ETV Bharat / sports

BCCI Senior Women's T20 Trophy: ଓଡ଼ିଶା ମହିଳା ଦଳ ଘୋଷଣା କଲା ଓସିଏ

author img

By ETV Bharat Odisha Team

Published : Oct 10, 2023, 12:08 PM IST

BCCIs Senior Womens T20 Trophy
BCCIs Senior Womens T20 Trophy

ବିସିସିଆଇ ବରିଷ୍ଠ ମହିଳା ଟି-20 ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶା ଦଳ ଘୋଷଣା । ଅଧିକ ପଢନ୍ତୁ

Odisha Cricket Association

କଟକ: ଅକ୍ଟୋବର 19 ତାରିଖରୁ ଆରମ୍ଭ ହେବ ବିସିସିଆଇ ବରିଷ୍ଠ ମହିଳା ଟି 20 କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହା ପୂର୍ବରୁ ଓସିଏ ପକ୍ଷରୁ ଓଡିଶା ମହିଳା ଦଳ ଘୋଷଣା ହୋଇଛି । 16 ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ । ମାଧୁରୀ ମେହେଟାଙ୍କ ନେତୃତ୍ବରେ ଜାତୀୟ ଟି 20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବ ଓଡିଶା । ସେହିପରି ସୁଶ୍ରୀ ଦିବ୍ୟ ଦର୍ଶିନୀ ଉପଧିନାୟକ ଦାୟିତ୍ବ ତୁଲାଇବେ ।

ଏହା ମଧ୍ୟ ପଢନ୍ତୁ-ଭିନୁ ମଙ୍କଡ଼ ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା, ଆଶୀର୍ବାଦ ଅଧିନାୟକ

ଟିମ ଚୟନ ପୂର୍ବରୁ ଓଡିଶା ରାଇପୁର ଓ ଘରୋଇ ମାଟିରେ ତାର ଅଭ୍ୟାସ ଓ ପ୍ରସ୍ତୁତି ମ୍ୟାଚ ଖେଳିଥିଲା । ସେଥିମଧ୍ୟରୁ 21 ଜଣଙ୍କୁ ଚୟନ କରିବା ପରେ ସୋମବାର ଚୂଡାନ୍ତ ଦଳ ଘୋଷଣା କରିଥିଲା ଓସିଏ । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ସମସ୍ତ ମ୍ୟାଚ ରାଇପୁରରେ ଖେଳାଯିବ । ପ୍ରଥମ ମ୍ୟାଚରେ ଓଡିଶା ମଧ୍ୟପ୍ରଦେଶକୁ ଭେଟିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ । ସେହିପରି ପରେ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଆନ୍ଧ୍ରପ୍ରଦେଶ ଓ ଜାମ୍ମୁ କାଶ୍ମୀରକୁ ଭେଟିବ ଓଡିଶା ମହିଳା ଦଳ । ଏହି ସିଜିନରେ ଓଡିଶା ନିଶ୍ଚୟ ଭଲ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ । ଆସନ୍ତା 12 ତାରିଖରୁ 19 ବର୍ଷରୁ କମ ଦିନିକିଆ କ୍ରିକେଟ ଭିନୁ ମଙ୍କଡ ଟ୍ରଫି ଆରମ୍ଭ ହେବ । ଏହା ପୂର୍ବରୁ ଓସିଏ ପକ୍ଷରୁ 16 ଜଣିଆ ସ୍କ୍ବାର୍ଡ ଘୋଷଣା କରାଯାଇଥିଲା । ପଣ୍ଡିଚେରୀରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସହ ଛତିଶଗଡ଼, ଅରୁଣାଚଳ ପ୍ରଦେଶ, ସୌରାଷ୍ଟ୍ର, ରାଜସ୍ଥାନ, ଗୋଆ ଆଦି ଦଳ ମ୍ୟାଚ ଖେଳିବ ।

ଏହା ମଧ୍ୟ ପଢନ୍ତୁ-World Cup 2023: ଆଜି 2 ମୁକାବିଲା, ଇଂଲଣ୍ଡ ବନାମ ବାଂଲାଦେଶ ଓ ପାକିସ୍ତାନ ବନାମ ଶ୍ରୀଲଙ୍କା ଫାଇଟ

ଟି 20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶା ଦଳ: ମାଧୁରୀ ମେହେଟା (ଅଧିନାୟକ), ସୁଶ୍ରୀ ଦିବ୍ୟ ଦର୍ଶିନୀ (ଉପଧିନାୟକ), ତନ୍ମୟୀ ବେହେରା, ଅଞ୍ଜଳି ସିଂ, ପ୍ରଜ୍ଞା ପରମିତା ମହାନ୍ତି ( ୱଇକେଟ କିପର ) ସଙ୍ଗୀତା ଖଡିଆ, ରାନୀ ଟୁଡୁ (ୱଇକେଟ କିପର ), ଶୁଭ୍ରା ସ୍ୱାଇଁ, ପ୍ରିୟଙ୍କା ସାହୁ, ଶିଳ୍ପା ସ୍ୱାଇଁ, କାଜଲ ଜେନା, ରିମା ଲକ୍ଷ୍ମୀ ଇକା, ରାମେଶ୍ବେରୀ ନାୟକ, ସୁଜାତା ମଲ୍ଲିକ, ତରଣା ପ୍ରଧାନ ଓ ବର୍ଷା ରାଣୀ ସିଂ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.