ETV Bharat / politics

ଧର୍ମେନ୍ଦ୍ରଙ୍କ ରାଲିକୁ ଲୋକ ଆଣିବାକୁ ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା: ସୁଲତା ଦେଓ - BJD Meets CEO

author img

By ETV Bharat Odisha Team

Published : May 15, 2024, 10:53 PM IST

BJD Complain Against Dharmendra Pradhan: ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣି ସିଇଓଙ୍କୁ ଫେରାଦ ବିଜେଡି । ଧର୍ମେନ୍ଦ୍ରଙ୍କ ରାଲିକୁ ଲୋକ ଆଣିବାକୁ ବିଜେପି ନେତା ଟଙ୍କା ବାଣ୍ଟୁଥିବା ଅଭିଯୋଗ କଲା ବିଜେଡି । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ରଙ୍କ ରାଲିକୁ ଲୋକ ଆଣିବାକୁ ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା:
ଧର୍ମେନ୍ଦ୍ରଙ୍କ ରାଲିକୁ ଲୋକ ଆଣିବାକୁ ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା: (ETV Bharat Odisha)

ଧର୍ମେନ୍ଦ୍ରଙ୍କ ରାଲିକୁ ଲୋକ ଆଣିବାକୁ ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା: (ETV Bharat Odisha)

ଭୁବନେଶ୍ବର: ନିର୍ବାଚନକୁ ନେଇ ଉଭୟ ବିଜେଡି ଓ ବିଜେପି ପରସ୍ପର ଉପରେ ଦୋଷ ଲଦାଲଦି ହେଉଛି । କେତେବେଳେ ବିଜେପି ନେତା ଆଦର୍ଶ ଅଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ବିଜେଡି ଅଭିଯୋଗ କରୁଛି ତ ଆଉ କେବେ ବିଜେଡି ବିଜେପି ଉପରେ ଅଭିଯୋଗ ଆଣୁଛି । ଆଜି ପୁଣିଥରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣି ସିଇଓଙ୍କୁ ଫେରାଦ ହୋଇଛି ବିଜେଡିର ଏକ ପ୍ରତିନିଧି ଦଳ ।

ତେବେ ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲିକୁ ଲୋକ ଆଣିବାକୁ ଛେଣ୍ଡିପଦାରେ ତାଙ୍କ ସମର୍ଥକ ଟଙ୍କା ବାଣ୍ଟୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ଛେଣ୍ଡିପଦାରେ ଏକ ଦୋକାନରେ ଟଙ୍କା ବାଣ୍ଟିଥିବା ଚିତ୍ର ସାମ୍ନାକୁ ଆସିଛି । ନୀତି ନୈତିକତାର କଥା କହୁଥିବା କେନ୍ଦ୍ରମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ସବୁ ନୀତି ନିୟମ ଭାଙ୍ଗୁଛନ୍ତି । ଏନେଇ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ।

ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, "ଆମେ ପ୍ରତ୍ୟେକ ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟୁଛୁ । ଅଭିଯୋଗ କରୁଛୁ । ଆଜି ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛୁ । ନିୟମିତ ଭାବେ ବିଜେପି ଦଳର ପ୍ରାର୍ଥୀ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି । ଏହାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଛନ୍ତି । ଆଜି ସବୁ ସୀମା ଟପିଯାଇଛନ୍ତି । ସମ୍ବଲପୁରରର ଲୋକସଭା ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ପାଇଁ ତାଙ୍କ ସମର୍ଥକମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି । ଛେଣ୍ଡିପଦାରେ ଏକ ଦୋକାନରେ ଟଙ୍କା ବାଣ୍ଟିଛନ୍ତି । ନୀତି ନୈତିକତାର କଥା କହୁଥିବା କେନ୍ଦ୍ରମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ସବୁ ନୀତି ନିୟମ ଭାଙ୍ଗୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଏକତରଫା କାର୍ଯ୍ୟ କରୁଛନ୍ତି BeMC କମିଶନ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJD Meets CEO

ସୁଲତା ଦେଓ ଏହା ମଧ୍ୟ କହିଛନ୍ତି, "ଟଙ୍କା ଦେଇ ଲୋକଙ୍କୁ ପ୍ରଭାବିତ କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ । କେନ୍ଦ୍ରମନ୍ତ୍ରୀ ସରକାରୀ କାର୍ଯ୍ୟାଳୟରେ ମିଟିଂ କରିଥିବା ନେଇ ଅଭିଯୋଗ ଆଣିଥିଲୁ । ରାଲିକୁ ଲୋକ ନେବା ଲାଗି ଟଙ୍କା ବାଣ୍ଟୁଥିବାରୁ ତାଙ୍କୁ ଲାଜ ଲାଗିବା କଥା । ଓଡିଶାରେ ମାଟି ମୁଣ୍ଡାଟେ କେନ୍ଦ୍ରମନ୍ତ୍ରୀ ପକାଇ ନାହାନ୍ତି । ଓଡିଶା ଲୋକଙ୍କ ପାଇଁ ନୁହେଁ ଲୋକଙ୍କ ବିରୋଧରେ ସେ କାମ କରିଛନ୍ତି । ଲୋକଙ୍କ କାମ କରିନଥିବାରୁ ତାଙ୍କ ପାଖକୁ ଲୋକ ଯାଉନାହାନ୍ତି । ଏହାର ଭିଡ଼ିଓ ଓ ଫଟୋ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛୁ । ଘଟଣାରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛୁ ।" ତେବେ ବିଜେଡିର ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ମିହିର ରାୟ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ପ୍ରିୟବ୍ରତ ମାଝୀ ଓ ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.