ETV Bharat / sports

କୁଚ ବିହାର ଟ୍ରଫିରେ ଓଡିଶାର ବଡ ବିଜୟ , ୩୦୩ ରନରେ ପରାସ୍ତ ହେଲା ମଣିପୁର

author img

By

Published : Nov 14, 2022, 10:38 PM IST

ଅଣ୍ଡର ୧୯ ଓଡିଶା କ୍ରିକେଟର ଦଳ ମଣିପୁରକୁ ୩୦୩ ରନରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

କୁଚ ବିହାର ଟ୍ରଫିରେ ଓଡିଶାର ବଡ ବିଜୟ , ୩୦୩ ରନରେ ପରାସ୍ତ ହେଲା ମଣିପୁର
କୁଚ ବିହାର ଟ୍ରଫିରେ ଓଡିଶାର ବଡ ବିଜୟ , ୩୦୩ ରନରେ ପରାସ୍ତ ହେଲା ମଣିପୁର

ଅହମ୍ମଦାବାଦ: କୁଚ ବିହାର ଟ୍ରଫିରେ ଓଡିଶାର ବଡ ବିଜୟ । ଅଣ୍ଡର ୧୯ ଓଡିଶା କ୍ରିକେଟର ଦଳ ମଣିପୁରକୁ ୩୦୩ ରନରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ତୃତୀୟ ଦିନରେ ଓଡିଶା ପ୍ରଥମ ଇନିଂସରେ ବ୍ୟାଟିଂ କରି ୭ ୱିକେଟ ହରାଇ ୫୨୭ ରନ୍ କରିଥିଲା । ଓଡିଶା ଦ୍ବିତୀୟ ଇନିଂସ ନ ଖେଳି ଗୋଟିଏ ଦିନ ପୂର୍ବରୁ ଆଗୁଆ ବିଜୟ ହାସଲ କରିନେଇଛି ।

ମଣିପୁର ପ୍ରଥମ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୧୦ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଏହା ପରେ ଓଡିଶା ପ୍ରଥମ ଇନିଂସ ଖେଳି ୭ ୱିକେଟ ହରାଇ ୫୨୭ ରନ୍ କରି ଗୋଟିଏ ଦିନ ପୂର୍ବରୁ ଅଧିନାୟକ ସୟଦୀପ ମହାପାତ୍ର ଟାର୍ଗେଟ ଘୋଷଣା କରିଥିଲା । ଏହାର ଜବାବରେ ମଣିପୁର ଦ୍ବିତୀୟ ଇନିଂସ ଖେଳି ୧୧୪ ରନରେ ଅଲ ଆଉଟ ହୋଇଯାଇଥିଲା ।

ଯାହା ଫଳରେ ଓଡିଶା ମଣିପୁର ବିପକ୍ଷରେ ୩୦୩ ରନରେ ବୃହତ ବିଜୟ ହାସଲ କରିଛି । ଓଡିଶାର ରିତେଶ ପ୍ରିୟାର୍ଜନ ନିଜର ଦମଦାର ବୋଲିଂ ପ୍ରଦର୍ଶନ ବଳରେ ମଣିପୁରର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସେ ଏହି ଇନିଂସରେ ୮ ଓଭର ବୋଲିଂ କରି ୧୪ ରନ୍ ବ୍ୟୟରେ ୪ଟି ୱିକେଟ ନେଇଥିଲେ । ସେହିପରି ଓଡିଶାର ଏମ ଡି ସୋହେଲ ଖାନ୍ ୮୮ ରନ୍, ଓ ଶ୍ରେଷ୍ଠ ସିଂ ୫୫ ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.