ଖୋର୍ଦ୍ଧା 16 ଜାତୀୟ ରାଜପଥରେ ମୋ ବସ ଟ୍ରକ ମୁଁହାମୁହିଁ ଧକ୍କା, ୧୦ ଆହତ

By

Published : Apr 30, 2023, 4:37 PM IST

thumbnail

ଖୋର୍ଦ୍ଧା: ମୁକୁନ୍ଦପ୍ରସାଦ ନିକଟରେ 16 ନମ୍ବର ଜାତୀୟ ରାଜପଥରେ ମୋ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ 10 ଜଣ ଆହତ ହୋଇଛନ୍ତି । ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ, ଟାଉନ ଥାନା ପୋଲିସ ଓ ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ ଫଳରେ ଅଗ୍ନିଶମ ବାହିନୀ ଟ୍ରକର କିଛି ଅଂଶକୁ କାଟି ତାଙ୍କୁ ବାହାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସମସ୍ତ ଆହତଙ୍କର ଚିକିତ୍ସା ଚାଲିଥିବା ବେଳେ ଟାଉନ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍‌କୁ ବିପରୀତ ଦିଗରୁ ରଙ୍ଗ୍‌ ସାଇଡ୍‌ରୁ ଆସୁଥିବା ଟ୍ରକ୍‌ଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ଆହତ ଟ୍ରକ ଡ୍ରାଇଭରଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି ।  

ଇଟିଭି ଭାରତ ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.