ମା’ ସୁରେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

By ETV Bharat Odisha Team

Published : Sep 20, 2023, 8:24 PM IST

thumbnail

ସୁବର୍ଣ୍ଣପୁର: ଆଜି ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ପାଖରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି କରାଯାଇଛି । ଆଜି ଭାଦ୍ରବ ଶୁକ୍ଲପକ୍ଷ ଋଷି ପଞ୍ଚମୀ ତିଥିର ବିଶାଖା ନକ୍ଷତ୍ର ବିଶୁଦ୍ଧ ବିଛା ଲଗ୍ନ ବ୍ରହ୍ମଯୋଗ ମାହେନ୍ଦ୍ର ବେଳା ପୂର୍ବାହ୍ନ ୧୦ଘଣ୍ଟା ୩୬ମିନିଟ ରୁ ୧୦ ଘଣ୍ଟା ୫୦ମିନିଟ ମଧ୍ୟେ ନବାନ୍ନ ପାଇଁ ଲଗ୍ନଧାର୍ଯ୍ୟ କରାଯାଇଥିଲା । ଲଗ୍ନ ଅନୁସାରେ ମାଆଙ୍କ ନିକଟରେ ନବାନ୍ନ ଲାଗି ହୋଇଛି  ।

ନିର୍ଦ୍ଧାରିତ ଲଗ୍ନରେ ଗଡଜାତର ଚୌହାନ ଶାସକଙ୍କ ଇଷ୍ଟଦେବୀ ମାଆ ସମଲେଇଙ୍କ ପୀଠରୁ ପାହୁର ଶୋଭାଯାତ୍ରା ବାହାରିଥିଲା । ସଦର ପୌର ପରିଷଦ ଓ ପାହୁର ଯାତ୍ରା କମିଟି ପକ୍ଷରୁ ନିର୍ଦ୍ଧାରିତ ସମୟରେ ସମଲେଇଙ୍କ ପୀଠରେ ପାହୁର ବଢାଯାଇଥିଲା । ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ଦେବୀ ମାଆ ସୁରେଶ୍ବରୀ ଓ ହନୁମାନଙ୍କ ପୀଠକୁ ପହଞ୍ଚିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦେବୀ ମାଆ ସୁରେଶ୍ବରୀଙ୍କ ସେବାୟତ ମାନେ ନିର୍ଦ୍ଧାରିତ ସମୟରେ ନବାନ୍ନ ସମର୍ପଣ କରିଥିଲେ । ପରେ ପୌର ପରିଷଦ ପକ୍ଷରୁ ବାଣ ଫୁଟାଇ ଜନସାଧାରଣଙ୍କୁ ଜଣାଇ ଦିଆଯାଇଥିଲା । ଦେବୀଙ୍କ ପାଖରେ ନବାନ୍ନ ସମର୍ପଣ ପରେ ସହରବାସୀ ତଥା ବୌଦ୍ଧ ଜିଲ୍ଲା ପଞ୍ଚରା ଅଞ୍ଚଳର ଜନସାଧାରଣ ନିଜ ନିଜ ଇଷ୍ଟ ଦେବ ଦେବୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ କରି ନିଜେ ଗ୍ରହଣ କରିଥିଲେ । ତେବେ ଏହି ଗଣପର୍ବ ପାଇଁ ଗଡଜାତ ସହର ଉତ୍ସବ ମ୍ମୁଖର ହୋଇ ଉଠିଥିବାବେଳେ ଆଜି ସଂଧ୍ୟାରେ ବିଭିନ୍ନ ଅନୁଷ୍ଠାନ ଗୁଡିକ ପକ୍ଷରୁ ଜୁହାର ଭେଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି  । 

ଏହା ମଧ୍ୟ ପଢନ୍ତୁ: ଏକାଠି ବସି ନୂଆଖାଇ ପାଳିଲେ ବଲାଙ୍ଗୀର ରାଜ ପରିବାର

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.