ମା' ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା, ମୁଖ୍ୟ ଆକର୍ଷଣ ସାଜିଲା କାଠପାଦ କାଳୀ ନୃତ୍ୟ

By ETV Bharat Odisha Team

Published : Oct 23, 2023, 6:24 AM IST

thumbnail

ବ୍ରହ୍ମପୁର: ଶାରଦୀୟ ପୂଜାକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ । ମନ୍ତ୍ରଧ୍ୱନି ସହିତ ହୋମଯଜ୍ଞ ଓ ଚଣ୍ଡିପାଠରେ ପ୍ରକମ୍ପିତ ପରିବେଶ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ମା' ବ୍ୟାଘ୍ରଦେବୀଙ୍କ ମନ୍ଦିରରେ ଚାଲିଛି ନବରାତ୍ର ପୂଜା । ମା'ଙ୍କର ଏହି ପୂଜାରେ ମୁଖ୍ୟ ଆକର୍ଷଶ ରହିଥିଲା କାଠପାଦ କାଳୀ ନୃତ୍ୟ ।  ପାରମ୍ପରିକ ରୀତୀନୀତିରେ ମା'ଙ୍କର ପୂଜାର୍ଚ୍ଚନା କରାଯାଉଥିବାବେଳେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭଳିକି ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହା ବି ପଢନ୍ତୁ...Durga Puja Special: ଚାନ୍ଦି ମେଢ ସହ ସୁନା ମୁକୁଟରେ ଝଲସୁଛନ୍ତି ହରପାର୍ବତି

ଛତ୍ରପୁରରେ ଜିଲ୍ଲାର ପ୍ରସିଦ୍ଧ କାଠପାଦ ନୃତ୍ୟ ସହିତ ମା' ବ୍ୟାଘ୍ରଦେବୀଙ୍କ ପୀଠ ସମ୍ମୁଖରେ କାଳୀଙ୍କ ନୃତ୍ୟ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥିଲା । ଏହି ଭକ୍ତମାନେ ମା'ଙ୍କର ଦୈନିକ ଆଳତୀ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରୁଛନ୍ତି । ମା'ଙ୍କ ଦର୍ଶନ କରି ସାନ୍ନିଧ୍ୟ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.