ETV Bharat / sports

U19 Cooch behar Trophy: 16 ଜଣିଆ ସ୍କ୍ବାଡ୍‌ ଘୋଷଣା କଲା ଓସିଏ, ଆଶୀର୍ବାଦ ଓଡିଶା ଦଳର ଅଧିନାୟକ

author img

By ETV Bharat Odisha Team

Published : Nov 7, 2023, 2:04 PM IST

U19 Cooch behar Trophy
U19 Cooch behar Trophy

କୁଚ ବିହାର ଟ୍ରଫି ପାଇଁ ଓସିଆ ଘୋଷଣା କଲା ଓଡିଶା ଦଳ । ଅଧିନାୟକ ଦାୟିତ୍ବ ସମ୍ଭାଳିବେ ଆଶିର୍ବାଦ ସ୍ବାଇଁ। ଅଧିକ ପଢନ୍ତୁ

U19 Cooch behar Trophy

କଟକ: 19 ବର୍ଷରୁ କମ କୁଚ ବିହାର ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଓସିଏ 16 ଜଣିଆ ବିଶିଷ୍ଟ ଟିମ ଘୋଷଣା କରିଛି। ଆଶିର୍ବାଦ ସ୍ବାଇଁଙ୍କୁ ଦଳର ଅଧିନାୟକ ଦାୟିତ୍ବ ମିଳିଛି । ସେ ଓ୍ବିକେଟ୍‌ କିପିଂ ମଧ୍ୟ କରିବେ । ସେହିପରି ଶ୍ରେୟାନ୍ସ ଭରଦ୍ବାଜ, ଶ୍ରେୟାନସୁ ପଟ୍ଟନାୟକ, ଏମ୍‌ଡି ସୋହେଲ, ଗୌରବ କୁମ୍ଭାର, ସ୍ୱୟମ ଶ୍ରୀବାସ୍ତବ, କିରଣ ମହାପାତ୍ର, ସମ୍ବିତ ବେଜା, ସୟିଦ ଅହମ୍ମଦ, ସାର୍ଥକ ପଣ୍ଡାଙ୍କ ଭଳି ଖେଳାଳି ଦଳରେ ସ୍ଥାନ ପାଇଛନ୍ତି । ଏନେଇ ରାଜ୍ୟ ଜୁନିୟର ଚୟନ କମିଟିର ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-କୁଚ ବିହାର ଟ୍ରଫିରେ ଓଡିଶାର ବଡ ବିଜୟ , ୩୦୩ ରନରେ ପରାସ୍ତ ହେଲା ମଣିପୁର

ଆସନ୍ତା 17 ତାରିଖରେ ଓଡ଼ିଶା ତାର ପ୍ରଥମ ମ୍ୟାଚ୍‌ରେ ପୁଡୁଚେରୀକୁ ଭେଟିବ । ସେହିପରି ଦ୍ୱିତୀୟ ମ୍ୟାଚରେ ବରୋଦାକୁ ଭେଟିବ ଟିମ୍‌ ଓଡ଼ିଶା। ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଏହି ଟିମ୍‌ ଘୋଷଣା କରିଛନ୍ତି ଓସିଏ ଜୁନିୟର ଚୟନ କମିଟିର ଅଧକ୍ଷ । ଘୋଷଣା ହୋଇଥିବା ସ୍କ୍ବାଡ୍‌ ସମ୍ପୂର୍ଣ୍ଣ ଭାବରେ ସନ୍ତୁଳିତ ରହିଛି । କାହିଁକି ନା ଉଭୟ ସିନିୟର ଜୁନିୟରଙ୍କ ମିଶ୍ରଣ ଟିମରେ ରହିଛି । ଗତବର୍ଷ ତୁଳନାରେ ଏହି ଟିମ୍‌ ବେଶ ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ । ଚଳିତବର୍ଷ ଜୁନିୟର କ୍ରିକେଟ ବିକାଶକୁ ନେଇ ଓସିଏ ଅନେକ ଯୋଜନା କରିଛି । ତୃଣମୂଳ ସ୍ତରରେ ସବୁ ଜିଲ୍ଲାରେ କ୍ରିକେଟ ଏକାଡେମୀ ପାଇଁ ବିଗତ ଦିନରେ ଯୋଜନା ହେଇଥିଲେ ସୁଦ୍ଧା, ଏଯାବତ ଅନେକ ଜିଲ୍ଲାରେ ଏକଡେମୀ କାର୍ଯ୍ୟ ଶେଷ ହେଇଛି । ଆଗାମୀ ଦିନରେ ବଳକା ଜିଲ୍ଲା ମାନଙ୍କରେ ଏକାଡେମୀ ନିର୍ମାଣ ହେଇ କାର୍ଯ୍ୟକ୍ଷମ ହେବ ବୋଲି ଓସିଏ ପକ୍ଷରୁ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ-U19 Cooch behar Trophy: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ହରିୟାଣାକୁ ଭେଟିବ ଓଡିଶା

କୁଚ୍‌ ବିହାର ଟ୍ରଫି ପାଇଁ 16 ଜଣିଆ ସ୍କ୍ବାର୍ଡ: ଆଶିର୍ବାଦ ସ୍ବାଇଁ (ଅଧିନାୟକ) ଶ୍ରେୟାନ୍ସ ଭରଦ୍ବାଜ , ଶ୍ରେୟାନସୁ ପଟ୍ଟନାୟକ ,ଏମଡି ସୋହେଲ, ଗୌରବ କୁମ୍ଭାର, ସୋୟମ ଶ୍ରୀବାସ୍ତବ, କିରଣ ମହାପାତ୍ର, ସମ୍ବିତ ବେଜା, ସୟିଦ ଅହମ୍ମଦ, ସାର୍ଥକ ପଣ୍ଡା, ଶୁଭମ ପ୍ରିୟଦର୍ଶୀ, ଶ୍ରୀରାଜ ପଟ୍ଟନାୟକ, ସୌଭାଗ୍ୟ ଓଝା ଓ ଅର୍ଣ୍ଣବ ପଟ୍ଟନାୟକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.