ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ

By

Published : Jul 4, 2023, 6:44 AM IST

Updated : Jul 4, 2023, 7:14 AM IST

thumbnail

ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସେ ଜଗତର ନାଥ ଜଗନ୍ନାଥ, କୋଟି ଓଡିଆଙ୍କ ମଉଡମଣି। କିଏ ତାକୁ କାଳିଆ ସାଆନ୍ତ ବୋଲି ଡାକେତ ପୁଣି କିଏ ଡାକେ ଜଗା। ତାର କଳା ଶ୍ରୀମୁଖ ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଥାଏ ଭକ୍ତ ଟିଏ ଶ୍ରୀମନ୍ଦିରକୁ।   ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତ୍ୟେକ ଦିନ ହୋଇଥାଏ ମଙ୍ଗଳ ଆଳତୀ । ସବୁ ଦିନ ପରି ଆଜି ମଧ୍ୟ ଦ୍ବାରଫିଟା ନୀତି ସମ୍ପର୍ଣ୍ଣ ପରେ ସେବାୟତଙ୍କ ଦ୍ବାରା ନୀତି ଅନୁସାରେ ଘଣ୍ଟଘଣ୍ଟା, ଶଙ୍ଖନାଦ ଦୀପ ଓ ମନ୍ତ୍ରୋଚାରଣ କରାଯାଇ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି ।  ପ୍ରଭାତରୁ ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ । ଏହା ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଏହି ଆଳତୀ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ଼ ଜମିଥାଏ ।   

ଇଟିଭି ଭାରତ, ପୁରୀ

Last Updated : Jul 4, 2023, 7:14 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.