ଆରମ୍ଭ ହେଲା ଓଡିଶା ଓପନ ଟେନିସ ପ୍ରତିଯୋଗୀତା, ଭାଗନେଲେ 50ରୁ ଊର୍ଦ୍ଧ୍ୱ ଖେଳାଳି

By ETV Bharat Odisha Team

Published : Nov 25, 2023, 8:20 PM IST

thumbnail

କଟକ: କଟକରେ ଆରମ୍ଭ ହେଲା ରାଜ୍ୟ ଓପନ ଟେନିସ ପ୍ରତିଯୋଗିତା । ସିଡିଏ ଓ ସିଡିଟିଏର ମିଳିତ ଅନୁକୂଲ୍ୟରେ ବାରବାଟୀ ଷ୍ଟାଡିଅମ ନିକଟରେ ଥିବା ଟେନିସ ସଂଘରେ ଏହା ଦୁଇ ଦିନ ଧରି ଖେଳାଯିବ । ୩ଟି ବର୍ଗରେ ସମସ୍ତ ମ୍ୟାଚ ଖେଳାଯିବ । ଗୋଟିଏ ପୁରୁଷ ଓପନ ରହିଥିଲାବେଳେ ୨ଟି ଭେଟେରାନ କାଟଗୋରୀରେ ସମସ୍ତ ମ୍ୟାଚ ଖେଳାଯିବ । କଟକ ସମେତ ଢେଙ୍କାନାଳ, ଅନୁଗୋଳ,ଭୁବନେଶ୍ୱର ସମ୍ଭଲପୁର ଓ ବ୍ରହ୍ମପୁର ଆଦି ଜିଲ୍ଲାରୁ 50ରୁ ଊର୍ଦ୍ଧ୍ୱ ଖେଳାଳି ଏହି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି । 

ତେବେ ପ୍ରଥମ ଥର ପାଇଁ କଟକ ଉନ୍ନୟନ ବିଭାଗ ସହ କଟକ ଜିଲ୍ଲା ଟେନିସ ସଂଘ ସହ ମିଳିତ ଆନୁକୂଲ୍ୟରେରେ ଏହି ମେଗା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ତେବେ ରାଜ୍ୟରେ ଯେପରି କ୍ରୀଡ଼ାର ବିକାଶ କରଯାଉଛି ସେହିପରି କଟକରେ ବର୍ତ୍ତମାନ କ୍ରୀଡ଼ାର ବିକାଶ ନେଇ ଅନେକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସିଡିଏ ଅଧକ୍ଷ କହିଛନ୍ତି, "କଟକରୁ ଆଗମୀ ଦିନରେ ଅନେକ ଟେନିସ ତାରକା ମଧ୍ୟ ବାହାରି ପାରିବେ। କଟକରେ ରାଜ୍ୟ ସରକାର ଶିକ୍ଷା ସ୍ୱାସ୍ତ୍ୟ, ଗମନାଗମନ ଆଦି ଦିଗ ଉପରେ ଯଥେଷ୍ଟ ଫୋକସ ଦେଉଛନ୍ତି । ତେଣୁ କ୍ରୀଡାକୁ ନେଇ ଯେଉଁ ଉତ୍ସାହ ରହିଛି ସିଲଭରସିଟିରେ ତାହା ମଧ୍ୟ ସିଡିଏ ଶୀଘ୍ର ପୂର୍ଣ୍ଣ କରିବ " ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.