ETV Bharat / sports

World Cup 2023: ଆଜି 2 ମୁକାବିଲା, ଇଂଲଣ୍ଡ ବନାମ ବାଂଲାଦେଶ ଓ ପାକିସ୍ତାନ ବନାମ ଶ୍ରୀଲଙ୍କା ଫାଇଟ

author img

By ETV Bharat Odisha Team

Published : Oct 10, 2023, 8:28 AM IST

Updated : Oct 10, 2023, 10:06 AM IST

ଆଇସିସି ଦିନିକିଆ ବିଶ୍ବକପରେ ଆଜି 2ଟି ମ୍ୟାଚ ରହିଛି । ପ୍ରଥମ ମୁକାବିଲା ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ରହିଥିବା ବେଳେ ଦ୍ବିତୀୟଟି ପାକିସ୍ତାନ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

World Cup 2023
World Cup 2023

ହାଇଦ୍ରାବାଦ: ଆଇସିସି କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି 2ଟି ମ୍ୟାଚ ରହିଛି । ବିଶ୍ବକପର ସପ୍ତମ ଓ ଅଷ୍ଟମ ମୁକାବିଲା ଅନୁଷ୍ଠିତ ହେବ । ସକାଳ 10ଟା 30ରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ଏହା ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ମୁକବିଲା ଅପରାହ୍ନ 2ଟା 30ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଏହା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିମୟରେ ଖେଳାଯିବ । ବାଂଲାଦେଶ ଦ୍ବିତୀୟ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ସେହିପରି ପାକିସ୍ତାନ ଦ୍ବିତୀୟ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ଖାତା ଖୋଲିବାକୁ ପ୍ରୟାସ କରିବ ।

ଇଂଲଣ୍ଡ ବନାମ ବାଂଲାଦେଶ: ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡ ତାର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାସ୍ତ ହୋଇଥିଲା । ଆଜି ବାଂଲାଦେଶକୁ ହରାଇ ବିଜୟ ଖାତା ଖୋଲିବାକୁ ପ୍ରାୟସ କରିବ । ବାଂଲାଦେଶ ତାର ପ୍ରଥମ ମ୍ୟାରେ ଆଫଗାନିସ୍ତାନକୁ 89 ରନରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପୂର୍ବରୁ 2011 ଓ 2015 ବିଶ୍ବକପରେ ଇଂଲଣ୍ଡକୁ ହରାଇ ସାରିଥିବା ବାଂଲାଦେଶ ଆଜି ଧର୍ମଶାଳାରେ ଦମ ଦେଖାଇବାକୁ ପ୍ରୟାସ କରିବ । ସେହିପରି ପ୍ରଥମ ମ୍ୟାଚ ହାରିଥିବା ଡିଫେଣ୍ଡିଂ ଚମ୍ପିଆନ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ।

ଗତ 4ଟି ବିଶ୍ବକପରେ ଦୁଇ ଦଳ ପରସ୍ପରକୁ 4ଥର ଭେଟିଛନ୍ତି । ଉଭୟ 2ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଦିନିକିଆରେ ଉଭୟ ପରସ୍ପରକୁ 24 ଥରେ ଭେଟିଛନ୍ତି । ଏଥିରେ ଇଂଲଣ୍ଡ 19ଟି ଓ ବାଂଲାଦେଶ 5ଟି ମ୍ୟାଚ ଜିତିଛନ୍ତି । ରେକର୍ଡ ଦେଖିଲେ ଇଂଲଣ୍ଡ ପଲ୍ଲା ଭାରି ରହିଛି । ବେନ ଷ୍ଟୋକ୍ସ ଆଜି ଖେଳିବେ ନାହିଁ ତାଙ୍କ ସ୍ଥାନରେ ହ୍ୟାରୀ ବ୍ରୁକ ଖେଳିବେ । ମୋଇନ ଅଲ୍ଲୀ ମଧ୍ୟ ଖେଳି ନପାରନ୍ତି । ବାଂଲାଦେଶ ମଧ୍ୟ ତାର ଏକାଦଶରେ ପରିବର୍ତ୍ତନ କରିପାରେ । ମହମୁଦୁଲ୍ଲାଙ୍କ ସ୍ଥାନରେ ମେହଦି ହାସନା ଖେଳିପାରନ୍ତି ।

ପିଚ୍ ରିପୋର୍ଟ: ଧର୍ମଶାଳାରେ ଗତ 10 ବର୍ଷରେ 5ଟି ଦିନିକିଆ ଖେଳାଯାଇଛି । ଦ୍ବିତୀୟରେ ବ୍ୟାଟିଂ କରୁଥିବା ଦଳ 4ଟି ମ୍ୟାଚ ଜିତିଛି । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବ । ଧର୍ମଶାଳା ପିଚ ବୋଲିଂ ପାଇଁ ବେଶ ଅନୁକୂଳ । ସ୍ପିନର ପିଚର ଫାଇଦା ଉଠାଇବେ । 2013ରେ ଇଂଲଣ୍ଡ ଏହି ଷ୍ଟାଡିୟମରେ ଏକ ମ୍ୟାଚ ଖେଳିଥିଲା 7 ୱିକେଟରେ ବିଜୟୀ ହୋଇଥିଲା ।

ଏହା ବି ପଢନ୍ତୁ...Cricket World Cup 2023: ୨୨୩ରେ ଅଟକିଲା ନେଦରଲାଣ୍ଡ୍ସ, ବିଜୟଧାରା ଜାରି ରଖିଲା ନ୍ୟୁଜିଲାଣ୍ଡ

ପାକିସ୍ତାନ ବାନାମ ଶ୍ରୀଲଙ୍କା: କ୍ରିକେଟ ବିଶ୍ବକପର ଅଷ୍ଟମ ମ୍ୟାଚରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ନେଦରଲାଣ୍ଡସକୁ ହରାଇଥିଲା । ମାତ୍ର ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକା ବିପକ୍ଷରେ 102 ରନରେ ପରାସ୍ତ ହୋଇଥିଲା । ଆଜି ପାକିସ୍ତାନ ଏସିଆ କପ ସେମିଫାଇନାଲର ପ୍ରତିଶୋଧ ନେବା ସହ ବିଶ୍ବକପରେ ଦ୍ବିତୀୟ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ବିଶ୍ବକପରେ ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ ।

ବିଶ୍ବକପରେ ଦୁଇ ଦଳ ପରସ୍ପରକୁ 7 ଥର ଭେଟିଛନ୍ତି । ପାକିସ୍ତାନ ସମସ୍ତ ମ୍ୟାଚ ଜିତିଛି । ଶ୍ରୀଲଙ୍କା ଆଜି ଏହି ପରାଜୟ ଧାରାକୁ ଭାଙ୍ଗିବାକୁ ପ୍ରୟାସ କରିବ । ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ନେଦରଲାଣ୍ଡସକୁ ହରାଇଥିଲେ ବି ଶ୍ରେଷ୍ଠ ପ୍ରଦର୍ଶନ କରିପାରିନଥିଲା । ହ୍ୟାରିସ ରୌଫ ଫର୍ମକୁ ଫେରିଛନ୍ତି ଯାହା ଦଳ ପାଇଁ ଶୁଭଙ୍କର । ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁର୍ବଳ ବୋଲିଂ କରିଥିଲା ଶ୍ରୀଲଙ୍କା । ବ୍ୟାଟର ଭଲ ପ୍ରଦର୍ଶନ କରିଥିଲେ । ଦଳକୁ ତାର ସ୍ପିନ ବିଭାଗକୁ ସୁଧାରିବାକୁ ହେବ । ଶ୍ରୀଲଙ୍କା କାସୁନ ରଜିଥାଙ୍କ ସ୍ଥାନରେ ତୀକ୍ଷଣାଙ୍କୁ ଖେଳାଇବ ।

ପିଚ୍ ରିପୋର୍ଟ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଏହି ପିଚରେ ବଡ ସ୍କୋର ଆଶା କରାଯାଉଛି । ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର କରିବାକୁ ପ୍ରୟାସ କରିବ ।

Last Updated :Oct 10, 2023, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.