ETV Bharat / bharat

ମେ ୨୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - DAILY HOROSCOPE

author img

By ETV Bharat Odisha Team

Published : May 25, 2024, 12:00 AM IST

Horoscope Of 25th May: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୨୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେ ୨୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ETV Bharat Odisha)

ମେଷ: ଆଜି ଆପଣ ନିଜର ପଦକ୍ଷେପ ଉପରେ ନଜର ରଖନ୍ତୁ । ବେଆଇନ ଏବଂ ଅନୈତିକ କାମରୁ ଦୂରେଇ ରୁହନ୍ତୁ । ଯେହେତୁ ଆପଣଙ୍କ ନିଷ୍ପତ୍ତିକୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ସମର୍ଥନ କରିବେ ନାହିଁ, ତେଣୁ କାର୍ଯ୍ୟ ପାଇଁ ପରିସ୍ଥିତି ଆଜି ଉପଯୁକ୍ତ ନୁହେଁ । ଏଥି ଯୋଗୁଁ ଆପଣଙ୍କର ପ୍ରକଳ୍ପ ପୂରଣ ହେବାରେ ବିଳମ୍ବ ହେବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଅନ୍ୟ ଦିନକୁ ସ୍ଥଗିତ ରଖନ୍ତୁ । ପିଲାଙ୍କ ସହ ମତଭେଦ ହୋଇପାରେ, ତେବେ ଏହା ଶୀଘ୍ର ସମାଧାନ ହୋଇଯାଇପାରେ । ସାଧାରଣ ଆଘାତରୁ ଗୁରୁତର ଅବସ୍ଥା ସୃଷ୍ଟି ହୋଇପାରେ, ତାହା ପ୍ରତି ସତର୍କ ରୁହନ୍ତୁ ।

ବୃଷ: ଆଜି ଆପଣଙ୍କ ଦିନଟି ଖୁସିରେ କଟିବ । ଆପଣ ଆଜି ଘରୋଇ ସାମଗ୍ରୀ କିଣିପାରନ୍ତି । ପୁରୁଣା ବନ୍ଧୁଙ୍କୁ ଭେଟିବେ । ଉତ୍ତମ ପୋଷାକପତ୍ର ଏବଂ ସୌଖୀନ ଦ୍ରବ୍ୟ କିଣାକିଣି କରିବେ । ସନ୍ଧ୍ୟାରେ ମଧ୍ୟ ଆପଣ ଏକ ସାମାଜିକ କାର୍ଯ୍ୟ୍ୟକ୍ରମରେ କୌତୁହଳପ୍ରଦ ବ୍ୟକ୍ତିତ୍ୱଙ୍କ ସହ ଭେଟିବେ । ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟଜନିତ ସାଧାରଣ ଘଟଣାକୁ ଅବହେଳା କରନ୍ତୁ ନାହିଁ ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ଏବଂ ଉତ୍ସାହଜନକ ରହିବ । ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଘେରି ରହିବ । ନିଜ କାମକୁ ସଫଳତାର ସହ ଶେଷ କରିବେ । କାର୍ଯ୍ୟରେ ଆପଣଙ୍କ ଅନୁଦାନ ପାଇଁ ଆପଣ ସ୍ୱୀକୃତି ପାଇବାର ସମ୍ଭାବନା ରହିଛି । ଏହା ଆପଣଙ୍କର ମିଜାଜକୁ ଆହୁରି ଭଲ କରିବ । ଅର୍ଥଲାଭର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଆପଣ କାର୍ଯ୍ୟ୍ୟକ୍ରମରେ ପୂର୍ଣ୍ଣ ଏକ ସନ୍ଧ୍ୟା ବିତାଇବେ ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଏକ ଉତ୍ତମ ଦିନର ପୂର୍ବାନୁମାନ କରାଯାଉଛି । ଆପଣଙ୍କ ଅର୍ଥକୁ ସଠିକ୍ ସ୍ଥାନରେ ରଖି ଭବିଷ୍ୟତକୁ ସୁରକ୍ଷିତ କରିବାର ଏହା ପ୍ରକୃଷ୍ଟ ସମୟ ଅଟେ । ଏକାଗ୍ରତା, ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବକେୟା ପ୍ରକଳ୍ପ ଶେଷ ହେବାର ସମ୍ଭାବନା ରହିଛି । ଆପଣଙ୍କ କନିଷ୍ଠ କର୍ମଚାରୀମାନେ ସହାୟତା କରିବେ। ଏହା ବ୍ୟତୀତ ବୃତ୍ତିଜୀବି ଓ ଛାତ୍ରଛାତ୍ରୀମାନେ ମଧ୍ୟ ଆଜି ଦିନରୁ ଲାଭ ପାଇବେ । ଅତୀତର ସୁଖଦ ସମୟ ମନେ ପକାଇ ପରିବାର ସହ ସନ୍ଧ୍ୟା ବିତାଇବେ ।

ସିଂହ: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଅନୁଭବ କରିବେ । ଏହାସହ ମାଆଙ୍କ ସ୍ୱାସ୍ଥ୍ୟ ଏବଂ ବଢ଼ୁଥିବା ଖର୍ଚ୍ଚ ମଧ୍ୟ ଆପଣଙ୍କୁ ବ୍ୟସ୍ତ କରିବ । ବୃତ୍ତିଜୀବୀମାନେ ପରିଶ୍ରମର ସୁଫଳ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକା ପୂର୍ବାନୁମାନ ରହିଛି । ପାଠପଢ଼ା କ୍ଷେତ୍ରରେ ସେମାନେ ସହଜରେ ନିଜ ଟାସ୍କ କରିପାରିବେ । ନୂଆ କାମ ଆରମ୍ଭ କରିବା ଏବଂ ପୁଞ୍ଜିନିବେଶ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ ।

କନ୍ୟା: ତାତ୍ତ୍ୱିକ ବିଷୟ ଏବଂ ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଦୁର୍ବଳତା ବଢ଼ିବ । ଅପ୍ରତ୍ୟାଶିତ ଧନଲାଭ ହେବ । ଆଜି ନୂଆ କାମ ଆରମ୍ଭ କରନ୍ତୁ ନାହିଁ । ଏଥିପାଇଁ ଦିନର ବାକି ଭାଗରେ ଆପଣ ବିରକ୍ତ ହୋଇପାରନ୍ତି । ଏହାସହ ସ୍ଥାବର ସମ୍ପତ୍ତିର ଦଲିଲ୍ କାମ ପାଇଁ ମିଟିଂକୁ ଅନ୍ୟ କୌଣସି ଦିନକୁ ଘୁଞ୍ଚାନ୍ତୁ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ତୁଳା: ଆପଣଙ୍କ ସକାଳ ବିରକ୍ତିକର ଏବଂ ଅଳସୁଆମି ଅନୁଭବ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ବଲ ରହିବ ନାହିଁ । ପରିବାର ସଦସ୍ୟଙ୍କ ସହ କଥା ହେବା ସମୟରେ ଆରାମରେ କଥା ହୁଅନ୍ତୁ । ନଚେତ ପରିସ୍ଥିତି ଅଶାନ୍ତି ହୋଇପାରେ । ଆପଣଙ୍କୁ ଧାର୍ମିକ କାର୍ଯ୍ୟ, ରୀତିନୀତି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ତେବେ କଥାରେ ଅଛି, କିଛି ହରାଇଲେ ହିଁ କିଛି ପାଇବେ । ସନ୍ଧ୍ୟାରେ ଅପ୍ରତ୍ୟାଶିତ ଅର୍ଥଲାଭ ହେବ । ଠିକ୍ ସମୟରେ ନିଜର କାମ ଶେଷ କରିବା ଯୋଗୁଁ ପ୍ରଶଂସିତ ହେବେ । ପ୍ରିୟ ବନ୍ଧୁଙ୍କ ସହ ବାହାରକୁ ଯାତ୍ରା କରିପାରନ୍ତି ।

ବିଛା: ଆଜି ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କ ବଦଳୁଥିବା ମିଜାଜ ଯୋଗୁଁ ଘରର ଶାନ୍ତିଭଙ୍ଗ କରନ୍ତୁ ନାହିଁ । ନିଜ ମିଜାଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ଖୁବ କମ୍ ଦେଖା ହେଉଥିବା ବନ୍ଧୁଙ୍କ ସହ ଭେଟିବେ । ଦିନର ଶେଷ ଭାଗ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହେବ । ଯେହେତୁ ସେମାନଙ୍କ ପଢ଼ାରେ ବାଧା ସୃଷ୍ଟି ହେବ । ଆପଣ ଧାର୍ମିକ କାର୍ଯ୍ୟକଳାପରେ ସମୟ ଅତିବାହିତ କରିବାର ସମ୍ଭାବନା ରହିଛି ।

ଧନୁ: ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ମାନସିକ ଚାପରେ ରହିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଭଳି ଲାଗୁ ନାହିଁ । ଘରେ ମଧ୍ୟ ବିବାଦ ଦେଖା ଦେଇପାରେ । ଯଦି କିଛି ଡାକ୍ତରୀ ସର୍ଜରୀ କିମ୍ବା ଅପରେସନ୍ ରହିଛି, ସ୍ଥଗିତ ରଖନ୍ତୁ । ସେଥି ପାଇଁ ଆଜି ଦିନଟି ଭଲ ନାହିଁ । ଦିନର ଶେଷ ଭାଗରେ ସ୍ଥିତିରେ ସୁଧାର ଆସିବ । ନିଜ ବନ୍ଧୁଙ୍କ ସହ ବିବାଦ ତୁଟାଇ ଭଲ ସମୟ ବିତାନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି ।

ମକର: ଅନୁମାନ, ଆର୍ଥିକ, ବୃତ୍ତିଗତ ଏବଂ ସାମାଜିକ କ୍ଷେତ୍ରରେ ଦିନଟି ଫଳପ୍ରଦ ରହିବ । ଆଜି ଆପଣ ବିଭିନ୍ନ କ୍ଷେତ୍ରରେ ସୁନାମ ଏବଂ ପ୍ରସିଦ୍ଧି ଅର୍ଜନ କରିବେ । ଦିନର ପରବର୍ତ୍ତୀ ଭାଗରେ ଆପଣ ସାବଧାନ ରହିବା ଉଚିତ । ସ୍ୱାସ୍ଥ୍ୟ ପାଇଁ ଦିନଟି ସାଧାରଣ ରହିବ । ଅଦାଲତ ସମ୍ପର୍କିତ ବିଷୟରେ କାମ କରିବା ସମୟରେ ସାବଧାନ ରୁହନ୍ତୁ । ଆଜି ଆପଣ ଦୁର୍ଘଟଣାପ୍ରବଣ ରହିବେ ନିରାପଦରେ ଗାଡ଼ି ଚଲାନ୍ତୁ । ଏକ ବ୍ୟସ୍ତ ଓ ଚାପଭରା ଦିନ ପରେ ଆପଣ ରୁଚିପୂର୍ଣ୍ଣ ରାତ୍ରି ଭୋଜନ କିମ୍ବା ସିନେମା ଭଳି ମନୋରଞ୍ଜନ ପାଇଁ ଅର୍ଥବ୍ୟୟ କରିବେ ।

କୁମ୍ଭ: ଆଶା କରାଯାଉଥିବା ଏବଂ ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବ । କାମରେ ଆପଣ ଭଲ ପ୍ରଦର୍ଶନ କରିଥିବାରୁ ରେଡ୍ କାର୍ପେଟରେ ଚାଲିବା ପାଇଁ ପ୍ରସ୍ତୁତ ରୁହନ୍ତୁ ଯେହେତୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ଆପଣଙ୍କ ପ୍ରଦର୍ଶନରେ ଖୁସି ଏବଂ ସନ୍ତୁଷ୍ଟ ହେବେ । ସେମାନେ ଆପଣଙ୍କୁ ପଦୋନ୍ନତି ଅଫର କରିପାରନ୍ତି । ଏହାସହ କାର୍ଯ୍ୟକ୍ଷେତ୍ରରେ ସମ୍ଭାବ୍ୟ ଲାଭ ମିଳିପାରେ ।

ମୀନ: ସକାଳ ସମୟ ବ୍ୟବସାୟୀ ଏବଂ ବୃତ୍ତିଜୀବିଙ୍କ ପାଇଁ ଲାଭଦାୟକ ହୋଇନପାରେ । ବରିଷ୍ଠ ଅଧିକାରୀ କିମ୍ବା ପ୍ରତିଦ୍ୱନ୍ଦୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ବା ଅସହମତ ହୁଅନ୍ତୁ ନାହିଁ । କାମ ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ତେବେ କିଛି ବାଧା ପରେ କାର୍ଯ୍ୟକ୍ଷେତ୍ରରେ ବାତାବରଣ କୋଳାହଳମୟ ହେବ । ଆପଣଙ୍କ ବକେୟା କାମ ସନ୍ଧ୍ୟା ସୁଦ୍ଧା ଶେଷ ହେବ । ବ୍ୟକ୍ତିଗତ ଜୀବନରେ ନିଜ ପିଲାଙ୍କ ଉନ୍ନତି ଏବଂ କୃତିତ୍ୱ ଆପଣଙ୍କୁ ପିତାମାତା ଭାବରେ ଖୁସି ଏବଂ ସନ୍ତୋଷ ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.