟିମର ଏହି ସଫଳତା ଦେଖି ଭାବବିହ୍ୱଳ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁରା ପରିବାର । ଦେଖନ୍ତୁ ଭିଡିଓ,

KKRର ବିଜୟ; ଭାବବିହ୍ୱଳ ହେଲେ କିଙ୍ଗ ଖାନଙ୍କ ପରିବାର, ୧୦ବର୍ଷ ପରେ ଟ୍ରଫି ସହ ପୋଜ୍ ରିକ୍ରିଏଟ୍ କଲେ ପତ୍ନୀ
KKRର ବିଜୟ; ଭାବବିହ୍ୱଳ ହେଲେ କିଙ୍ଗ ଖାନଙ୍କ ପରିବାର, ୧୦ବର୍ଷ ପରେ ଟ୍ରଫି ସହ ପୋଜ୍ ରିକ୍ରିଏଟ୍ କଲେ ପତ୍ନୀ (IANS)

ହାଇଦ୍ରାବାଦ: ଆଇପିଏଲ୍ ୨୦୨୪ ଟ୍ରଫି ହାତେଇଛି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ଟିମ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ (SRH)କୁ ୮ ୱିକେଟରେ ହରାଇ ବିଜୟ ହାସଲ କରିଛି କେକେଆର । ଏହି ସମୟରେ ଷ୍ଟାଡିୟମରେ ପୁରା ପରିବାର ଶାହାରୁଖଙ୍କ ସହ ସାମିଲ ହୋଇଥିବା ବେଳେ ଟିମର ସଫଳତା ଦେଖି ଭାବବିହ୍ୱଳ ହୋଇଛନ୍ତି ବାଦଶାହାଙ୍କ ପୁରା ପରିବାର । ଶାହରୁଖ ଖାନ ଏବଂ ତାଙ୍କ ଝିଅ ସୁହାନା ଏବଂ ପତ୍ନୀ ଗୌରୀ ଖାନଙ୍କ ମଧ୍ୟରେ ଏହି ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

କାନ୍ଦିଲେ ବାପା-ଝିଅ

କେକେଆରର ବିଜୟ ସେଲିବ୍ରେନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶାହାରୁଖ ଖାନ ଏବଂ ତାଙ୍କ ପରିବାରର ଅନେକ ବିଶେଷ ମୁହୂର୍ତ୍ତ କଏଦ ହୋଇଛି । ଏକ ଭିଡିଓରେ ଟିମ ଜିତିବା ପରେ ଶାହାରୁଖ ନିଜ ପତ୍ନୀ ଗୌରୀ ଖାନଙ୍କୁ କିସ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ ସୁହାନା ଖାନ ଏବଂ ଶାହାରୁଖ କାନ୍ଦୁଥିବାର ନଜର ଆସିଛନ୍ତି । କେକେଆର ଟିମ ଟ୍ରଫି ହାତେଇବା ପରେ ସୁହାନା କାନ୍ଦି କାନ୍ଦି ବାପାଙ୍କୁ ପଚାରନ୍ତି, ଏବେ ଖୁସି ତ? ଶାହାରୁଖ ହଁ କହି ତାଙ୍କୁ ହଗ୍ କରନ୍ତି । ତାପରେ ପୁଅ ଅବରାମ ଏବଂ ଆର୍ଯ୍ୟନ ମଧ୍ୟ ଶାହାରୁଖଙ୍କୁ ହଗ୍ କରୁଥିବା ଦେଖିବାକୁ ମିଳିଛି ।

ଟ୍ରଫି ସହ ଶାହାରୁଖ-ଗୌରୀ ରିକ୍ରିଏଟ କଲେ ପୋଜ

ଶାହାରୁଖ ଖାନ ନିଜ ପୁରା ପରିବାର ସହ ଟ୍ରଫି ଧରି ପୋଜ ଦେଇଛନ୍ତି । ଏହି ସମୟରେ ସେ ପତ୍ନୀ ଗୌରୀ ଖାନଙ୍କ ସହ ଟ୍ରଫି ଧରି ପୋଜ ଦେଇ ୧୦ ବର୍ଷ ପୁରୁଣା ମୁହୁର୍ତ୍ତ ମେନ ପକାଇଛନ୍ତି । ଶାହାରୁଖଙ୍କ ଫ୍ୟାନ୍ କ୍ଲବ ଇନଷ୍ଟାଗ୍ରାମରେ ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ୧୦ ବର୍ଷ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି । ଥ୍ରୋବ୍ୟାକ୍ ଫଟୋରେ ଶାହାରୁଖ ଏବଂ ଗୌରୀ ଆଇପିଏଲ୍ ବିଜେତା କପ୍ ସହ ପୋଜ୍ କରୁଥିବା ନଜର ଆସିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଟିମ ସହ ସମସ୍ତ ସଂଘର୍ଷ ଏବଂ ସେମାନେ କରିଥିବା କାର୍ଯ୍ୟ ପାଇଁ ଆଜି ସେମାନଙ୍କ ଯାତ୍ରା ସଫଳ ହୋଇଛି।' ଯାହାର ଫଟୋ ବେଶ ଭାଇରାଲ ହେବା ପରେ ସମସ୍ତେ ଏହାକୁ ପସନ୍ଦ କରିବା ସହ ଟିମ ସହ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କୋଲକାତା ୩ୟ ଥର ପାଇଁ ହୋଇଛି ଆଇପିଏଲ ଚାମ୍ପିଅନ

ସୂଚନା ଥାଉ କି, ଚଳିତ ବର୍ଷ ଆଇପିଏଲ ଟ୍ରଫି ହାସଲ କରି କୋଲକାତା ଆଇପିଏଲ୍‌ ଇତିହାସରେ ୩ୟ ଟାଇଟଲ୍‌ ହାସଲ କରିଛି । ଏହା ପୂର୍ବରୁ ୨୦୧୨ ଓ ୨୦୧୪ ମସିହାରେ ଖେଳାଯାଇଥିବା ଆଇପିଏଲ୍‌ ସଂସ୍କରଣର ଚମ୍ପିଆନ ବନିଥିଲା କୋଲକାତା ନାଇଟ୍‌ ରାଇଡର୍ସ । ଦୀର୍ଘ ୧୦ ବର୍ଷ ପରେ ଆଇପିଏଲ୍‌ ୨୦୨୪ ଟାଇଟଲ୍‌ ସହ ପୁଣି ତୃତୀୟ ଟ୍ରଫି ହାସଲ କରିଛି ନାଇଟ୍‌ ରାଇଡର୍ସ ।

ଏହା ମଧ୍ୟ ପଢନ୍ତୁ: ଚେପକ୍‌ରେ ମାଟି କାମୁଡ଼ିଲା ହାଇଦ୍ରାବାଦ, କୋଲକାତାକୁ ୩ୟ ଟାଇଟଲ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.