ETV Bharat / state

ବିଜୟ ମର୍ଚାଣ୍ଟ ଟ୍ରଫି: U16 ଦଳ ଘୋଷଣା କଲା ଓସିଏ, ସୁଭାଶିଷ ମଲ୍ଲିକଙ୍କ କାନ୍ଧରେ ନେତୃତ୍ବ

author img

By ETV Bharat Odisha Team

Published : Nov 24, 2023, 9:56 PM IST

ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଦଳ ଘୋଷଣା କଲା ଓସିଏ
ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଦଳ ଘୋଷଣା କଲା ଓସିଏ

ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଅଣ୍ଡର 16 ଦଳ ଘୋଷଣା କଲା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ । ସୁଭାଶିଷ ମଲ୍ଲିକଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଓସିଏ ଜୁନିୟର ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଆଶାବାଦୀ । ଅଧିକ ପଢ଼ନ୍ତୁ

ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଦଳ ଘୋଷଣା କଲା ଓସିଏ

କଟକ: ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଅଣ୍ଡର 16 ଦଳ । ପ୍ରଥମ 2ଟି ମ୍ୟାଚ୍‌ ପାଇଁ ଆଜି ବିଧିବଦ୍ଧ ଭାବରେ 15 ଜଣିଆ ସ୍କ୍ବାଡ୍‌ ଘୋଷଣା କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ । ପ୍ରଥମ ମ୍ୟାଚ୍‌ରେ ବିଦର୍ଭ ଓ ଦ୍ବିତୀୟ ମ୍ୟାଚ୍‌ରେ ତ୍ରିପୁରାକୁ ଭେଟିବ ଏହି ଓଡ଼ିଆ ଅଣ୍ଡର 16 ଦଳ । ତେବେ ବିଗତ ଦିନରେ ଏହି ଟିମ୍‌କୁ ନେଇ ଅନେକ ଅଭ୍ୟାସ ମ୍ୟାଚ୍‌ ଖେଳିଛି ଓଡ଼ିଶା କ୍ରିକେଟ୍‌ ସଙ୍ଘ । ତେଣୁ ଏଥର ବିଜୟ ମର୍ଚାଣ୍ଟ ଟ୍ରଫିରେ ଓଡ଼ିଶା ଟିମ୍‌ ବେଶ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଓସିଏ ଜୁନିୟର ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ।

ଏହା ମଧ୍ୟ ପଢ଼ନ୍ତୁ...U19 Cooch behar Trophy: 16 ଜଣିଆ ସ୍କ୍ବାଡ୍‌ ଘୋଷଣା କଲା ଓସିଏ, ଆଶୀର୍ବାଦ ଓଡିଶା ଦଳର ଅଧିନାୟକ

ଓଡିଶା 16 ବର୍ଷରୁ କମ ଦଳର ନେତୃତ୍ବ ଭାର ସୁଭାଶିଷ ମଲ୍ଲିକଙ୍କ କାନ୍ଧରେ ରହିଛି । ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ପଟ୍ଟନାୟକ, ଅସୀମ ବରାଦ, ସ୍ବାଗତ ସୌରଭ ମିଶ୍ର, ବିଷ୍ଣୁ କମଲ ବେହୁରିଆ, ସ୍ବର୍ଣ୍ଣଭ ଦାସ, ଯୋଗେଶ୍ଵର ବାଗ୍‌, କମଲେସ ପାତ୍ର, ଅଭିନୀତ କୁମାର ପଟ୍ଟନାୟକ, ତୀର୍ଥଙ୍କର ସାହୁ, ଓମ୍‌ ମହାପାତ୍ର, ରେହାନ ଖାନ, ଶୁଭ୍ରକାନ୍ତ ପରିଡା, ରୁଦ୍ର ପ୍ରସାଦ ମଲ୍ଲିକ ଓ ବିଶାଲ ପ୍ରସାଦ ଏହି 16 ବର୍ଷରୁ କମ ଦଳରେ ସ୍ଥାନ ପାଇଛନ୍ତି । ଓଡିଶା ଏହାର ପ୍ରଥମ ମ୍ୟାଚ୍‌ରେ ବିଦର୍ଭକୁ ଭେଟିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚ୍‌ରେ ତ୍ରିପୁରା ସହ ମୁହାଁମୁହିଁ ହେବ ଟିମ୍‌ ଓଡିଶା ।

ଏହା ମଧ୍ୟ ପଢ଼ନ୍ତୁ...BCCI Senior Women's T20 Trophy: ଓଡ଼ିଶା ମହିଳା ଦଳ ଘୋଷଣା କଲା ଓସିଏ

ସେପଟେ ଏନେଇ ଓସିଏ ଜୁନିୟର ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ କହିଛନ୍ତି, "ବିଜୟ ମର୍ଚାଣ୍ଟ ଟ୍ରଫିର ଏହି ସଂସ୍କରଣରେ ଓଡିଶା ଦଳ ବେଶ ଭଲ ପ୍ରଦର୍ଶନ କରିବ । କାରଣ ବିଗତ ଦିନରେ ଓସିଏ ଏହି ଟିମ୍‌କୁ ନେଇ ଅନେକ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା । ପ୍ରତ୍ୟକ ଖେଳାଳିଙ୍କୁ ଉଚିତ୍‌ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।" ଯଦି ଗତବର୍ଷ ପ୍ରଦର୍ଶନ କଥା କହିବା, ତେବେ ଦଳ ବିଗତ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛି । ତେଣୁ ଏହି ସିଜିନ୍‌ରେ ଓସିଏର ଏହି ଦଳ ନିଶ୍ଚୟ ଭଲ କରିବ ବୋଲି କହିଛନ୍ତି ଓସିଏ ଜୁନିୟର ଚୟନ କମିଟି ଅଧ୍ୟକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.