ନିଆରା ଢଙ୍ଗରେ ଆନ୍ଦୋଳନ କଲେ ଓଡ଼ିଶା ଡ୍ରାଇଭର ସଂଘ

By

Published : Nov 4, 2022, 7:51 PM IST

Updated : Feb 3, 2023, 8:31 PM IST

thumbnail

ବ୍ରହ୍ମପୁର: ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପ୍ରାୟ ୩୦୦ରୁ ଅଧିକ ଡ୍ରାଇଭର ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଳେ ଶୋଇ ନିଆରା ଢଙ୍ଗରେ ଦଣ୍ଡବତ କରି ନିଜର ଦାବୀ ଜଣାଇଥିଲେ । ଦୀର୍ଘ ଦିନ ଧରି ନିଜର ଦାବିକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ସୁଦ୍ଧା କେହି ଗୁରୁତ୍ବ ଦେଉନଥିବା ଯୋଗୁଁ ନିଜ ଦାବିକୁ ସରକାର ନିକଟରେ ପହଞ୍ଚାଇବା ପାଇଁ ଏଭଳି ଆନ୍ଦୋଳନ କରିଥିବା ସଂଘ କହିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ । ଇଟିଭି ଭାରତ, ଗଞ୍ଜାମ

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.