ବ୍ରହ୍ମପୁରରେ ପୂଜାମଣ୍ଡପ ବୁଲିଲେ ସାଂସଦ, ବିଧାୟକ ଓ ମେୟର

By ETV Bharat Odisha Team

Published : Oct 24, 2023, 6:24 AM IST

thumbnail


ବ୍ରହ୍ମପୁର: ଶାରଦୀୟ ପୂଜାକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ । ଏଭଳି ସମୟରେ ସରଗରମ ରାଜ୍ୟର ବିଭିନ୍ନ ପୁଜା ମଣ୍ଡପ । ବ୍ରହ୍ମପୁର ସହରର ବିଭିନ୍ନ ପୁଜାମଣ୍ଡପରେ ଭକ୍ତଙ୍କ ସମାଗମ ହେଉଥିବାବେଳେ ସହରର ବିଭିନ୍ନ ପ୍ରମୁଖ ପୂଜାମଣ୍ଡପକୁ ପରିକ୍ରମା କରି ମା' ଜଗତଜନନୀଙ୍କ ଦର୍ଶନ କରିଛନ୍ତି ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟରଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି । 

ଏହା ବି ପଢନ୍ତୁ...ତାଇୱାନ୍‌ର ବୁଦ୍ଧ ମନ୍ଦିର ତୋରଣରେ ପୂଜା ପାଉଛନ୍ତି ମା'

ଏହା ବି ପଢନ୍ତୁ...ମା' ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା, ମୁଖ୍ୟ ଆକର୍ଷଣ ସାଜିଲା କାଠପାଦ କାଳୀ ନୃତ୍ୟ

ସନ୍ଧ୍ୟା ସମୟରେ ମା'ଙ୍କର ଆଳତୀ ଦେଖିବା ସହିତ ପୂଜାର୍ଚ୍ଚନା କରିଛନ୍ତି ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟର । ଏହା ସହିତ ବ୍ରହ୍ମପୁର ସହରବାସୀଙ୍କ ଉନ୍ନତି ପାଇଁ ମା'ଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି । ତେବେ ବ୍ରହ୍ମପୁର ସହରରେ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଏହି ସମୟରେ ସେମାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ । 
ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.