ETV Bharat / sports

IPL 2024: ବିଜେତା ଦଳ ଉପରେ ଟଙ୍କା ବର୍ଷା, ଲକ୍ଷପତି ହେଲେ ଏହି ଖେଳାଳି - IPL 2024

author img

By ETV Bharat Odisha Team

Published : May 27, 2024, 10:55 AM IST

IPL 2024 winner prize money: ଆଇପିଏଲରେ ବିଜେତା ଦଳ ଉପରେ ହେଲା ଟଙ୍କା ବର୍ଷା । 20 କୋଟି ମିଳିଲା ପୁରସ୍କାର ରାଶି । ରନର୍ ଅପ୍ ହାଇଦ୍ରାବାଦୁକୁ ମିଳିଲା 12.5 କୋଟି । ଅଧିକ ପଢନ୍ତୁ

IPL 2024 winner prize money
IPL 2024 winner prize money (@IPL)

ହାଇଦ୍ରାବାଦ: ଚଳିତ ଆଇପିଏଲ ସଂସ୍କରଣର ବିଜେତା କେକେଆର୍ ଏବଂ ରନର୍ ଅପ୍ ସନରାଇଜର୍ସ ହାଇଦ୍ରାବାଦ ଉପରେ ଟଙ୍କା ବର୍ଷା ହୋଇଛି। ଦୁଇ ଦଳଙ୍କୁ କୋଟି କୋଟି ଟଙ୍କା ପୁରସ୍କାର ମିଳିଛି । ଚେପକରେ ଚବିସିର ଚମ୍ପିଆନ ହୋଇଥିବା କେକେଆର୍ ଦଳକୁ 20 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏଥି ସହିତ, ରନର୍ ଅପ୍ ଦଳ ସନରାଇଜର୍ସ ହାଇଦ୍ରାବାଦକୁ 12.5 କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।

ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ 10 ଲକ୍ଷ ପୁରସ୍କାର ରାଶି: କେବଳ ଏହି ଦୁଇ ଦଳ ନୁହଁ ବରଂ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସକୁ 7 କୋଟି ଟଙ୍କା ଓ ଚତୁର୍ଥ ସ୍ଥାନରେ ଥିବା ଆରସିବିକୁ 6.5 କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-IPL 2024: କୋହଲିଙ୍କୁ ଅରେଞ୍ଜ କ୍ୟାପ୍, ହର୍ସଲଙ୍କୁ ପର୍ପଲ କ୍ୟାପ୍ - IPL 2024

ଅରେଞ୍ଜ ଓ ପର୍ପଲ କ୍ୟାପ ହୋଲ୍ଡରଙ୍କ ଉପରେ ଟଙ୍କା ବର୍ଷା: ଚଳିତ ସିଜିନରେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହାତେଇଛନ୍ତି ଆରସିବିର ବିରାଟ କୋହଲି । 15ଟି ମ୍ୟାଚ ଖେଳି ମୋଟ 741 ରନ ସଂଗ୍ରହ କରିଥିଲେ ସେ । ଅରେଞ୍ଚ କ୍ୟାପ ସହ ତାଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ମିଳିଛି । ସେହିପରି ଘାତକ ବୋଲିଂ ସର୍ବାଧିକ 24 ଓ୍ବିକେଟ ନେଇ ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ହର୍ସ ପଟେଲ ପର୍ପଲ କ୍ୟାପ ହାତେଇ ଥିବା ବେଳେ ତାଙ୍କୁ ମଧ୍ୟ 10 ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି ।

ଏହି ଖେଳାଳିଙ୍କୁ ମଧ୍ୟ ମିଳିଛି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି: ଚଳିତ ଆଇପିଏଲରେ ଏମର୍ଜିଂ ପ୍ଲେୟାର ଅଫ୍ ସିଜନ୍ ବିବେଚିତ ହୋଇଥିବା ହାଇଦ୍ରାବାଦ ଦଳର ନୀତୀଶ ରେଡ୍ଡୀଙ୍କୁ 10 ଲକ୍ଷ୍ୟ ଟଙ୍କା ପୁରସ୍କାର ମିଳିଛି । ଇଲେକ୍ଟ୍ରିକ୍ ଷ୍ଟ୍ରାଇକ୍ ଅଫ ଦ ସିଜିନ ଭାବେ ବିବେଚିତ ହୋଇଥିବା ଦିଲ୍ଲୀର ଜ୍ୟାକ୍ ଫ୍ରେଜର ମ୍ୟାକଗର୍କଙ୍କୁ 10 ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି । ବେଷ୍ଟ କ୍ୟାଚ ପାଇଁ କେକେଆରର ରମନଡୀପଙ୍କୁ 10 ଲକ୍ଷ, ଭ୍ୟାଲୁଏବୁଲ ପ୍ଲେୟାର ଭାବେ ସୁନୀଲ ନାରିନଙ୍କୁପ 10 ଲକ୍ଷ ଓ ପିଚ୍ ଏବଂ ଗ୍ରାଉଣ୍ଡ ପାଇଁ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ 50 ଲକ୍ଷ ଟଙ୍କା ପୁରସ୍କାର ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.