ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ

By

Published : May 18, 2023, 7:05 AM IST

thumbnail

ପୁରୀ: ଆହେ କାଳିଆ ସାଆନ୍ତ । ଉଠ ଉଠ ଆହେ ମଣିମା । ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ କରାଯାଇଥାଏ । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ ପରେ ଆଳତୀ କରାଯାଇଥାଏ । ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ନୀତି ଅନୁସାରେ ଘଣ୍ଟ ଘଣ୍ଟା, ଶଙ୍ଖନାଦ ଦୀପ ଓ ମନ୍ତ୍ରୋଚାରଣ କରାଯାଇ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଆଳତୀ ଦର୍ଶନ କଲେ ପାପକ୍ଷୟ ହେବା ସହ ଦିନ ଶୁଭଙ୍କର ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ପତିତପାବନଙ୍କ ଏହି ଆଳତୀ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଥିଲା । କାଳିଆର କଳା ଶ୍ରୀମୁଖକୁ ଦେଖି ଭାବ ବିହ୍ବଳ ହୋଇ ପଡିଥିଲେ ଭକ୍ତ । କିଏ ତାକୁ ବଡ ଠାକୁର ତ ଆଉ କିଏ ସ୍ନେହରେ କାଳିଆ ବୋଲି ଡାକେ। 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.