ଅସୁରବନ୍ଧ ଗାଁରେ ସିରିଜ ଚୋରି, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

By ETV Bharat Odisha Team

Published : Dec 14, 2023, 10:16 PM IST

thumbnail

ଢେଙ୍କାନାଳ: ବିଳମ୍ବିତ ରାତିରେ ବାହାର ପଟୁ ତାଲା ମାରି ଦୁଇଟି ଘରୁ ସିରିଜ ଲୁଟ ହୋଇଛି । ଏପରି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁରେ । ଗ୍ରାମର ରଞ୍ଜନ ଦାଶ ଗତକାଲି ରାତିରେ ବାହାଘର ଭୋଜି ଖାଇବାକୁ ଯାଇଥିବା ବେଳେ ସ୍ତ୍ରୀ ମମତା ଦାଶ ପିଲାମାନଙ୍କୁ ନେଇ ଘରେ ରହିଥିଲେ । ରାତ୍ରି ପ୍ରାୟ ଦୁଇଟା ସମୟରେ ମମତାଙ୍କୁ ବାହାର ପଟୁ ଲକ କରି ଅନ୍ୟ ଏକ ଘରେ ଥିବା ଆଲମାରୀ ତାଡିଥିଲେ ଦୁର୍ବୃତ୍ତ । ସେଥିରେ ଥିବା ଅଢେଇ ଲକ୍ଷ ଟଙ୍କାର ସୁନାଗହଣା ଓ ଗ୍ରୁପ ଡିପୋଜିଟ ୧୫ ହଜାର ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଏହା ପରେ ରଞ୍ଜନ ରାତି ୩ଟା ୩୦ ମିନିଟ ସମୟରେ ଘରକୁ ଫେରି ଦେଖିଲେ ଘର ଖୋଲା ରହିଛି ଓ ଆଲମାରୀରେ ଥିବା ସମସ୍ତ ଜିନିଷ ତଳେ ପଡିଛି ।

ସେହିପରି ଗ୍ରାମର ଭ୍ରମରବର ସେଠୀଙ୍କ ଘରୁ କବାଟ ତାଡି ଦୁଇ ବସ୍ତା ପିତଳ ଓ କଂସାର ସାମଗ୍ରୀ ଲୁଟିନେଇଛନ୍ତି । ଭ୍ରମରବର ବହୁ କଷ୍ଟ କରି ଝିଅକୁ ଦେବା ପାଇଁ ଦୁଇ ବସ୍ତା ବାସନ ସଂଗ୍ରହ କରିଥିଲେ । ତେବେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯିବ ବୋଲି ଜଣାପଡିଛି । 

ଏହା ମଧ୍ୟ ପଢନ୍ତୁ....ରାଜଧାନୀରେ ଚୋରଙ୍କ ଉତ୍ପାତ, ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ସିରିଜ୍‌ ଚୋରି

ଗତ କିଛି ଦିନ ହେବ ଭୁବନ ଅଞ୍ଚଳରେ ଚୋରି ବଢି ବଢ଼ି ଚାଲିଛି l ସେହିପରି ଗତ ୪ ତାରିଖରେ ତିନୋଟି ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟିନେଇଥିଲେ ଲୁଟେରା ।  ଭୁବନର ବାଣିଜ୍ୟ ପେଣ୍ଠସ୍ଥଳୀ କୁହାଯାଉଥିବା କାଳୀବଜାର ସ୍ଥିତ ୩ଟି ଦକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । 


ଇଟିଭି ଭାରତ, ଢେଙ୍କାନାଳ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.